ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମପାହାଡରେ ଆମ ପୁଲିସ ସମିତି ବୈଠକ

 ମୟୂରଭଞ୍ଜ – (ମସିହା)ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଦାମପାହାଡ ଥାନା ଅଧିକାରୀଣି ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ବାଦାମପାହାଡ ପୋଲିସ କର୍ମଚାରୀଙ୍କ ସହିତ ସମ୍ବାଦିକ, ସମାଜସେବୀ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ହୋଇଥିଲେ। ବୈଠକରେ ମୁଖ୍ୟତଃ ସଡ଼କ ସୁରକ୍ଷା, ରାତ୍ରି କାଳୀନ ପେଟ୍ରୋଲିଂ , ଚୋରି ଡକାୟତି ରୋକିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବୈଠକରେ ପୋଲିସ ଏ ଏସ୍ ଆଇ ବିଚିତ୍ରା ନନ୍ଦ ନାଏକ, ସମ୍ବାଦିକ ସଞ୍ଜୟ କୁମାର ମହାକୁଡ, ରଞ୍ଜିତ କୁମାର ମଣ୍ଡଳ, ଲକ୍ଷ୍ମଣ ମାର୍ଣ୍ଡି ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିମଳ ସ୍ୱାଇଁ, ନରେନ୍ଦ୍ର ଲୋହାର, ଅଭିଷେକ ସାହୁ, ରନି ଦାସ, ଦିଲ୍ ବାହାଦୁର, ଦୀପୁ ପୃଷ୍ଟି , ସେକ୍ ମେହମୁଦ୍,ରାଜେନ୍ଦ୍ର ବାରିକ ଏବଂ ରମିଜ୍ ରାଜା ପ୍ରମୁଖ ବୈଠକରେ ଉପସ୍ଥିତ ରହି ଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନା ଅନୁଯାୟୀ ଛେଣ୍ଡରେ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ଦାବି

Sunil Chandra Nayak

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ତୃତୀୟ ଅର୍ଘ୍ୟ : ‘ବ୍ୟକ୍ତିମାନଙ୍କର ମାନସିକ ମଙ୍ଗଳ’ ସମ୍ପର୍କୀତ ବକ୍ତୃତା

masiha

୧-ଆଲମଣ୍ଡା ରେ ପାଳିଲେ ଦି ବାର୍ଷିକ ବିଶ୍ୱ ଆଦିବାସି ଦିନସା ପାଳନ , ୨- ନାବାଳିକାର ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!