ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଶା ଦିଦି ନୁହେଁ ଭରଷା ଦିଦି ଥିଲେ, ଦୁଃଖ ଲୁହରେ ଭସେଇ ଦେଇ ଚାଲିଗଲେ !

କୁଜଙ୍ଗ :-27/02/23 :- କେମିତିଏ ସଂସାରର ଖେଳ, ଯାହାକୁ ଭରଷା କରି ଗାଁଆ ଟା ଯାକ ନିର୍ବିଘ୍ନରେ ବଞ୍ଚିବା ଶିଖିଥିଲେ ! ଘରେ ଘରେ ଯିଏ ଆଶା ଦିଦି ଭାବେ ଅତି ଆପଣାର ପାଲଟିଯାଇଥିଲେ ! ସମସ୍ତ ଲୋକଙ୍କ ହସଖୁସି ନେଇ ଯିଏ ସୁଖ ସାଉଁଟି ଚାଲିଥିଲେ , ସେଇ ସୁଖକୁ ସହିପାରିଲାନି ଦଇବ ! ସବୁରି ହୃଦୟରେ କୋହ ଭରିଦେଇ ମୃତ୍ୟୁ ତା କୋଳକୁ ନେଇଗଲା ! କେବଳ ଗାଁଆ କାହିଁକି, ତାଙ୍କର ଦେହାନ୍ତରେ ପଞ୍ଚାୟତ ବାସୀଙ୍କ ଆଖିରେ ଲୁହ ! ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ହଂସୁରା ପଞ୍ଚାୟତରେ ! ଗନ୍ଧର୍ବ ବେହେରା ଙ୍କ ପତ୍ନୀ ଅଞ୍ଜନା ବେହେରା, ବୟସ 54, ଯେ କି କୁଜଙ୍ଗ ମେଡିକାଲ ଅଧୀନରେ କାର୍ଯ୍ୟରତ ଆଶା ଦିଦି ମାନଙ୍କର ଆବାହକ ରୂପେ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ଦାୟିତ୍ୱ ବହନ କରି ଆସୁଥିଲେ ! ତାଙ୍କର ନିତିଦିନିଆ କାର୍ଯ୍ୟଥିଲା ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ବିଷୟରେ ବୁଝିବା, ଓ ପ୍ରସୂତି ମହିଳା, କିଶୋରୀ ବାଳିକାଙ୍କ ଯତ୍ନ ନେବା ! ଆବଶ୍ୟକ ମୁତାବକ ଔଷଧ ଦେଇ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରିବା ! ସବୁରି ମୁହଁରେ ଥିଲା ଗୋଟିଏ କଥା, ଆଶାଦିଦି ଆମ ଗାଁ’ର ମାତା ! ମାଆ ହେଇ ପ୍ରତ୍ୟେକ ପରିବାରରେ ସେବା ଯୋଗାଇ ଦେଉଥିବା ଅଞ୍ଜନା ବେହେରା ଆଜି ଆଉ ନାହାନ୍ତି ! ଅନ୍ୟର ସ୍ୱାସ୍ଥ୍ୟ କଥା ବୁଝୁବୁଝୁ ନିଜେ କେତେବେଳେ ସ୍ୱାସ୍ଥ୍ୟ ସମସ୍ୟାରେ ଫସିଗଲେ, ଜାଣି ପାରିଲେନି ! ଖବର ମୁତାବକ ଦୀର୍ଘ ତିନି ବର୍ଷ ପୂର୍ବରୁ ଅଞ୍ଜନା ଙ୍କର ବ୍ରେନ ପ୍ରବ୍ଲେମ ଆରମ୍ଭ ହୋଇଥିଲା, ଯାହାକୁ ସେ ଗୁରୁତ୍ୱ ଦେଇ ନଥିଲେ ! ମଣିଷ ମାନଙ୍କର ସେବାରେ ଭୁଲିଯାଇଥିଲେ କି ତାଙ୍କୁ ବି ଦିନେ ମେଡିକାଲ ଶଯ୍ୟା ଆପଣେଇବାକୁ ପଡିବ ! ଚିକିତ୍ସା ସମୟରେ ଜୀବନ ହରେଇଲେ ! ଯେବେ ଆଉ କିଛି ଦିନ ରହିଯାଇଥାନ୍ତେ ତାହାହେଲେ ସେବା କ୍ଷେତ୍ରରେ ବଡ ଆୱାର୍ଡ ଗୋଟେ ସ୍ୱାସ୍ଥ୍ୟ ବିଭାଗରୁ ପାଇଥାନ୍ତେ ! ତାଙ୍କର ଆମର ଆତ୍ମାର ସଦଗତି କାମନା କରନ୍ତି ପଂଚାୟତବାସୀ ! ମୃତ୍ୟୁ ସମୟରେ ତାଙ୍କ ପାଖରେ ଦୁଇ ପୁଅ ଜ୍ଞାନ ରଞ୍ଜନ ଓ ଦିବ୍ୟ ରଞ୍ଜନ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା !

କୁଜଙ୍ଗରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସଂଘ ଶତବାର୍ଷିକ ପଥ ସଂଚଳନ ର ଭବ୍ୟ ଅୟୋଜନ

Sunil Chandra Nayak

ରାଇରଙ୍ଗପୁରରେ ବିଜୁ ଯୁବ ଜନତା ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମରେ ୯୧ ୟୁନିଟ ରକ୍ତ ସଂଗୃହୀତ 

masiha

ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!