ରାୟଗଡ ଜିଲ୍ଲା ସ୍ତରୀୟ ୭୮ତମ ସ୍ବାଧୀନତା ଦିବସ ପାଳିତ
“ଅସ୍ମିତା ଏକ ଜାତିର ସ୍ୱାଭିମାନର ଆତ୍ମ ପରିଚୟ” -ମାନ୍ୟବର ମନ୍ତ୍ରୀ
ରାୟଗଡ଼/୧୬/୮: :- ଜିଲ୍ଲାସ୍ତରୀୟ ୭୮ତମ ସ୍ବାଧୀନତା ଦିବସ ରାୟଗଡ ଜିଲ୍ଲା ସଦର ମହକୁମାର ସ୍ଥାନୀୟ ଜି.ସି.ଡି ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ବୈଷୟକ ଶିକ୍ଷା ବିଭାଗ, ଓଡିଶା,ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ଘ.୯.୧୫ମି ସମୟରେ ଜାତୀୟ ପତାକା ଉତ୍ତୋଳନ
କରିବା ସଙ୍ଗ ସଙ୍ଗେ ପ୍ୟାରେଡ ଅବିବାଦନ ଗ୍ରହଣ କରିଥିଲେ ଓ ଜିଲ୍ଲାବାସୀଙ୍କ ଉଦେଶ୍ୟରେ ସ୍ବାଧୀନତା ଦିବସ ପାଳନ ଅବସରରେ ଉଦବୋଧନ ଦେଇ କହିଥିଲେ ଯେ ଦେଶର ସ୍ବାଧୀନତା ପାଇଁ ଅନେକ ସଂଗ୍ରାମୀଙ୍କୁ ଆତ୍ମ ବଳିଦାନ ଦେବାକୁ ପଡିଛି। ସେହି ଦେଶ ଭକ୍ତ ମାନଙ୍କୁ ସ୍ମୃତିଚାରଣ କରିଥିଲେ l ବାଣ ପାହାଡ଼ ଘେରା ରାୟଗଡ ଜିଲ୍ଲାର ନିରୀହ ଅଦବାସୀ ମାନେ ଦେଶ ମାତୃକା ପାଇଁ ପ୍ରାଣ ବଳି ଦେବାକୁ ଆଗେଇ ଆସିଥିଲେ l ଏହା ହିଁ ଥିଲା ପ୍ରକୃତ ଓଡ଼ିଆ ଅସ୍ମିତା l ଅସ୍ମିତା ଏକ ଜାତିର ସ୍ୱାଭିମାନର ଆତ୍ମ ପରିଚୟ l ତାର ଭାଷା ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଗାରିମାମୟ ପରିଚିତ l ଅସ୍ମିତାକୁ ନେଇ ବଂଚିବା ଆମର ଗର୍ବ ଗୌରବ l ପ୍ରାଚୁର୍ଯ୍ୟଭରା ରାୟଗଡ ଜିଲ୍ଲାରେ ଅନେକ ଶିଳ୍ପ ସଂସ୍ଥା ଗଢି ଉଠିଛି l ଯାହାକି ଜାତୀୟ ଓ ସ୍ଥାନୀୟ ନିଯୁକ୍ତିଭିତିରେ ସ୍ଥାନୀୟ ଯୁବକ୍ୟୁବତୀ ମାନଙ୍କୁ ନିଯୁକ୍ତି ଦିଆଯାଉଥିବାରୁ ଜିଲାରୁ ଦାଦନ ସମସ୍ୟା କ୍ରମଶଃ ହ୍ରାସ ପାଉଛି ବୋଲି କହିଥିଲେ l ମାନ୍ୟବର ମନ୍ତ୍ରୀ ନିଜ ବକ୍ତବ୍ୟରେ ବର୍ତମାନ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦ୍ଧକ୍ଷେପ ସମ୍ବନ୍ଧରେ ଉଲ୍ଲେଖ କରିବାକୁଯାଇ କହିଲେ ଜେ ଶ୍ରୀମନ୍ଦିର ପାଇଁ ୫ଶହ କୋଟି ତାଙ୍କର କରପସ ଫଣ୍ଡ ଗଠନ, ଓଡ଼ିଆ ଅସ୍ମିତାର ପୁନ୍ନରୁଦ୍ଧାର ନିମନ୍ତେ ୨ଶହ କୋଟିର ସତନ୍ତ୍ର ବ୍ୟବସ୍ଥା, ବିକଶିତ ଓଡିଶା ଗଠନ ପାଇଁ ଭିଜନ ଡକୁମେଣ୍ଟ -୨୦୩୬ ଏବଂ ୨୦୪୭ ପ୍ରସ୍ତୁତ,l ମୁଖ୍ୟମନ୍ତ୍ରୀ ମହୋନ ଚରଣ ମlଝିଙ୍କ ଲୋକଙ୍କ ସରକାର ଓ ଲୋକାଭିକୁଖୀ ସରକାର, କଥା କହିଥିଲେ l କୃଷକ ସଶକ୍ତିକରଣ, ମହିଳା ସଶକ୍ତିକରଣ ନିମନ୍ତେ ସୁଭଦ୍ରା ଯୋଜନା, ମା ପାଇଁ ଗଛଟିଏ, ସ୍ୱାସ୍ଥ୍ୟ ଓ ପରିବlର କଲ୍ୟାଣ ଯୋଜାନl, ଶିକ୍ଷା, ଶିଳ୍ପ ଆଦି ବିଭିନ୍ନ ଯୋଜନା ଉପରେ ଆଲୋକ ପlତ କରିଥିଲେ l
ମାନ୍ୟବର ମନ୍ତ୍ରୀଙ୍କୁ ୩୬ପ୍ୟାରେଡ଼ ଦଳ ତରଫରୁ ଅଭିବାଦନ ଦିଆଯାଇଥିଲା l ଏହାପରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ରଙ୍ଗା ରଙ୍ଗ କ୍ରୀଡା କୌଶଳ ପ୍ରଦର୍ଶନ କରାଯାଇଥିଲା l ଏହାପରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତ୍ବୃତା ଓ ଦେଶାତ୍ମକବୋଧ ସଂଙ୍ଗୀତ ପ୍ରତିଯୋଗୀତାର ଅଣଚାଲିଶ ଜଣ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଚଳିତ ବର୍ଷ ବାର୍ଷିକ ପରୀକ୍ଷାରେ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଥିବା