ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତ ଦ୍ୱୟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

୨୦୧୯ ମସିହାରେ କେଗାଁ ଥାନା ଅନ୍ତର୍ଗତ ଆଇଁଲି ଯୋରପଡା ଗ୍ରାମର ଅଶୋକ କଟା, ଅଷ୍ଟମ କଟା ଓ ଜିତ କେତକୀ କିଛି ଗ୍ରାମବାସୀ ଙ୍କୁ ନେଇ ଅଭିଯୋଗକାରୀ ପାର୍ଥବ କଟା ର ସରକାରୀ ଜମିରେ ନିର୍ମିତ ଚାଳଘର ନିକଟକୁ ଯାଇ ଗଣ୍ଡଗୋଳ କରିଥିଲେ । ବଚସା ସମୟରେ ଅଭିଯୁକ୍ତ ମାନେ ସେମାନଙ୍କ ପରିବାର ସଦସ୍ୟ ମାନଙ୍କୁ ପିଟିବା ସହ ଅଭିଯୋଗକାରୀ ଙ୍କ ବୃଦ୍ଧା ମାଆ ଙ୍କ ମୁଣ୍ଡରେ ଠେଙ୍ଗା ଯୋଗେ ରକ୍ତାକ୍ତ ଆକ୍ରମଣ କରି ଉକ୍ତ ଚାଳ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗକାରୀ କେଗାଁ ଥାନା ରେ ଲିଖିତ ଏତାଲା ପ୍ରଦାନ କରିଥିଲେ। କେଗାଁ ପୋଲିସ ଏହାର ତଦନ୍ତ କରି ଥାନା କେଶ ନମ୍ବର ୩୦/ ୨୦୧୯ ବଳରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୪୧/୨୯୪/୩୨୩/୩୨୫/୩୦୭/୩୫୪/୪୩୬/୫୦୬ ଓ ୩୪ ଲାଗୁ କରି ତିନି ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ। ଏହି ମାମଲା ଧର୍ମଗଡ଼ ସହାୟକ ଦୌରା ଜଜ୍ ଙ୍କ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା।ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀ ବିଶ୍ବବିସୃତ କର ଆଜି ମାମଲା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ଅଶୋକ କଟା ଓ ଅଷ୍ଟମ କଟା କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୩୦୭ ବଳରେ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ଛଅମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। ଅପର ପକ୍ଷରେ ଅଭିଯୁକ୍ତ ଜିତ କେତକୀ କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ରାଜ୍ୟ ସରକାର ଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

Saipriya Nagar to Host Chaitra Parba Celebrations of Maa Majhi Ghoriani

masiha

ବିପ୍ଳବୀ ଧରଣୀ ଧର ନାୟକ ( ଭୂୟାଁ)ଙ୍କ ଜନ୍ମ ଜୟନ୍ତି ପାଳିତ 

masiha

ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଲେ ଧର୍ମଗଡ ର ଭୌମିକ

masiha

Leave a Comment

error: Content is protected !!