ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭାଗ ଚୁପ୍, ଚାଷୀ କଲେ ଘାଇ ମରାମତି

ବିଭାଗ ଚୁପ୍, ଚାଷୀ କଲେ ଘାଇ ମରାମତି

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ବେଲପଡ଼ା ସ୍ଥିତ ବସ୍ ଷ୍ଟେସନ୍ ନିକଟରେ ଗତ କିଛି ଦିନ ହେଲା ମୁଖ୍ୟ କେନାଲରେ ଏକ ବିରାଟ ଘାଇ ସୃଷ୍ଟି ହୋଇଥିଲା l ଫଳରେ କେନାଲ ତଳ ମୁଣ୍ଡ ଚାଷୀ ମାନେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି l ଅନେକ ଚାଷୀ ଏଯାଏଁ ରୁଆ ବିହୁଡା଼ କାର୍ଯ୍ୟ ଶେଷ କରିନାହାନ୍ତି l ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅନେକ ଥର ଘାଇ ମରାମତି କରିବାକୁ ଦାବି ହୋଇ ଥିଲେ ସୁଦ୍ଧା କେହି କର୍ଣ୍ଣପାତ କଲେ ନାହିଁ l ଫଳରେ କେନାଲ ତଳମୁଣ୍ଡ ଚାଷୀମାନେ ଏକତ୍ରିତ ହୋଇ ବାଲି ବସ୍ତା ପକାଇ ଘାଇ ମରାମତି କରିଥିବା ଦେଖିବାକୁ ମିଳିଛି l ଏଠାରେ ପ୍ରକାଶ ଥାଉକି ମରାମତି ସମୟରେ ବିଭାଗୀୟ କେନାଲ ଖଲାସୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ l ଚାଷୀ ନେତା ତଥା ପୂର୍ବତନ ସରପଞ୍ଚ ହନୁମାନ ଦାସ ଏଥିରେ ସହଯୋଗର ହାତ ବଢ଼ାଇଥିବା ଦେଖାଯାଏ l କେନାଲର ରକ୍ଷଣା ବେକ୍ଷଣାର ଅଭାବ ଓ ଠିକ୍ ସମୟରେ ସଫେଇ କାର୍ଯ୍ୟ ହେଉ ନ ଥିବାରୁ ଅନେକ ସମୟରେ ଏଭଳି ଘାଇ ସୃଷ୍ଟି ହେଉଛି ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ଅଭାବନୀୟ ଘଟଣା , ଖେଳୁଥିବା ବେଳେ ଛାତ ରୁ ପଡ଼ିଯିବାରୁ ପେଟ ଭିତରେ ରଡ଼ ଗଳି ଯାଇ ନାବାଳକ ଗୁରୁତର

masiha

ଭାରତ ସ୍ବାଭିମାନ ନ୍ୟାସର ସ୍ଥାପନା ଦିବସ ପାଳିତ

masiha

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ପ୍ରଭୁ ଅନନ୍ତଶୟନ ପୀଠରେ ବାଲିଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!