ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନମଂଗଳ, ରାସୋଳ ତରଫରୁ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ 

ଢେ଼ଙ୍କାନାଳ (ମ ସୀ ହା)ଅଦ୍ଯ ତା ୧୫/୦୧/୨୩ ରିଖ ରବିବାର ଦିନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ) ରାସୋଳ ଓ ସ୍ବାସ୍ଥ୍ୟ ଆରୋଗ୍ଯ କେନ୍ଦ୍ର ,ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରାସୋଳ ର ମିଳିତ ସହଯୋଗରେ ନୂତନ ବର୍ଷ ଉପଲକ୍ଷେ ଏକ ନିଆରା ବଣଭୋଜିର ଆୟୋଜନ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦଣ୍ଡରୀ ଗ୍ରାମ ପଞ୍ଚାୟତର ରଜାଙ୍ଗ ଗ୍ରାମର ଆଦିବାସୀ ସଂପ୍ରଦାୟର ଆବାଳବୃଦ୍ଧବନିତା ମାନଙ୍କ ସହିତ ଏକ ନୂତନ ଉତ୍ସାହ ଉଦ୍ଦୀପନା ରେ ସମାପନ ହୋଇଛି।

ଉକ୍ତ ବଣଭୋଜି ଅବସରରେ ରଜାଙ୍ଗର ଅଧିବାସୀମାନେ ଓଡିଶାର ସଂସ୍କୃତି ପରମ୍ପରା କୁ ବଜାୟ ରଖି ହୁଳହୁଳୀ ହରିବୋଲରେ କାର୍ଯ୍ୟକ୍ରମକୁ ଆରମ୍ଭକରି ପରବର୍ତ୍ତୀ ସମୟରେ ମହିଳା ଓ ଶିଶୁ ମାନଙ୍କର ମ୍ଯୁଜିକ ଚେୟାର ଖେଳ ସାଙ୍ଗକୁ ପିଲା ମାନଙ୍କର ଥ୍ରୋବଲ୍,ଝିଅ ପିଲା ମାନଙ୍କର ପୁଚି ଖେଳ ପ୍ରତିଯୋଗିତା ଅତି ଆମୋଦ ଦାୟକ ଥିଲା।ମିଳିତ ଭାବେ ମହିଳା ମାନଙ୍କର ଗୀତ ର ତାଳେ ତାଳେ ଆଦବାସୀ ନୃତ୍ଯ ଅତି ଆକର୍ଷଣୀୟ ରହିବା ସାଙ୍ଗ କୁ ସାମୁହିକ ଖାଦ୍ୟ ଗ୍ରହଣ ଏବଂ ପରିଶେଷରେ ବିଜେତାମାନଙ୍କୁ ସଂଗଠନ ର ସମସ୍ତ ସେବକ ସେବିକା ଭାଇ ଭଉଣୀ,ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ତଥା ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତି ରେ ସଂଗଠନ ର ଉପଦେଷ୍ଟା ଦ୍ବୟ ରତିକାନ୍ତ ଗଡନାୟକ,ଡାକ୍ତର ଦୟାନିଧି ପୃଷ୍ଟି,ମୁଖ୍ୟ ଅତିଥି ଦଣ୍ଡରୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ବ୍ରଜ ଭାଇ,ସଂଗଠନ ର ସଭାନେତ୍ରୀ ନିରୁପମା ମିଶ୍ର,ଏବଂ ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ପୁରଷ୍କାର ପ୍ରଦାନ କରିବା ସହିତ ଉପସ୍ଥିତ କୁନି କୁନି ପିଲା ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ।

ଏତାଦୃଶ କାର୍ଯ୍ୟକ୍ରମ କୁ ଗ୍ରାମବାସୀ ସ୍ବାଗତ କରିବା ସହିତ ମନଭରି ଉପଭୋଗ କରିଥିବାରୁ ଆନ୍ତରିକ ସାଧୁବାଦ ଏବଂ ଅଶେଷ ଧନ୍ଯବାଦ୍ ଅର୍ପଣ କରିଥିଲେ।ସମସ୍ତ କାର୍ଯ୍ୟ ପ୍ରତିଷ୍ଠାତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୂଚାରୁ ରୂପେ ପରିଚାଳିତ ହେବା ପରେ ସମସ୍ତଙ୍କୁ ନୂତନ ବର୍ଷର ହାର୍ଦିକ ଅଭିନନ୍ଦନ ଜଣାଇବା ସହିତ ଧନ୍ଯବାଦ୍ ଅର୍ପଣ କରି ବଣଭୋଜି ର କାର୍ଯ୍ୟକ୍ରମ କୁ ସମାପନ କରିଥିଲେ।

ପ୍ରକାଶ ଥାଉକି ଆଜିର ଦୁନିଆରେ ରେଭ୍ ପାର୍ଟି ର ତାଳେ ତାଳେ ଯୁବ ଗୋଷ୍ଠୀ ମତୁଆଲା ହେଉ ଥିବା ବେଳେ ସଂଗଠନ ର ଏତାଦୃଶ ଚିନ୍ତାଧାରା ର ବଣଭୋଜି ସମାଜ ପାଇଁ ଏକ ବିଶେଷ ଶିକ୍ଷା ପ୍ରଦାନ କରେ।ବୈଷୟିକ ସୁଖ ସ୍ବାଛନ୍ଦ୍ଯ ର ସାମାୟିକ ଖୁସି ପଛ ରେ ନ ଧାଇଁ ଏତାଦୃଶ ମାନବବାଦୀ ଆତ୍ମୀୟ ଚିରନ୍ତନ ଖୁସି କୁ ଅନୁସରଣ କଲେ ମଣିଷ ଜୀବନ ସାର୍ଥକ ହେବ ବୋଲି ସଂଗଠନ ତରଫରୁ କୁହାଯାଇଛି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ନାଇକ ସଦନ ମୁର୍ଜାଙ୍କ ମା ଆଦିବାରୀଙ୍କ ଅକାଳ ବିୟୋଗରେ ଯୋଗଦେଲେ ସରପଞ୍ଚ

Sunil Chandra Nayak

ହାତୀ ପାଦତଳେ ମହିଳା ମୃତ୍ୟୁ ଗୋଟିଏ ସପ୍ତାହରେ ହାତୀ ଆକ୍ରମଣ ଦୁଇମୃତ,ଏକ ଆହତ 

masiha

ଧରାକୋଟ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!