ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହ୍ଵାବା ଗାଡି ପିଟିଲା ବାଇକକୁ ବାଇକ ଅରୋହୀଙ୍କ ଗୋଡ଼ ଅକାମି

ଗୋଳାମୁଣ୍ଡା/୨୭/୨/ମସିହା // ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦାବାହାଲ ବିଜୁ ଏକ୍ସପ୍ରେସ ରାସ୍ତା ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନାରୁ ପ୍ରକାଶ ଯେ ଗୋଳାମୁଣ୍ଡା ପଟରୁ ବାଇକ ଚାଳକ ଧର୍ମଗଡ ଅଭିମୁଖେ ଯାଉଥିବା ବେଳେ ଧର୍ମଗଡ଼ ପଟରୁ ହ୍ଵାବା ଗାଡ଼ି ଦ୍ରୁତ ଗତିରେ ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ଧକ୍କା ହେବାଫଳରେ ବାଇକ ଚାଲାକଙ୍କ ଡାହାଣ ଗୋଡ଼ ଉପରେ ମାଡିଯାଇଥିଲା । ଦୁର୍ଘଟଣା ପରେ ହ୍ଵାବା ଗାଡି ଅଟକ ନ ରଖି ଆହୁରି ଦ୍ରୁତ ଗତିରେ ଚାଲିଯାଇଥିଲା । ଘଟଣାସ୍ଥଳରେ ବାଇକ ଚାଳକ ଅଚେତ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପହଁଚି ପୋଲିସ କୁ ଜଣାଇଲେ । ଗୋଳାମୁଣ୍ଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଆମ୍ବୁଲେନ୍ସ ଯୋଗେ ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସାଲୟକୁ ପଠାଇଥିଲେ । ବାଇକ ଚାଳକଙ୍କ ଗୋଡ଼ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣକ ହେଉଛି କଣ୍ଟାବାଞ୍ଜିର ପ୍ରମୋଦ କୁମାର ବାରିକ ବୋଲି କୁହାଯାଉଛି । ଏପଟେ ଗୋଳାମୁଣ୍ଡା ପୋଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ କାମ ଚାଲୁଥିବାରୁ ହ୍ଵାବା ଗାଡି ଗୁଡିକ ଦ୍ରୁତ ଗତିରେ ଯିବା ଆସିବା କରୁଥିବାରୁ ଏପରି ଦୁର୍ଘଟଣା ଘଟିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ନବରାତ୍ରି ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ନେଇ ସମଗ୍ର କନ୍ଧମାଳ ଚଳ ଚଞ୍ଚଳ

masiha

ଆମ ପୋଲିସ ସମିତି ବୈଠକ 

masiha

ଶିକ୍ଷା ସହିତ ଛାତ୍ର ଛାତ୍ରୀ ଙ୍କ ସାମଗ୍ରିକ ବିକାଶ ଆବଶ୍ୟକ

masiha

Leave a Comment

error: Content is protected !!