ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ରେ କଲୋପଳା ସରପଞ୍ଚ ଅଯୋଗ୍ୟ ଘୋଷିତ

ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ରେ କଲୋପଳା ସରପଞ୍ଚ ଅଯୋଗ୍ୟ ଘୋଷିତ 

ଜୁନାଗଡ଼,୨୧/୧୧ (ମ ନି ସ) ଗତ ୨୦୨୨ ପଞ୍ଚାୟତିରାଜ ନିର୍ବାଚନ ରେ ଜୁନାଗଡ ବ୍ଲକ ଅନ୍ତର୍ଗତ କଲୋପଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜନ୍ମେଜୟ ସାହୁ ପ୍ରାର୍ଥୀପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ହେବା ପରେ କଳାହାଣ୍ଡି ଜିଲ୍ଲାପାଳ ତଦନ୍ତ କରି ଅଯୋଗ୍ୟ ଘୋଷିତ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ଜନ୍ମେଜୟ ସତ୍ୟପାଠ ରେ ନିଜ ଶିକ୍ଷା ଗତ ଯୋଗ୍ୟତା ଦଶମ ପାସ ବୋଲି ଉଲ୍ଲେଖ କରିଥିବା ବେଳେ ମହିଚଳା ବାଲାଜୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସୂତ୍ର ରୁ ମିଳିଥିବା ତଥ୍ଯ ଅନୁସାରେ ସେ ଦଶମ ଫେଲ ହୋଇଥିବା ଜଣାପଡିଥିଲା। ସେହିପର ଜନ୍ମେଜୟ ଙ୍କ ର ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ମଟର ସାଇକେଲ ଥିବା ବେଳେ ତାହା ସତ୍ୟପାଠ ରେ ସମ୍ପତ୍ତି ତାଲିକା ରେ ଉଲ୍ଲେଖ କରି ନ ଥିଲେ ବୋଳି ପ୍ରମାଣୀତ ହୋଇଥିଲା। ଏ ସମ୍ପର୍କରେ ପୁର୍ବତନ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ସତ୍ୟ ନାରାୟଣ ବେହେରା ବିଭିନ୍ନ ସରକାରୀ ଅଫିସ ରୁ ତଥ୍ୟ ସଂଗ୍ରହ କରି ମିଥ୍ୟା ସତ୍ୟ ପାଠ ସମ୍ପର୍କରେ ପ୍ରାଥମିକ ପ୍ରମାଣ ପାଇବା ପରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଅଦାଲତ ରେ ଅଭିଯୋଗ ଦାଖଲ କରିଥିଲେ। ମାନ୍ୟବର ଜିଲ୍ଲାପାଳ ଜି ପି ଇଲେକ୍ସନ୍ କେଶ ନଂ ୭/୨୨ ଅନୁସାରେ ଉଭୟ ପକ୍ଷ ଙ୍କ ଶୁଣାଣି କରିବା ସହିତ ସମସ୍ତ ସରକାରୀ ଅଫିସ ରୁ କାଗଜାତ ତଦନ୍ତ କରିବା ପରେ ଗତ ୨୭ ଅକ୍ଟୋବର ଦିନ କଲୋପଲା ଗ୍ରାମପଞ୍ଚାୟତ ର ସରପଂଚ ଜନ୍ମେଜୟ ସାହୁଙ୍କୁ ଅଯୋଗ୍ୟ ଘୋଷିତ କରିବା ସହିତ ସେ ସଂପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ। 

ସରକାର ସ୍ୱାୟତ୍ତ ଶାସନ ରେ କ୍ଷମତା ର ବିକେନ୍ଦ୍ରିକରଣ କରିବା ପାଇଁ ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କରିଥିବା ବେଳେ ଏଭଳି ଆସାଧୁ ଲୋକଙ୍କ ପାଇଁ ଯୋଗ୍ୟ ବ୍ୟକ୍ତି ମାନେ ସୁଯୋଗ ପାଇ ପାରୁ ନ ଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଜୁନାଗଡ଼ ସମେତ ବିଭିନ୍ନ ବ୍ଲକ ରେ ଏଭଳି ଅନେକ ସମିତି ସଭ୍ୟ ଓ ସରପଂଚ ମିଥ୍ୟା ସତ୍ୟ ପାଠ ଦାଖଲ କରିଥିବା ଆଲୋଚନା ହେଉଛି। ପ୍ରିଜାଇଡିଂ ଅଫିସର ମାନେ ରାଜନୈତିକ ପ୍ରଭାବ ରେ ପଡ଼ି ଏଭଳି ଭାବେ ଅଣଦେଖା କରୁଥିବା ହେତୁ ସଠିକ ବ୍ୟକ୍ତି ରାଜନୀତି ରୁ ଦୂରେଇ ରହୁଥିବା ସାଧାରଣରେ ଆଲୋଚନା ହେଉଛି। ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ ର ଧାରା ୨୫(୧) ଅନୁସାରେ ପ୍ରଶାସନ ଏହି ମିଥ୍ୟା ସତ୍ୟପାଠ ଘଟଣାରେ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ସେ ସଂପର୍କରେ ଜନସାଧାରଣ ଅପେକ୍ଷା କହିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କରେ ଓଡିଆ ନାମଫଳକ ପ୍ରଦର୍ଶନ

masiha

ରବୀନ୍ଦ୍ର ପଧାନ ଙ୍କ ପରଲୋକ, ଶୋକ ର ଛାୟା 

Sunil Chandra Nayak

ନନ୍ଦାହାଣ୍ଡି ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!