ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ପାଲା ଗାୟକ ରତିକାନ୍ତ ବାରିକଙ୍କ ମୃତ୍ୟୁ

 ମୟୂରଭଞ୍ଜ –  ମସିହା) ମୟୂରଭଂଜ ଜିଲ୍ଲାର କୁସୁମି ବ୍ଲକ ର ଭଣ୍ଡନ ଗ୍ରାମର ବିଶିଷ୍ଟ ପାଲା ଗାୟକ ରତିକାନ୍ତ ବାରିକଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ କ୍ୟାନସର ରୋଗ ରେ ପୀଡିତ ଥାଇ ଦୁଇ ମାସ ହେଲା ଟାଟା ଟି ଏମ ଏଚ୍ ରେ ଚିକିତ୍ସିତ ହେଉଥିଲେ। ସେ ଜଣେ ବିଶିଷ୍ଟ ପାଲା ଗାୟକ ସହିତ ମୃଦଙ୍ଗ ବାଦ୍ୟ ରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ସେ ଆଜି ବାସଭବନ ଭଣ୍ଡନ ଗ୍ରାମରେ ଭୋର ସମୟରେ ଶେଷ ନିଶ୍ଵାସ ତ୍ୟାଗ କଲେ। ଶଯ୍ୟା ନିକଟରେ ପୁତ୍ର ଝଙ୍କାର ବାରିକ, ପୁତ୍ର ବଧୂ, ପୁତରା, ନାତି ନାତୁଣୀ ବନ୍ଧୁ ବାନ୍ଧବ ଶେଷ ଦର୍ଶନ କରିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସେ ଜଣେ ଅମାୟିକ, ଧାର୍ମିକ, ମିଷ୍ଟଭାଷୀ,ମେଳାପି ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ବାମଘାଟୀ ଉପଖଣ୍ଡରେ ଶୋକରେ ଛାୟା ଖେଳିଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କ୍ରୀଡା ଦିବସ ଉଦଘାଟିତ( ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଛାତ୍ର ଛାତ୍ରୀଙ୍କ ପାଇଁ ଜରୁରୀ)

Sunil Chandra Nayak

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ସବ – ଉଦ୍ୟମ – ଆୟୋଜିତ

masiha

ଧାମନପୁର ପଞ୍ଚାୟତ ହାଇସ୍କୁଲ ଠାରେ ବିଜ୍ଞାନମେଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!