କୃତ୍ତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର ସର୍ଵଚ୍ଚ ନମ୍ବର ରଖି ଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ୟାରେଡ ପ୍ରତିଯୋଗୀତାରେ ବରିଷ୍ଠ ଏନସିସି( ବାଳିକା )ରାୟଗଡ ସ୍ୱୟଂଶlଶିତ ମହାବିଦ୍ୟାଳୟ,ବରିଷ୍ଠ ଏନସିସି ସ୍ୱୟଂଶାସିତ ମହାବିଦ୍ୟାଳୟ,ରାୟଗଡା,ଜୁନିୟର ଏନସିସି ସlକ୍ରିଡ଼ ହାର୍ଟ (ପବିତ୍ର ଆତ୍ମା) ବିଦ୍ୟାଳୟ, ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ,ଆର୍ମି ଉଇଙ୍ଗ,ସ୍କାଉଟ ଗାଇଡ଼ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କନ୍ଧ ମାଲିଗାଁ ଗାଇଡ଼,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ୟୁଥ ରେଡ଼କ୍ରସରେ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାୟଗଡ, ସେନଚୁରିଆନ ପବ୍ଲିକ ସ୍କୁଲ, ରାୟଗଡ, ଜୁନିଅର ରେଡ଼କ୍ରସରେ ସlକ୍ରୀଡ଼ ହାର୍ଟ ସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କାନ୍ଧମାଳିଗାଁ, ବରିଷ୍ଠ ସାଧା ପୋଷାକ ଦଳରେ ସକ୍ରୀଡ଼ ହାର୍ଟ ସ୍କୁଲ ବାଳକ ଦଳ, ଓ ଏକଲବ୍ୟ ଆଦର୍ଶ ଆୱାସିକ ବିଦ୍ୟାଳୟ ଶିରୀଗୁଡାକୁ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା l
ପ୍ରାତଃ ୫ ଘଟିକା ସମୟରେ ରାୟଗଡ ସହରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାମଧୂନ ପ୍ରଚାର କରାଯାଇଥିଲା । ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ବେଳେ ସହରର ଅବସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଓ ଜନ ପ୍ରତିନିଧିମାନେ ମାଲ୍ୟର୍ପଣ କରିଥିଲେ । ପଡ଼ିଆ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ , ଜିଲ୍ଲାପାଳ ଶ୍ରମତି ପାରୁଲ ପଟୱାରୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶା ବିସି, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ମୁଖ୍ୟ ଉନୟ ଅଧିକାରୀ ନିହାର ରଞ୍ଜନ କହଁର, ଅନ୍ୟାନ୍ୟ ଅଧିକାରୀ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ଓ ସେବାସମାଜ, ଉପକାରାଗାର, ଶକ୍ତି ବରିଷ୍ଠ ନାଗରୀକ ଗୃହ, ଏବଂ ସ୍ବେହ୍ନା ସ୍ବଦ୍ଧାର ଗୃହରେ ଥିବା ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।
ଏହlପରେ ସନ୍ଧ୍ୟା ୬. ୦୦ଘଟିକା ସମୟରେ ସ୍ଥାନୀୟ ବିଜୁଟନାୟକ ଅଡିଟୋରୀୟମ ତ୍ରିରଙ୍ଗା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବରପୁତ୍ର ମାନଙ୍କ ଫଟୋ ଚିତ୍ର ପ୍ରଦର୍ଶନୀ ଓ ପୂଜ୍ୟ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ବିଦ୍ୟାଳୟ ଓ ସ୍ଥାନୀୟ କଳାକାର ମାନେ ରଙ୍ଗlରଙ୍ଗ ସଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ,ଜିଲ୍ଲାପାଳ ଶ୍ରୀମତୀ ପଟୱାରୀ, ଅତିରକ୍ତ ଜିଲ୍ଲାପାଳ ଶ୍ରୀ ରଇତ, ସିଡିଓ ଶ୍ରୀ କହଁର, ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ, ଆଦି ