ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନୀୟ ଜଳ ପାଉନାହାନ୍ତି ଲୋକେ:ରାସ୍ତା ଉପରେ ଜମି ରହୁଥିବା ପାନୀୟ ଜଳ ବ୍ୟବହାର କରୁଛନ୍ତି କୁକୁର ଗାଇଗୋରୁ:କଂକ୍ରିଟ୍ ରସ୍ତା ହେଉଛି ଖରାପ:ପ୍ରଶାସନର ଅବହେଳାକୁ ସାହିବାସିନ୍ଦା କରୁଛନ୍ତି ନିନ୍ଦା

ନବରଙ୍ଗପୁର —(ମସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ନୁଆଁଗୁଡା ଠାରେ ୪୦ହଜାର ଲିଟର ପାନୀୟ ଜଳ ନିମନ୍ତେ ଉଚ୍ଚତା ସମ୍ପନ୍ନ ଟାଙ୍କି ନିର୍ମାଣ ହୋଇ ଜନ ସାଧାରଣଙ୍କୁ ସ୍ଵଛ ପାନୀୟ ଜଳ ଯୋଗାଇ ଦେବାକୁ ସମସ୍ତ ପ୍ରକାର ବ୍ୟବସ୍ଥା ସରକାର କରିଛନ୍ତି।କିନ୍ତୁ ଏହାକୁ ପରିଚାଳନା କରିବା ନିମନ୍ତେ ଅଧିକାରୀ ଓ ସ୍ଵାବଲମ୍ବୀ କାରିଗର ରହିଥିଲେହେ,ମାତ୍ର ପରିଚାଳନା କିପରି କରୁଛନ୍ତି,ତାହା ସେମାନଙ୍କୁହି ଜଣା?ଆଗକୁ ଗ୍ରୀଷ୍ମ ଦିନ ଆସୁଥିବା ବେଳେ ପାନୀୟ ଜଳର ଉକ୍ତଟ ସମସ୍ୟା ଦେଖାଦେଇପାରେ,ଯାହାକି ଏବେ ପାନୀୟ ଜଳ ରାସ୍ତା ଉପରେ ଭାସୁଥିବା ଦେଖାଯାଉଛି।ରାସ୍ତା ଉପରେ ଭାସି କଙ୍କ୍ରିଟ ରାସ୍ତା ଖରାପ ହେବାକୁ ବସିଲାଣି।ଏ ପର୍ଜ୍ୟନ୍ତ ଜଳ ଓ ପରିମଳ ବିଭାଗର ବେପରୁଆ ମନୋଭାବ,ଦାଇତ୍ଵହୀନତା ସରକାରୀ କାର୍ଜ୍ୟ ପରିଚାଳନା ଯୋଗୁ କୁମ୍ଭକର୍ଣ ନିଦ୍ରା ଭାଙ୍ଗୁନାହିଁ । ପାଇପ ଫାଟି ରାସ୍ତା ଉପରେ ପାନୀୟ ଜଳ ଭାସୁଛି,ହେଲେ ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ଵେଳେ ଜମି ରହିଥିଵା ଜଳ କୁକୁର ଗାଇଗୋରୁ ପିଉଛନ୍ତି ଏହି ପାଣିକୁ।ତେବେ ଅଧିକାରୀ ଓ ସ୍ଵାବଲମ୍ବୀ କାରିଗର କରୁଛନ୍ତି କଣ ବୋଲି ଜନ ସାଧାରଣରେ ପ୍ରଶ୍ନ ଉଠୁଛି?ପାନୀୟ ଜଳ ଭୁତଳ ପାଇପ୍ ଫାଟିବା ଦ୍ଵାରା ଅପରିଷ୍କାର ପାଣି ଓ କୁକୁର ଅଇଣ୍ଠାପାଣି ପାଇପ ଭିତରେ ପ୍ରବେଶ କରି ସ୍ଵଚ୍ଚ ପାନୀୟ ଜଳକୁ ଦୁଷିତ କଲେ ସେହି ଦୁଷିତ ପାନୀୟ ଜଳ ବ୍ୟବହାର କଲେ କିଏ କହିବ? କେତେବେଳେ ହଇଜା ଭଳି ବେମାର ଜନ ସାଧାରଣଙ୍କୁ ନ ଗ୍ରାସିବ।ଯାହାକି ଏପରି ସମସ୍ୟା ଦେଖିବାକୁ ମିଳିଛି ସାମ୍ବାଦିକ ରବି ମହାନ୍ତିଙ୍କ ଘର ପାଖ ନଳକୁପ ରାସ୍ତାର ଦୁଇ ପାର୍ଶ୍ଵରେ।ଏଣୁ ଜଳ ଓ ପରିମଳ ବିଭାଗ ଅଧିକାରୀମାନଙ୍କୁ ବ୍ଲକ ପ୍ରଶାସନ ଏଦିଗରେ ସେମାନଙ୍କୁ ତତ୍ପର କରାଇ ସରକାରଙ୍କ ଯୋଜନାକୁ ସଫଳ ରୁପାୟନ ଦେବାକୁ ଜନ ସାଧାରଣରେ ଦ୍ରୁଢ ଦାବୀ ହେଉଛି।ଜନ ସାଧାରଣ ଆଗକୁ ଆସୁଥିବା ଗ୍ରୀଷ୍ମଦିନରେ ଯେପରି ସ୍ଵଛ ପାନୀୟ ଜଳ ପାଇବାରୁ ବଞ୍ଚିତ ନ ହୁଅନ୍ତି,ଦ୍ରୁଷ୍ଟି ଦିଅନ୍ତୁ।ଉକ୍ତ ଖବର ପ୍ରକାଶିତ ହୋଇଥିଲେବି ଭାଙ୍ଗୁନାହିଁ କୁମ୍ଭକର୍ଣ ନିଦ୍ରା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ୍-୨୦୨୩ ଉଦଯାପିତ

masiha

ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ

masiha

ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟରେ ଏନ୍‍ ଏସ୍‍ ଏସ୍‍ ତରଫରୁ ରକ୍ତଦାନ ଶିବିର

masiha

Leave a Comment

error: Content is protected !!