ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାରଳା ପରିବାର ପକ୍ଷରୁ ରଥଯାତ୍ରା ଅବସରରେ କାନିକା ପ୍ରସାଦ ବଣ୍ଟନ

ରାଉରକେଲା/ସ୍ଵେଚ୍ଛାସେବୀ ସଂଗଠନ ଶାରଳା ପରିବାର ପକ୍ଷରୁ ସେକ୍ଟର -୨୦ ଡି ବ୍ଲକ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ରଥଯାତ୍ରା ଅବସରରେ ସଂଗଠନର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀଙ୍କ ତତ୍ଵାବଧାନରେ ଶାରଳା ପରିବାରର ସମସ୍ତ ସଭ୍ୟ ଓ ସଭ୍ୟାମାନେ ମିଶି ଉପସ୍ଥିତ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ କାନିକା ପ୍ରସାଦ ବଣ୍ଟନ କରିଥିଲେ। ଏହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମକୁ ମନ୍ଦିରର ସହଯୋଗୀ ଟ୍ରଷ୍ଟି ସନାତନ ଭଦ୍ର ଉଦ୍ଘାଟନ କରିଥିଲେ। ବିଗତ ବର୍ଷ ପରି ଏହିବର୍ଷ ରଥଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶାରଳା ପରିବାରର ସଭ୍ୟା ସସ୍ମିତା ପ୍ରଧାନ,ଯଶୋବନ୍ତ ବେହେରା,ବିଜୟ କୁମାର ମହାନ୍ତି,ଅକ୍ଷୟ କୁମାର ବାରିକ,ପଞ୍ଚାନନ ପରିଡ଼ା, କବିନ୍ଦ୍ର ସ୍ୱାଇଁ,କୈଳାଶ ଚନ୍ଦ୍ର ନାୟକ,ଜ୍ୟୋତିର୍ମୟ ଆଚାର୍ଯ୍ୟ,ଧୋଜେନ୍ଦ୍ର ପ୍ରସାଦ ସାହୁ,ଅଜୟ କୁମାର ପାତ୍ର, ପ୍ରଫୁଲ୍ଲ କୁମାର ଭୋଇ,ସନ୍ୟାସୀ ପ୍ରଧାନ,ମଳୟ ନାୟକ, କିଶୋର କୁମାର ନାୟକ,ବିଶ୍ଵନାଥ ବେହେରା,ଉମାକାନ୍ତ ରାଉତ ଓ ପ୍ରଶାନ୍ତ କୁମାର ବାରିକଙ୍କ ସମେତ ଅନେକ ସଭ୍ୟ ଓ ସଭ୍ୟା ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

ବେସରକାରୀ ଜାଗା ରେ ଚାରିଛି 67 ବର୍ଷ ର ବିଦ୍ୟାଳୟ !

Sunil Chandra Nayak

ଅଖିଳ ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକର୍ତ୍ତା ମିଳନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!