କୁଜଙ୍ଗ :-27/02/23 :- କେମିତିଏ ସଂସାରର ଖେଳ, ଯାହାକୁ ଭରଷା କରି ଗାଁଆ ଟା ଯାକ ନିର୍ବିଘ୍ନରେ ବଞ୍ଚିବା ଶିଖିଥିଲେ ! ଘରେ ଘରେ ଯିଏ ଆଶା ଦିଦି ଭାବେ ଅତି ଆପଣାର ପାଲଟିଯାଇଥିଲେ ! ସମସ୍ତ ଲୋକଙ୍କ ହସଖୁସି ନେଇ ଯିଏ ସୁଖ ସାଉଁଟି ଚାଲିଥିଲେ , ସେଇ ସୁଖକୁ ସହିପାରିଲାନି ଦଇବ ! ସବୁରି ହୃଦୟରେ କୋହ ଭରିଦେଇ ମୃତ୍ୟୁ ତା କୋଳକୁ ନେଇଗଲା ! କେବଳ ଗାଁଆ କାହିଁକି, ତାଙ୍କର ଦେହାନ୍ତରେ ପଞ୍ଚାୟତ ବାସୀଙ୍କ ଆଖିରେ ଲୁହ ! ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ହଂସୁରା ପଞ୍ଚାୟତରେ ! ଗନ୍ଧର୍ବ ବେହେରା ଙ୍କ ପତ୍ନୀ ଅଞ୍ଜନା ବେହେରା, ବୟସ 54, ଯେ କି କୁଜଙ୍ଗ ମେଡିକାଲ ଅଧୀନରେ କାର୍ଯ୍ୟରତ ଆଶା ଦିଦି ମାନଙ୍କର ଆବାହକ ରୂପେ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ଦାୟିତ୍ୱ ବହନ କରି ଆସୁଥିଲେ ! ତାଙ୍କର ନିତିଦିନିଆ କାର୍ଯ୍ୟଥିଲା ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ବିଷୟରେ ବୁଝିବା, ଓ ପ୍ରସୂତି ମହିଳା, କିଶୋରୀ ବାଳିକାଙ୍କ ଯତ୍ନ ନେବା ! ଆବଶ୍ୟକ ମୁତାବକ ଔଷଧ ଦେଇ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରିବା ! ସବୁରି ମୁହଁରେ ଥିଲା ଗୋଟିଏ କଥା, ଆଶାଦିଦି ଆମ ଗାଁ’ର ମାତା ! ମାଆ ହେଇ ପ୍ରତ୍ୟେକ ପରିବାରରେ ସେବା ଯୋଗାଇ ଦେଉଥିବା ଅଞ୍ଜନା ବେହେରା ଆଜି ଆଉ ନାହାନ୍ତି ! ଅନ୍ୟର ସ୍ୱାସ୍ଥ୍ୟ କଥା ବୁଝୁବୁଝୁ ନିଜେ କେତେବେଳେ ସ୍ୱାସ୍ଥ୍ୟ ସମସ୍ୟାରେ ଫସିଗଲେ, ଜାଣି ପାରିଲେନି ! ଖବର ମୁତାବକ ଦୀର୍ଘ ତିନି ବର୍ଷ ପୂର୍ବରୁ ଅଞ୍ଜନା ଙ୍କର ବ୍ରେନ ପ୍ରବ୍ଲେମ ଆରମ୍ଭ ହୋଇଥିଲା, ଯାହାକୁ ସେ ଗୁରୁତ୍ୱ ଦେଇ ନଥିଲେ ! ମଣିଷ ମାନଙ୍କର ସେବାରେ ଭୁଲିଯାଇଥିଲେ କି ତାଙ୍କୁ ବି ଦିନେ ମେଡିକାଲ ଶଯ୍ୟା ଆପଣେଇବାକୁ ପଡିବ ! ଚିକିତ୍ସା ସମୟରେ ଜୀବନ ହରେଇଲେ ! ଯେବେ ଆଉ କିଛି ଦିନ ରହିଯାଇଥାନ୍ତେ ତାହାହେଲେ ସେବା କ୍ଷେତ୍ରରେ ବଡ ଆୱାର୍ଡ ଗୋଟେ ସ୍ୱାସ୍ଥ୍ୟ ବିଭାଗରୁ ପାଇଥାନ୍ତେ ! ତାଙ୍କର ଆମର ଆତ୍ମାର ସଦଗତି କାମନା କରନ୍ତି ପଂଚାୟତବାସୀ ! ମୃତ୍ୟୁ ସମୟରେ ତାଙ୍କ ପାଖରେ ଦୁଇ ପୁଅ ଜ୍ଞାନ ରଞ୍ଜନ ଓ ଦିବ୍ୟ ରଞ୍ଜନ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା !