ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଗାର୍ଜୁନ ମକର ଯାତ୍ରା ନିମନ୍ତେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୌଦ୍ଧ – 05-01- ( ହୃଦାନନ୍ଦ ମେହେର )- ବୌଦ୍ଧ ସଦର ବ୍ଲକ୍ ଆମ୍ବଝରୀ ଓ ବ୍ରାହ୍ମଣୀପାଲି ପଂଚାୟତ ମଧ୍ୟ ସ୍ଥଳୀ ନାଗାର୍ଜୁନ ପୀଠରେ ମକର ଯାତ୍ରା ନିମନ୍ତେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଲକ୍ଷ୍ମୀପୁର ଗୌନ୍ତିଆ ସୁନୀଲ କୁମାର ବାରିକ ସଭାପତିତ୍ବ କରିଥିଲେ l ଦାଦରର୍ଗାଁ ଗୌନ୍ତିଆ ଜାତକ ନାଏକ ବିବରଣୀ ପଠନ କରିଥିଲେ ଓ ଯାତ୍ରା ନିମନ୍ତେ ବିଭିନ୍ନ ବିଭାଗ ବଣ୍ଟନ କରି ଥିଲେ l ବିଭିନ୍ନ ଆଲୋଚନାରେ କୋଷାଧ୍ୟକ୍ଷ ନାଗା ଅମାତ , ବ୍ରାହ୍ମଣୀ ପାଲି ସରପଞ୍ଚ ଅରୁଣ ବାଘ, ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପ୍ରଧାନ,ଯତୀନ ଦାସ ପଲିଆ, ସୁବାଷ ଚନ୍ଦ୍ର ବାରିକ, ସମ୍ବାରୁ ନାଏକ, ନବୀନ କହଁର, ପୂଜକ ଆଦିକନ୍ଦ ଦାଶ, ଘାସିରାମ କହଁର, ରାଜ ନାଏକ, ବିଷ୍ଣୁ ବଗର୍ତ୍ତୀ, ବ୍ରାହ୍ମଣୀ ପାଲି ୱାଡ ସଭ୍ୟ କୁନା ଚରଣ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଆସନ୍ତା 14 ଓ 15 ତାରିଖରେ ମକର ଯାତ୍ରା ମହାସମାରୋରେ ଆୟୋଜିତ ହେବ l ଏଥିରେ ଅଷ୍ଟପ୍ରହରୀ ନାମ ଯଜ୍ଞ, ରାମାୟଣ ପାଠ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ସାଧୁ ସେବା,କଳାକାର ସମ୍ବର୍ଧନା ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଆୟାଯୋକ କମିଟି ତରଫରୁ ସୂଚନା ପ୍ରଦାନ କରିଛନ୍ତି l ସେଷରେ ଜାତକ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l

Related posts

ବିଭିନ୍ନ ଦାବି ନେଇ କଲା ବ୍ୟାଞ୍ଚ ପିନ୍ଧିଲେ ପିଇଓ ସଂଘ

Sunil Chandra Nayak

ଓଡ଼ିଆ ପକ୍ଷର ତୃତୀୟ ଦିବସ ରେ ଜିଲ୍ଲାରେ ପାରମ୍ପରିକ ପୋଷାକ ପରିଧାନ

masiha

ଓଡିଆ ପକ୍ଷ ପାଳନ ଅବସରରେ ଗଣଦୌଡ

Sunil Chandra Nayak

Leave a Comment

error: Content is protected !!