ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷାରେ ବେହାଲ ସାଇପ୍ରିୟା ନଗରର ରାସ୍ତା – ଯାତାୟାତ ବ୍ୟାହତ, ତୁରନ୍ତ ମରାମତି ପାଇଁ ସ୍ଥାନୀୟଙ୍କ ଦାବି

ବର୍ଷାରେ ବେହାଲ ସାଇପ୍ରିୟା ନଗରର ରାସ୍ତା – ଯାତାୟାତ ବ୍ୟାହତ, ତୁରନ୍ତ ମରାମତି ପାଇଁ ସ୍ଥାନୀୟଙ୍କ ଦାବି

ରାୟଗଡା, ଜୁଲାଇ ୭: ରାୟଗଡା ସହରର ସାଇପ୍ରିୟା ନଗର ଅଞ୍ଚଳର ରାସ୍ତାଘାଟ ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ଗୁରୁତର ଭାବେ ବ୍ୟାହତ ହେଉଛି।

ଏହି ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦାମାନେ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ଗ୍ରୀଭେନ୍ସ ମାଧ୍ୟମରେ ଅଭିଯୋଗ କରିଥିବା ସହ ରାୟଗଡା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବେ ଅବଗତ କରାଇଛନ୍ତି। ତଥାପି ଆଜି ପର୍ଯ୍ୟନ୍ତ ରାସ୍ତାର ସ୍ଥାୟୀ ମରାମତି କାମ ଆରମ୍ଭ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।

ବିଶେଷ କରି ବର୍ଷା ଦିନରେ ସ୍କୁଲ ବସ, ଆମ୍ବୁଲାନ୍ସ, ଅଟୋରିକ୍ସା ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ସେବା ପ୍ରଭାବିତ ହେଉଥିବା ସହ ଛୋଟ ଛୋଟ ସ୍କୁଲ ପଢ଼ୁଆ ପିଲାମାନେ ପ୍ରତିଦିନ କାଦୁଅ ଓ ପାଣି ଭରା ରାସ୍ତା ଦେଇ ବିପଦପୂର୍ଣ୍ଣ ଭାବେ ସ୍କୁଲକୁ ଯିବାକୁ ବାଧ୍ୟ ହେଉଛନ୍ତି। ବୃଦ୍ଧ, ମହିଳା ଓ ରୋଗୀମାନେ ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରିବାରେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ବର୍ଷକୁ ବର୍ଷ ରାସ୍ତାର ସ୍ଥାୟୀ ଉନ୍ନତିକରଣ ନ ହେବାରୁ ବର୍ଷା ଆସିଲେ ପରିସ୍ଥିତି ଆହୁରି ଭୟଙ୍କର ହୋଇପଡ଼ୁଛି। ଏହା କେବଳ ଯାତାୟାତ ସମସ୍ୟା ସୃଷ୍ଟି କରୁନାହିଁ, ବରଂ ଦୁର୍ଘଟଣାର ଆଶଙ୍କାକୁ ମଧ୍ୟ ବଢ଼ାଇ ଦେଉଛି।

ତେଣୁ ସାଇପ୍ରିୟା ନଗରର ସମସ୍ତ କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ମରାମତି ଓ ସ୍ଥାୟୀ ଉନ୍ନତିକରଣ ପାଇଁ ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗ ତତ୍କାଳ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି। ସେମାନଙ୍କ ମତରେ, ଶୀଘ୍ର ପଦକ୍ଷେପ ନିଆଯାଇଲେ ଜନସାଧାରଣଙ୍କ ଦୈନନ୍ଦିନ ଯାତାୟାତ ସୁବିଧାଜନକ ହେବା ସହ ବର୍ଷା ଦିନରେ ଦୁର୍ଘଟଣାର ଆଶଙ୍କା ମଧ୍ୟ କମିବ।

ଗୌରି ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବରୁଣଗଡ଼ିଆ ଗ୍ରାମରେ ବିଦ୍ୟୁତ ବିଭ୍ରାଟ ଖବର

Sunil Chandra Nayak

କୋକସରା ଠାରେ ଏଫ.ଏଲ.ଏନ ମୋଡେଲ ସ୍କୁଲ କୋଠରୀ ଉଦଘାଟନ

Sunil Chandra Nayak

ବିଭିନ୍ନ ସ୍ଥାନରେ ୭୭ତମ ସ୍ଵାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!