ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁର ତାଲୁକ ଆଇନ ପ୍ରାଧିକରଣ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ 

ଥୁଆମୁଳ ରାମପୁର ତାଲୁକ ଆଇନ ପ୍ରାଧିକରଣ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ 

ଏହି ଅବସରରେ ଚାରା ବୃକ୍ଷରୋପଣ କରି ପରିବେଶର ସୁରକ୍ଷା ଦିଗରେ ବାର୍ତ୍ତା ଦେଲେ ଜେଏମଏଫ କୋର୍ଟ ମାଜିଷ୍ଟ୍ରେଟ୍

ଥୁଆମୂଳ ରାମପୁର: ୦୭/୦୭ – (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ଯାଳୟ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ତା ୦୭/୦୭/୨୦୨୬ ରିଖ ମଙ୍ଗଳବାର ଦିନ ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତିର ଅଧ୍ଯକ୍ଷ ଡ଼ଃ ତାରିଣୀ ପ୍ରସାଦ ସାହୁଙ୍କ ଅଧ୍ଯକ୍ଷତାରେ ବନ ମହୋତ୍ସବ ସପ୍ତାହ ପାଳିତ ଉପଲକ୍ଷେ ଚାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଡ଼ଃ ତାରିଣୀ ପ୍ରସାଦ ସାହୁ ଉପସ୍ଥିତ ରହି ଚାରା ବୃକ୍ଷରୋପଣ କରିଥିବା ବେଳେ ଏଥିରେ ଅଂଶଗ୍ରହଣ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବୋଧିତ କରି ପ୍ରକାଶ କରିଥିଲେ ଯେ, ଗଛ କେବଳ ପରିବେଶକୁ ସବୁଜ କରେ ନାହିଁ, ବରଂ ଜୀବନ, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ପିଢିର ସୁରକ୍ଷାର ମୂଳ ଆଧାର ହୋଇଥାଏ। ଜଣେ ଜଣେ କରି ପ୍ରତ୍ଯେକ ବ୍ଯକ୍ତି ଅତି କମରେ ଗୋଟିଏ ଚାର ବୃକ୍ଷ ଲଗାଇବା ଉଚିତ ଓ ଏହାର ଯତ୍ନ ଉପରେ ଅଧିକ ଧ୍ୟାନ ଦେବା ନିହାତି ଭାବରେ ଦାୟିତ୍ୱ ମଧ୍ୟ ରହିଛି ବୋଲି ମତ ପ୍ରକାଶ କରିଥିଲେ। ଅପରପକ୍ଷରେ ପରିବେଶ ସୁରକ୍ଷା, ବନ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ରୋକିବାରେ ଚାରା ବୃକ୍ଷରୋପଣର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ଚାରା ବୃକ୍ଷ ଲଗାଇବା ସହିତ ଚାରା ବୃକ୍ଷର ସୁରକ୍ଷା କରିବା ଦିଗରେ ସଂକଳ୍ପ ନେଇଥିଲେ। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାଗେଶ୍ବର ନାଏକ, ଆଇନଜୀବୀ ମନୋରଞ୍ଜନ ନାଏକ, ଦିଲ୍ଲୀପ ନାଏକ, ତୁଳସୀ ରାମ ମାଝୀ, ସରକାରୀ ଓକିଲ ସୁଧାଂଶୁ ନାଏକ, ହେର୍ଡ କ୍ଳର୍କ ଅଶୋକ ସାହୁ, ଜିମି ବେହେରା, କର୍ତ୍ତବ୍ୟ ଅନୁଷ୍ଠାନ ବ୍ଳକ ସଂଯୋଜକ ସୁଦର୍ଶନ ନାଏକ, ଶିକ୍ଷୟତ୍ରୀ ଅନାମିକା ନାଏକ, ଶିକ୍ଷକ ଉତ୍ତମ କୁମାର ବିଶ୍ବାଳ, ଶିକ୍ଷୟତ୍ରୀ ସବିତା ନାଏକ, ସିପିରାଣୀ ପରୋହିତ, ସୁନୀତା ପାତ୍ର ଶିକ୍ଷକ ନରେନ୍ଦ୍ର ଛତ୍ରୀଆ, ଥୁଆମୁଳ ରାମପୁର ବନାଞ୍ଚଳ ସେକସନ ଫରେଷ୍ଟର ଏକାଦଶୀ ନାଏକ, ଫରେଷ୍ଟ ଗାର୍ଡ ସୁଧାଂଶୁ ଶେଖର ସାହୁ, ତାଲୁକ ଆଇନ ସେବା ସମିତିର ସଦସ୍ୟ ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇ ଚାରା ବୃକ୍ଷରୋପଣ କରି ସଚେତନତା ସୃଷ୍ଟି କରିଥିଲେ। ତେବେ ବନମହୋତ୍ସବର ଅନ୍ଯ ଉଦ୍ଦେଶ୍ୟ ହେଉଛି ବନୀକରଣ। ଉକ୍ତ କାର୍ଯ୍ୟକ୍ରମରେ ଜନ ସାଧାରଣଙ୍କ ସହଯୋଗ ଏକାନ୍ତ କାମ୍ଯ। ସମାଜରେ ସୁସ୍ଥ ପରିବେଶ ସୃଷ୍ଟି କରିବା ପ୍ରତ୍ୟେକ ଦେଶବାସୀର କର୍ତ୍ତବ୍ୟ ଅଟେ। ବନମହୋତ୍ସବ କରିବାଦ୍ବାରା ଆମେ ସମସ୍ତ ବିଶ୍ଵର ହିତ ସାଧନ କରିବା ସହ ଉଭିଦ ଜଗତ ପ୍ରତି ଥିବା ଆମ କର୍ତ୍ତବ୍ୟକୁ ମଧ୍ୟ ସଂପାଦନ କରିଥାଉଁ। ବନ୍ଯ ଭୂମି ଓ ବନ୍ଯ ସଂପଦର ସୁରକ୍ଷା ଲାଗି ଆମେ ସମସ୍ତେ ଆଗଭର ହେଲେ ଦେଶର ପ୍ରଗତିରେ ଅନେକ ଗୁଣରେ ଉତ୍ତମ ହୋଇପାରିବ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ରେ ତିନି ଦିନିଆ କର୍ମଶାଳା

masiha

ଉଦ୍ୟୋଗୀ ପ୍ରେରଣା କାର୍ଯ୍ୟକ୍ରମ ୧୯ ରେ….

Sunil Chandra Nayak

ଜାମଦା ଥାନା ଅଞ୍ଚଳରେ ବଜ୍ରପାତରେ ଚାଷୀ ମୃତ

Sunil Chandra Nayak

Leave a Comment

error: Content is protected !!