ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଣ୍ଟାରିଗୁଡ଼ାଠାରେ ଫୁଡ୍ କୋର୍ଟ ଉଦ୍‌ଘାଟିତ  ରାୟଗଡ଼ ସହରର ନାଗରିକ ସୁବିଧାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

ଅଣ୍ଟାରିଗୁଡ଼ାଠାରେ ଫୁଡ୍ କୋର୍ଟ ଉଦ୍‌ଘାଟିତ 

ରାୟଗଡ଼ ସହରର ନାଗରିକ ସୁବିଧାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

ରାୟଗଡ଼, ୧୦ ସେପ୍ଟେମ୍ବର ୨୦୨୬: ରାୟଗଡ଼ ସହରର ନାଗରିକ ସୁବିଧା ଓ ସହରୀୟ ଭିତ୍ତିଭୂମି ବିକାଶ ଦିଗରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ରାୟଗଡ଼ ପୌରପରିଷଦ ପକ୍ଷରୁ ଅଣ୍ଟାରିଗୁଡ଼ାଠାରେ ନିର୍ମିତ ଫୁଡ୍ କୋର୍ଟ ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି। ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଏହି ନବନିର୍ମିତ ଫୁଡ୍ କୋର୍ଟକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରାୟଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣୀ, ପ୍ରକଳ୍ପ ନିର୍ଦ୍ଦେଶକ,ଡୁଡା ଶ୍ରୀଯୁକ୍ତ ଅକ୍ଷୟ କୁମାର କ୍ଷେମୁଣ୍ଡୁ, ରାୟଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁଲଦୀପ କୁମାରଙ୍କ ସମେତ ପୌରପରିଷଦର ସମସ୍ତ କାଉନସିଲର, ପୌର କର୍ମଚାରୀ, ସ୍ଥାନୀୟ ଜନସାଧାରଣ ଏବଂ ବିଭିନ୍ନ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଅଣ୍ଟାରିଗୁଡ଼ାଠାରେ ଫୁଡ୍ କୋର୍ଟର ଶୁଭାରମ୍ଭ ଦ୍ୱାରା ସହରବାସୀଙ୍କ ପାଇଁ ଏକ ସୁସ୍ଥ, ପରିଚ୍ଛନ୍ନ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ ପରିବେଶରେ ଖାଦ୍ୟ ଉପଭୋଗ କରିବାର ସୁବିଧା ଉପଲବ୍ଧ ହୋଇଛି। ଏଥିସହିତ ଏହି ଫୁଡ୍ କୋର୍ଟ ସ୍ଥାନୀୟ ଖାଦ୍ୟ ବ୍ୟବସାୟୀ, ଛୋଟ ଉଦ୍ୟୋଗୀ ଓ ଯୁବପିଢ଼ିଙ୍କ ପାଇଁ ରୋଜଗାର ଏବଂ ଆତ୍ମନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି କରିବ। ଉଦ୍‌ଘାଟନୀ ଅବସରରେ ଉପସ୍ଥିତ ଅତିଥିମାନେ ରାୟଗଡ଼ ପୌରପରିଷଦର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହିତ ଏହା ରାୟଗଡ଼ ସହରର ନାଗରିକ ସୁବିଧା, ସହରୀୟ ପରିବେଶ ଓ ଜନସାଧାରଣଙ୍କ ଜୀବନଧାରାକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା ପ୍ରକାଶ କରିଥିଲେ।

ରାୟଗଡ଼ ପୌରପରିଷଦ ସହରବାସୀଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ପରିଚ୍ଛନ୍ନ, ସୁନ୍ଦର, ସୁବ୍ୟବସ୍ଥିତ ଓ ନାଗରିକ-ଅନୁକୂଳ ରାୟଗଡ଼ ସହର ଗଠନ ଦିଗରେ ନିରନ୍ତର ପ୍ରୟାସରତ। ଅଣ୍ଟାରିଗୁଡ଼ାଠାରେ ଫୁଡ୍ କୋର୍ଟ ଏହି ବିକାଶମୂଳକ ଯାତ୍ରାର ଏକ ନୂତନ ମାଇଲଖୁଣ୍ଟ ବୋଲି ରାୟଗଡ଼ ପୌରପରିଷଦ ପକ୍ଷରୁ ପ୍ରକାଶ କରାଯାଇଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼: ଦଣ୍ଡପାଟ ଅଞ୍ଚଳରେ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ କମ୍ବଳ ବଣ୍ଟନ

masiha

ବରିଷ୍ଠ ଦେଵାନୀ ବିଚାରପତି ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ବୀରନରସିହପୁର ଦୁମୁରିମୁଣ୍ଡା ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!