ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୪ ପାଳିତ 

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୪ ପାଳିତ 

କେନ୍ଦ୍ରାପଡା, ତା୧୯.୦୧.୨୦୨୪ରିଖ :- ଚଳିତ ବର୍ଷ ପାଣି ପଞ୍ଚାୟତ ପକ୍ଷ ପାଳନ-୨୦୨୪ ଆମ ରାଜ୍ୟରେ ଜାନୁୟାରୀ ତା୧୬ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି I ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଉଠା ଜଳସେଚନ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ଉଠା ଜଳସେଚନ ବିଭାଗ ଅଧ୍ୟକ୍ଷଣ ଯନ୍ତ୍ରୀ ଶ୍ରୀ ପବିତ୍ର ପରିଡାଙ୍କ ଅଧ୍ୟକ୍ଷତାରେ ପାଣି ପଞ୍ଚାୟତ ପକ୍ଷ-୨୦୨୪ ପାଳିତ ହୋଇଯାଇଅଛି I ଏଥିରେ ମୁଖ୍ୟ ଅତିଥିଭାବେ ଉଠା ଜଳସେଚନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେଶ ପତ୍ରୀ ଯୋଗଦେଇ ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତ ସଭ୍ୟ/ସଭ୍ୟାମାନଙ୍କ ଗୁରୁତ୍ଵପୂର୍ଣ୍ଣ ଅବଦାନକୁ ସମ୍ମାନ ଓ ସ୍ୱୀକୃତି ଜଣାଇବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ସୁନ୍ଦର ପ୍ରୟାସ ଓ ଯୋଜନା ବୋଲି ମତବ୍ୟକ୍ତ କରିଥିଲେ I ପାଣି ପଞ୍ଚାୟତରେ ମହିଳାମାନଙ୍କ ଅଂଶ ଗ୍ରହଣ ବୃଦ୍ଧି ପାଇଁ ଚାଷୀମାନଙ୍କ ପରିବାରର ମହିଳା ସଦସ୍ୟାମାନଙ୍କୁ ସାମିଲ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ I ରାଜ୍ୟ ସରକାର ଜଳସେଚନ ଭିତ୍ତିଭୂମି ନିର୍ମାଣକୁ ସୁଦୃଢ କରିବା ଯୋଗୁଁ ଅଧିକରୁ ଅଧିକ ଜମିକୁ ଜଳସେଚନ ସୁବିଧା ପାଣି ପଞ୍ଚାୟତ ମାଧ୍ୟମରେ ଯୋଗାଇ ଦିଆଯାଉଛି I ନ୍ୟାୟ ସଙ୍ଗତ ଓ ସମାନତା ଭିତ୍ତିରେ ବିଭିନ୍ନ ଜଳ ବ୍ୟବହାରକାରୀମାନଙ୍କ ମଧ୍ୟରେ ଜଳ ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିପାରିଲେ ଜଳ ସଂରକ୍ଷଣ, ଜଳର ପୁନଃ ବ୍ୟବହାର ସହିତ ଫସଲର ବିବିଧକରଣ ଜରିଆରେ ଅଧିକ ପ୍ରକାରର ଫସଲର ଉତ୍ପାଦନ ହୋଇପାରିବ I ଜଳର ସୁବ୍ୟବହାର ପାଇଁ ବୌଷୟିକ ଜ୍ଞାନକୌଶଳର ପ୍ରୟୋଗ, ସମାନ ଓ ନ୍ୟାୟୋଚିତ ଜଳ ପରିଚାଳନା ହୋଇପାରିଲେ କେନ୍ଦ୍ରାପଡ଼ା ଭଳି କୃଷି ପ୍ରଧାନ ଜିଲ୍ଲାରେ କୃଷକମାନଙ୍କ ଅର୍ଥନୈତିକ ମାନଦଣ୍ଡ ସୁଦୃଢ ହୋଇପାରିବ I ୨୯୨୨ ଗୋଟି ଅଚଳ ଉଠା ଜଳସେଚନ ପଏଣ୍ଟକୁ ସଚଳ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ କେନ୍ଦ୍ରାପଡ଼ାରେ ସର୍ବାଧିକ ୨୧୮ଟି ଉଠା ଜଳସେଚନ ପଏଣ୍ଟ ସଚଳ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ I ଉକ୍ତ ବୈଠକରେ ସମ୍ମାନିତ ଅତିଥିଭାବେ କେନ୍ଦ୍ରାପଡ଼ା କୃଷି ଅଧିକାରୀ ଶ୍ରୀ ନିରଞ୍ଜନ ରାଉତ, କୃଷି ବିଜ୍ଞାନ କେନ୍ଦ୍ରର ପ୍ରଭାତ କୁମାର ସାହୁ, ଉଦ୍ୟାନ କୃଷି ବିଭାଗର ଦୀପ୍ତିକାନ୍ତ ଓଝା, କେନ୍ଦ୍ରାପଡ଼ା ସହକାରୀ ମସ୍ୟ ଅଧିକାରୀ ମୋନାଲିସା ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶୋକ ବଳିଆରସିଂହ ଯୋଗଦେଇଥିଲେ I ଉଠା ଜଳସେଚନ ବିଭାଗ ଅଧ୍ୟକ୍ଷଣ ଯନ୍ତ୍ରୀ ଶ୍ରୀ ପବିତ୍ର ପରିଡା ପିପିଟି ମାଧ୍ୟମରେ ସମବେତ ଚାଷୀମାନଙ୍କୁ ପାଣି ପଞ୍ଚାୟତ ପରିଚାଳନା ଗତ ସମସ୍ୟା ବିଷୟରେ ବୁଝାଇ ଥିଲେ I ପାଣି ପଞ୍ଚାୟତ ପକ୍ଷ-୨୦୨୪ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହ ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ I ଏହି ବୈଠକରେ ବିଭିନ୍ନ ପାଣି ପଞ୍ଚାୟତର ସମ୍ପାଦକ, ସଭ୍ୟା/ସଭ୍ୟ, ସ୍କୁଲ ଛାତ୍ରଛାତ୍ରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ I କେନ୍ଦ୍ରାପଡ଼ା ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଏନ.ସି. ସେଠୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ 

Related posts

ରାୟଗଡ଼ା ଜନସଂଖ୍ୟା ପକ୍ଷରୁ ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ପ୍ରଣୟନ ସହିତ ଜାତି , ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସବୁ ନାଗରିକଙ୍କ ନିମନ୍ତେ ଦୁଇ ସନ୍ତାନ ଆଇନ ଲାଗୁ କରିବା ପାଇଁ ଦାବିପତ୍ର ପ୍ରଦାନ 

masiha

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ମଣ୍ଡି ସଚେତନତା ରଥ ଏବଂ କର୍ମଶାଳା ଉଦଘାଟିତ

masiha

ରାୟଗଡା ଠାରେ ଜିଲ୍ଳାସ୍ତରୀୟ ୮୮ତମ ଓଡିଶା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!