ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ର ଅଭିଭାବକଙ୍କ ଛାତ୍ରୀକୁ ମାଡ଼ ଅଭିଯୋଗରେ ସ୍କୁଲ ସମ୍ମୁଖରେ ଛାତ୍ରୀ ଅଭିଭାବକଙ୍କ ଧାରଣା     

କୋକସରା,୧୮/୦୮// କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ସର୍ଗିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଜଣେ ତୃତୀୟ ଶ୍ରେଣୀରେ ପଡୁଥିବା ଛାତ୍ରଙ୍କୁ ସେହି ବିଦ୍ୟାଲୟର ଜଣେ ଛାତ୍ରୀ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା । ଛାତ୍ର ଜଣକ ଏନେଇ ନିଜ ଘରେ ଯାଇ ଅଭିଯୋଗ କରିବା ପରେ ଛାତ୍ରଙ୍କ ବାପା ରାଗିଯାଇ ସ୍କୁଲରେ ପହଞ୍ଚି ଛାତ୍ରୀଙ୍କୁ ଓ ତାଙ୍କ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଭଉଣୀଙ୍କୁ ମାଡ଼ ମାରିଥିବା ଓ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଏନେଇ ମାଡ଼ ଖାଇଥିବା ଦୁଇ ଭଉଣୀଙ୍କ ଅଭିଭାବକ ମାନେ ସ୍କୁଲରେ ଆସି ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ । ପରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍କୁଲରେ ତାଲା ଦେଇ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ। ଏନେଇ କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ପରେ ଘଟଣା ସ୍ଥଳରେ କୋକସରା ବିଇଓ ରଶ୍ମିତା ନେତମ ଓ ଏବିଇଓ ତୋଫାନ ମାଝୀ ସହ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ପହଞ୍ଚି ଧାରଣାରେ ବସି ରହିଥିବା ଅଭିଭାବକଙ୍କ ସହ ଆଲୋଚନା କରି ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କହିବା ପରେ ସ୍କୁଲର ତାଲା ଖୋଲିଥିଲେ । ତେବେ ଘଟଣାକୁ ନେଇ ଦୀର୍ଘ ସମୟ ଧରି ସ୍କୁଲ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ କୋକସରା ଥାନାରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ଜଣାପଡିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆଜି ଦିବସର ଅନୁଚିନ୍ତା : ୨୬ ଫେବୃଆରୀ: ଐତିହାସିକ ସ୍ମୃତି ଓ ଚିନ୍ତନର ଦିନ

Sunil Chandra Nayak

ପଞ୍ଚମ ଦିନରେ ଜିଲ୍ଲା ଦାବୀ ନେଇ ଧାରଣା , ସମ୍ମାନ ଓ ସ୍ୱାଭିମାନ ପାଇଁ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ : କ୍ରିୟାନୁଷ୍ଠାନ କମିଟି

masiha

Exemplar Social worker of our time : Mr.Daman Mohanty.

Sunil Chandra Nayak

Leave a Comment

error: Content is protected !!