ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଞ୍ଝାରପୁର ରେ ସର୍ଦ୍ଦାର ବଲ୍ଲଭଭାଇ ପଟ୍ଟେଲ ଙ୍କ ଜନ୍ମ ଜୟନ୍ତୀ

ବିଞ୍ଝାରପୁର ରେ ସର୍ଦ୍ଦାର ବଲ୍ଲଭଭାଇ ପଟ୍ଟେଲ ଙ୍କ ଜନ୍ମ ଜୟନ୍ତୀ 

ବିଂଝାରପୁର , ୩୧|୧୦ (ମସିହା ନ୍ୟୁଜ ) ପ୍ରଦୀପ କୁମାର ମଲ୍ଲିକ —  :ଆଜି ସାରା ଦେଶରେ ପାଳିତ ହେଉଛି ସର୍ଦ୍ଦାର ବଲ୍ଲଭଭାଇ ପଟ୍ଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସୟଦପୁର ପଂଚାୟତ ସଫର ଅଲ୍ଲୀ ଆଖୁନ୍ଦ ମହଲ୍ଲା ନୋଡାଲ ଉ.ପ୍ରା ବିଦ୍ୟାଳୟ ଓ ଇସଲାମିଆ ହାଇସ୍କୁଲରେ ସର୍ଦ୍ଦାର ବଲ୍ଲଭଭାଇ ପଟ୍ଟେଲଙ୍କ ଜନ୍ମ ଜୟନ୍ତୀ ଦିବସରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଶିକ୍ଷକ ରବି ନାରାୟଣ ମହାନ୍ତିଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଂଝାରପୁର ବ୍ଲକ ଅଧକ୍ଷା ରଞ୍ଜିତା କୁମାରୀ ଦାସ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଂଝାରପୁର ବିଡ଼ିଓ ହିତାଂଶୁ ଶେଖର ସାମଲ ଯୋଗଦାନ କରିଥିଲେ l ସେହିପରି ବ୍ଲକ ଉପାଧକ୍ଷା ସେକ ଇର୍ସାଦ, ବିଂଝାରପୁର ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକ, ଓ ସ୍ଥାନୀୟ ସରପଞ୍ଚ ମହମ୍ମଦ ସେକ ସବିର ମଧ୍ୟ ଯୋଗ ଦେଇଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିଥିଲେ l ଅତିଥି ମାନେ ତାଙ୍କ ଅଭିଭାଷଣରେ କହିଥିଲେ ସର୍ଦ୍ଦାରଜୀଙ୍କର ଦୃଢ଼ ଇଚ୍ଛା ଶକ୍ତି ବଳରେ ଭାରତର ଅଖଣ୍ଡତା ସମ୍ଭବ ହେଲା ବୋଲି ମତ ପ୍ରକାଶ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କର ଜୀବନ ନିଦର୍ଶନରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ l ତେଣୁ ଆଜିର ଯୁବପିଢ଼ୀ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ମନେ ପକାଇ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର । ପରିଶେଷରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଭୟ ସ୍କୁଲର ପ୍ରଧାନ ଶିକ୍ଷକ ସେକ ମହମ୍ମଦ ଫାକୀର ହୋସେନ,ଶରତ କୁମାର ସାହୁ,ଓ ଅନ୍ୟନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ l 

 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଓଡ଼ିଶା ଦିବସ ପାଳନ

masiha

ନବରଙ୍ଗପୁର ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ନିମନ୍ତେ ଶୋଭାଯାତ୍ରା 

masiha

ଆଦର୍ଶ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କୁ ଯାଦବ ମହାସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ 

Sunil Chandra Nayak

Leave a Comment

error: Content is protected !!