ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସତସଙ୍ଗ ଦକ୍ଷିଣ ରାଉରକେଲାରେ ଅନୁଷ୍ଠିତ

ରାଉରକେଲା/ ଦକ୍ଷିଣ ରାଉରକେଲାର ସେକ୍ଟର -୨୨ ର ପରିସରରେ ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ସମିତିର ସତସଙ୍ଗ ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥାଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀ ମାର୍ଥା ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ସେ ତାଙ୍କ ବକ୍ତବ୍ୟରେ ଯୋଗ ଓ ଯୋଗ ଦର୍ଶନ ର ଗୁଢ଼ତତ୍ତ୍ଵ ଉପରେ ଆଲୋକପାତ କରି ମାନବ ସମାଜକୁ ନିରୋଗ ଓ ସୁସ୍ଥ ରଖିବାପାଇଁ ଯୋଗ ଏକମାତ୍ର ମାର୍ଗ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବି. ଏସ. ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନି ସ୍ୱାଇଁ, ଜିଲ୍ଲା ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଯୋଗର ଉପକାରିତା ଓ ମାନବ ସମାଜର ମଙ୍ଗଳ ପାଇଁ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଯୋଗର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ପରମପୂଜ୍ୟ ସ୍ୱାମୀଜୀ ମହାରାଜ ରମଦେବଜୀଙ୍କ ଅବଦାନ ଉପରେ ଚର୍ଚ୍ଚା କରିଥିଲେ। ବରିଷ୍ଠ ଯୋଗ ଶିକ୍ଷକ ତଥା ବିର୍ସା ତହସିଲ୍ ପ୍ରଭାରୀ ହେମନ୍ତ ଜେନାଙ୍କ ମାର୍ଗ ଦର୍ଶନରେ ଯୋଗ ଆଧାରିତ ସଙ୍ଗୀତ ସହ ଆସନ ଏବଂ ଭଜନ ପରିବେଷଣ କରିଥିଲେ ପୁଷ୍ପିତା ମହାପାତ୍ର ଓ ନିରୂପମା ନାୟକ । ଯୋଗ ସାଧକ ଓ ସାଧିକା ମାନଙ୍କ ପାଇଁ ଯୋଗ କୁଇଜ, ବିଭିନ୍ନ ମନୋରଞ୍ଜନ ଖେଳ ସହିତ ପୁରସ୍କାର ବିତରଣ କରା ଯାଇଥିଲା ଓ ଏହାକୁ ପରିଚାଳନା କରିଥିଲେ ଅଦିପ୍ତ କୁମାର ପୃଷ୍ଟି । ଏହି କାର୍ଯ୍ୟକ୍ରମରେ ଯୋଗ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ପରିଡା, ତ୍ରିଲୋଚନ ପରିଡ଼ା, ମାନସି ଦାସ, ଗୋପାଳି ମାର୍ଥା, ରାଣୀ ନ୍ୟୁଟନ୍ ଦୀପ୍ତି, ଜସ୍ମିତା ଜେନା , ନଗେନ୍ଦ୍ର ନାଥ ସ୍ୱାଇଁଙ୍କ ସମେତ ଶତାଧିକ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ମୋହନଗିରି ଗସ୍ତ

masiha

କଳାହାଣ୍ଡି ଜିଲ୍ଲାପାଳଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

ରୁଙ୍ଗଟା କାରଖାନାରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଶ୍ରମିକ

Sunil Chandra Nayak

Leave a Comment

error: Content is protected !!