ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ସେବାସ୍ତମ୍ଭ ପ୍ରତିଷ୍ଠାତା ଦାମୋଦର ସଞ୍ଜିବାୟାଙ୍କୁ ଶ୍ରଦ୍ଧାଞ୍ଜଳି

ରାଇରଙ୍ଗପୁର ରେ ସେବାସ୍ତମ୍ଭ ପ୍ରତିଷ୍ଠାତା ଦାମୋଦର ସଞ୍ଜିବାୟାଙ୍କୁ ଶ୍ରଦ୍ଧାଞ୍ଜଳି

ରାଇରଙ୍ଗପୁର – ଅଖିଳ ଭାରତୀୟ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ଯାଲଘୁ କର୍ମଚାରୀ ସଂଘ , ମୟୂରଭଂଜ ଶାଖା ତରଫରୁ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ଶ୍ରାଦ୍ଧ ଦିବସ ପାଳିତ ହୋଇଛି ।ଏଥିରେ ଜିଲ୍ଲା ସଭାପତି ରବୀନ୍ଦ୍ର ମୁଖୀ ସଭାପତିତ୍ବ କରିଥିଲେ ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସେବା ନିବୃତ ଶିକ୍ଷକ ଵାଲାଇ ଟୁଡୁ , ଶହୀଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟରେ ମୁଖ୍ୟ ଟ୍ରଷ୍ଟି ମନୋରଞ୍ଜନ ହାଁସଦାଃ , ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅଧ୍ୟାପକ ବିଜୟ ରାମ,,ସଂପାଦକ ମୋଚିରାମ ମାଝୀ,, ଜିଲ୍ଲା ସାଧାରଣ ସଂପାଦକ ବାଜଲ ମୁର୍ମୁ,ଜିଲ୍ଲା ଉପସଭାପତି ଯୋଗେଶ୍ୱର ତାହାର, ଅଲଚିକି ଶିକ୍ଷକ ବୁଢ଼ାର ମୁର୍ମୁ, ଲକ୍ଷ୍ମୀପ୍ରିୟା ମାରାଣ୍ଡି, ରାଜେଶ ରାମ, ପ୍ରମୁଖ ଯୋଗ ଦେଇଥିଲେ ।ସେବାସ୍ତମ୍ଭ ସମାଜର ଅବହେଳିତ ଲୋକଙ୍କ ସହିତ ଅଛି ।ସେମାନଙ୍କୁ ସୁଖ ଦୁଃଖର ସାଥି ସେବାସ୍ତମ୍ଭ । ସମାଜର ଅବହେଳିତ ବର୍ଗର ସ୍ଵାର୍ଥରକ୍ଷା ପାଇଁ ସେଵାସ୍ତମ୍ଭ ର ମୂଳ ଲକ୍ଷ୍ୟ ।ଆବାହକ ଗୋପାଳକୃଷ୍ଣ ମହାନ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ରାଇରଙ୍ଗପୁର ର ଅକ୍ଷୟ ବିଶ୍ବାଳ 

Related posts

ଵାରିପଦାରେ ଶିଶିର ମୁନ୍ଦୁୟାଙ୍କ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗଦାନ 

Sunil Chandra Nayak

ପୋଡାଗଡ଼ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଆସିଥିବା ଦୁଇ କୋଟି ପଞ୍ଚାନବେ ଲକ୍ଷ୍ୟ ଟଙ୍କା ଅନୁଦାନର ବିନିଯୋଗ ଫର୍ଦ ପ୍ରସ୍ତୁତି ବୈଠକ

Sunil Chandra Nayak

ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

Leave a Comment

error: Content is protected !!