ପବିତ୍ର ରଥ ଯାତ୍ରା ଅବସରରେ ଓଡିଶା ସାଇନି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଦହି ଓ ଜଳ ବଣ୍ଟନ
କେନ୍ଦ୍ରାପଡ଼ା :-ପବିତ୍ର ରଥ ଯାତ୍ରା ଅବସରରେ ଓଡିଶା ସାଇନି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦହି ଓ ଜଳ ବଣ୍ଟନ କରାଯାଇଛି!ଏହି କାର୍ଯ୍ୟକ୍ରମ ରେ ଓଡିଶା ସାଇନି ଫାଉଣ୍ଡେସନ ଟ୍ରଷ୍ଟ ର ସଭାପତି ସମୀର କୁମାର ବାଇ ଙ୍କ ନେତୃତ୍ୱ ରେ ତପନ ମହାନ୍ତି, ବିଷ୍ଣୁ ଚରଣ ସ୍ୱାଇଁ, ସୌମ୍ୟ ରଞ୍ଜନ ବଳ, ଅମିତାଭ ପରିଡା ଓ ଅନ୍ୟ ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ!କେରେଡ଼ାଗଡ଼ର ରଥଦାଣ୍ଡରେ ରଥ ଉପରେ ଶ୍ରୀଜଗନ୍ନାଥ ଜୀଉ ଭକ୍ତଙ୍କୁ ଦର୍ଶନ ଦେବାବେଳେ ହଜାର
ହଜାର ଶ୍ରଦ୍ଧାଳୁଙ୍କ ଭକ୍ତି ଭାବନା, ଭାବ ବିହ୍ବଳ ସହିତ ହରିବୋଲ ହୁଳହୁଳିରେ ପ୍ରକମ୍ବିତ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା I ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଭିତରେ ଶ୍ରୀଜଗନ୍ନାଥଙ୍କ ରଥକୁ ଭକ୍ତମାନେ ଆନନ୍ଦ ଉଲ୍ଲାସ ଓ ଉତ୍ସାହ ମଧ୍ୟରେ ଟାଣିବା ସମୟରେ ସବୁରି କଣ୍ଠରେ ଜୟ ଜଗନ୍ନାଥ ଧ୍ଵନୀରେ ବଡଦାଣ୍ଡ ପ୍ରକମ୍ପିତ ହୋଇଥିଲା। ରାଜନଗର ସମେତ ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଅଞ୍ଚଳ ରୁ ଭକ୍ତ ମାନଙ୍କ ସମାଗମ ହୋଇଥିଲା । ଆଜି ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମହାସ୍ନାନ, ବାଲ୍ୟଧୂପ, ଖେଚେଡି ଧୂପ, ନୀତି ପରେ ୩ଟା ସମୟରେ ଶ୍ରୀଜୀଉଙ୍କ ବିଗ୍ରହଙ୍କୁ ବଡପଣ୍ଡା ମଦନ ମୋହନ ରଥ, ନିତ୍ୟାନନ୍ଦ ଦାଶ, ଜନକୃଷ୍ଣ ରଥ, ସୋମନାଥ ଷଡଙ୍ଗୀ, ବ୍ରଜ କିଶୋର ପଣ୍ଡା, ନିରଞ୍ଜନ ପଣ୍ଡା, ଶୁଭ ନାରାୟଣ ତ୍ରିପାଠୀଙ୍କ ସମେତ ସମସ୍ତ ସେବାଯତ ଘଣ୍ଟ ଧ୍ବନୀ ମଧ୍ୟରେ ପହଣ୍ଡି ବିଜେ କରାଇଥିଲେ | କନିକା ରାଜା ସାହେବ ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓ ପରମ୍ପରା ଅନୁଯାୟୀ ଛେରା ପହଁରାନୀତି ଶେଷ କରିଥିଲେ । ଅପରାହ୍ନ ସାଢେ ୫ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା | ସଂଧ୍ୟା ୭ଟା ସମୟରେ ମହାପ୍ରଭୁ ମାଉସୀ ମା ମନ୍ଦିର ନିକଟରେ ପହଁଚି ଥିଲେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏକ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ I ରାଜନଗର ତହସିଲଦାର ଅଜୟ କୁମାର ମହାନ୍ତି, ଆଇଆଇସି ଅଜୟ କୁମାର ଜେନାଙ୍କ ସମେତ ପୁଲିସ ଅଧିକାରୀ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ I ରାଜନଗର ବିଧାୟକ ଧ୍ରୁବ ସାହୁ, ଉପସ୍ଥିତ ରହି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

