ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜାଦୀ କା ଅମୃତ ମହୋତ୍ସବ ଏବଂ ମିଶନ ଲାଇଫ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭବାନୀପାଟଣା ତା ୨୭.୨.୨୦୨୩: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭବାନୀପାଟଣା ଏବଂ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସହଯୋଗରେ ଆଜାଦୀ କା ଅମୃତ ମହୋତ୍ସବ, ମିଶନ ଲାଇଫ ସମ୍ପର୍କିତ ଦୁଇଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଉଦ୍ଘାଟନ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶ୍ୱବିଦ୍ୟାବିଦ୍ୟଳୟର ଛାତ୍ର ଛାତ୍ରୀମାନେ ଏକ ସଚେତନତା ପଦଯାତ୍ରାରେ ଅଂଶ ଗ୍ରହଣ କରି ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବର୍ଜନ, ରାଷ୍ଟ୍ର ନିର୍ମାଣପାଇଁ କଠିନ ପରିଶ୍ରମ କରିବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ସାଂସଦ ମାନ୍ୟବର ଶ୍ରୀ ବସନ୍ତ ପଣ୍ଡା ବିଭାଗ ଦ୍ୱାରା ଆୟୋଜିତ ହୋଇଥିବା ଫୋଟୋ ଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଭାରତର ମୁକ୍ତି ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ, ଅପରିଚିତ ଯୋଦ୍ଧାଙ୍କ ବୀର ଗାଥା, ଜି -୨୦, ମିଲେଟ ମିଶନ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜଣ କଲ୍ୟାଣ କରି ଯୋଜନା ସମ୍ପର୍କରେ ୫୦ଟି ଫୋଟୋ ମାଧ୍ୟମରେ ଏହି ପ୍ରଦର୍ଶନୀ ଦ୍ୱାରା ସୂଚନା ପ୍ରଦାନ କରାଯାଇଛି। ପରେ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା ବିନମ୍ର ହୋଇ ସମାଜର ତଳ ସ୍ତରର ଲୋକଙ୍କ ବିକାଶରେ ସହଯୋଗ କରିବା ପାଇଁ ଆହ୍ୱାନ ଦେବାସହ ପ୍ରତ୍ୟକ ଛାତ୍ର ଛାତ୍ରୀଙ୍କୁ ବୀର ଏବଂ ଵୀରାଂଗନା ଭାବେ କଠିନ ପରିଶ୍ରମ ଦ୍ୱାରା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଅନୁପ୍ରାଣିତ କରିଥିଲେ। ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଷ୍ଠ ଅବଦାନକୁ ସ୍ମରଣ କରି ରାଷ୍ଟ୍ର ନିର୍ମାଣ ପଇଁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ଅଛି ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀ ପିତାମ୍ବର ଭୋଇ, ପିଜି କାଉନସିଲ ଅଧ୍ୟକ୍ଷ ଡ଼. ଜୟଦେବ ସାହୁ, ଡ଼. ନଳିନୀକାନ୍ତ ରାଉତ , ବିଶିଷ୍ଟ ଶିକ୍ଷାବିତ ଡ଼. ଉମେଶ ଚନ୍ଦ୍ର ଶତପଥୀ, ଏନ.ଏସ,ଏସ, କାର୍ଯ୍ୟକ୍ରମ ସଂଯୋଜକ ଡ଼. ଚିତ୍ତରଞ୍ଜନ ଖୁଣ୍ଟିଆ, ପ୍ରମୁଖ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲେ। ଏହି ଅବସରରେ କେନ୍ଦ୍ର ସଞ୍ଚାର ବ୍ୟୁରୋ,.ଭୁବନେଶ୍ୱରର ବିଭାଗୀୟ କଳାକାର ଏବଂ ପଂଜିକୃତ କଳାକାର ସୂଚନା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ କେନ୍ଦ୍ର ସଞ୍ଚାର ବ୍ୟୁରୋ, ଭବାନୀ ପାଟଣାର ଅଧିକାରୀ ଶ୍ରୀ ବିଷ୍ଣୁ ଚରଣ ସାହୁ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଅର୍ପର୍ଣ କରିଥିଲେ।      

 

    ମସିହା ନିଉଜ ସର୍ଭିସ୍ 

Related posts

ରାଉରକେଲା ମ୍ଯୁନିସପାଲ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଡ. ଅଜୟ ମିଶ୍ରଙ୍କୁ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

masiha

ଆସନ୍ତା ୨୪ରୁ ବିଶ୍ବନାଥପୁରରେ ବିରାଟ ଧନୁଯାତ୍ରା ମହୋତ୍ସବ

masiha

The Pride & Glory of Kendrapada District – Shri Deepak Choudhury Declared as Disaster Ambassador.

Sunil Chandra Nayak

Leave a Comment

error: Content is protected !!