ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଲବନ୍ଧ ପଡାରେ ଆଗକୁ ଦୀପାବଳି ପର୍ବ ସେନେଇ ପ୍ରସ୍ତୁତି ବୈଠକ , ଆସନ୍ତା ମାସ ୧୯,୨୦,୨୧ ତିନି ଦିନ ଧରି ପାଳିତ ହେବାକୁ ଯାଉଛି ଦୀପାବଳି ପର୍ବ 

ତାଲବନ୍ଧ ପଡାରେ ଆଗକୁ ଦୀପାବଳି ପର୍ବ ସେନେଇ ପ୍ରସ୍ତୁତି ବୈଠକ , ଆସନ୍ତା ମାସ ୧୯,୨୦,୨୧ ତିନି ଦିନ ଧରି ପାଳିତ ହେବାକୁ ଯାଉଛି ଦୀପାବଳି ପର୍ବ 

ଥୁଆମୂଳ ରାମପୁର:୨୩/୦୯ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ଯାଳୟ ସ୍ଥିତ ତାଲବନ୍ଦ ପଡ଼ା ଠାରେ ନବ ଜୀବନ ଯୁବ ଅନୁଷ୍ଠାନ ଏବଂ ଦୀପାବଳି ପୂଜା କମିଟି ତରଫରୁ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଚଳିତ ମାସରେ ପାଳନ ହେବାକୁ ଯାଉଛି ଦିପାବଳି ପର୍ବ ବା ମାଁ ମହାକାଳୀ ଦେବୀ ଓ ବାବା ଭୈରବ ଦେବଙ୍କ ଝାମୁଯାତ୍ରା ପର୍ବ l ତାଲବନ୍ଦ ପଡ଼ା, ଜଗନ୍ନାଥ କଲୋନୀ, ସ୍ବପ୍ନ ସାଗର ପଡା, ସମାଗୁଡାର ପଡାବାସୀଙ୍କ ମିଳିତ ସହଯୋଗରେ ଚଳିତ ମାସରେ ବେଶ୍ ଧୁମ୍ ଧାମରେ ପାଳନ ହେବାକୁ ଯାଉଛି ଦୀପାବଳି ପର୍ବ l ଏହି କ୍ରମରେ ମଙ୍ଗଳବାର ଦୀପାବଳି ପୂଜା କମିଟିର ସଭାପତି ମାଣିକ୍ୟ ଚନ୍ଦ୍ର ନାଏକଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂର୍ବ ବର୍ଷରେ ଦିପାବଳି ପର୍ବରେ ଆୟ ଓ ବ୍ୟୟ କରାଯାଇଥିଲା ତାଉପରେ ଆଲୋଚନା କରାଯିବା ସହ ଆସନ୍ତା ମାସରେ କେମିତି ସୁନ୍ଦର ସରସ ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କେମିତି ପରମ୍ପରା ବା ରୀତିନୀତି ଅନୁଯାୟୀ ପୂଜାବିଧି ଓ ପର୍ବ ପାଳିତ ହେବ ଉପସ୍ଥିତ ୪ ଗୋଟି ପଡ଼ାର ବାସିନ୍ଦାକୁ ନେଇ ଆଲୋଚନା କରାଯାଇଥିଲା l ତାହାସହିତ ଯାତ୍ରାର ପରିଚାଳନା ପାଇଁ ପୂର୍ବ କମିଟିଙ୍କୁ ହିଁ ଆସନ୍ତା ମାସ ଦୀପାବଳି ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା l ଏଥିରେ ସଭାପତି ଭାବରେ ମାଣିକ୍ୟ ଚନ୍ଦ୍ର ନାଏକ ଙ୍କୁ ଦାୟିତ୍ଵ ଅର୍ପଣ କରିଥିବା ବେଳେ ଉପ ସଭାପତି ଭାବେ ଗୁଣନିଧି ନାଏକ, ସମ୍ପାଦକ ଭାବେ କୃଷ୍ଣ ଚନ୍ଦ୍ର ନାଏକ, ସହ ସମ୍ପାଦକ ଭାବେ କୈଳାଶ ଛତ୍ରିଆ, କୋଷାଧ୍ୟକ୍ଷ ଗଣେଶ୍ୱର ନାଏକଙ୍କୁ ଉପସ୍ଥିତ ପଡ଼ା ବାସୀ ପୁନର୍ବାର ମନୋନୀତ କରିଥିଲେ l ଆସନ୍ତା ମାସ ୧୯,୨୦,୨୧ ତିନିଦିନ ଧରି ହେବ ଦୀପାବଳି ପର୍ବ l ଏଥିରେ ପ୍ରଥମ ଦିବସ ୧୯ ଅକ୍ଟୋବର ୨୦୨୫ ରେ କଳସ ଯାତ୍ରା ବା ଉପବାସ ଏବଂ ରାତ୍ର ରେ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ଗୀତିନାଟ୍ୟ, ଦ୍ୱିତୀୟ ଦିବସ ୨୦ ତାରିଖରେ ଦୀପାବଳି ପର୍ବ ବା ବାବା ଭୈରବ ଦେବ ଓ ମାଁ ମହାକାଳୀ ଦେବୀ ଙ୍କ ଝାମୁଯାତ୍ରା ପର୍ବ ସହ ରାତ୍ରରେ (ମେଲୋଡି ନାଇଟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ) ତୃତୀୟ ଦିବସ ୨୧ ତାରିଖ ବା ଉଦଯାପନୀ ଦିବସର ସକାଳେ ଜେନାମରା ଏବଂ ଅପରାହ୍ନ ସମୟରେ ପାରମ୍ପରିକ ବେଶଭୂଷା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଧର୍ମଗଡ଼ ବିଧାନସଭା ଉନ୍ନୟନ ବୈଠକ “ସରକାରୀ ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ ନ ହେଲେ ଆଗାମୀ ଦିନରେ ସଂପୃକ୍ତ ଅଧିକାରୀ ମାନେ ଦାୟୀ ରହିବେ। “ବିଧାୟକ ସୁଧୀର ପଟ୍ଟଯୋଷୀ

masiha

ଗରିମା ପରିବାରର ଉତ୍କଳ ଦିବସ ପାଳନ

Sunil Chandra Nayak

A new Branch office opened of Canara Bank at 42 Mouza.

masiha

Leave a Comment

error: Content is protected !!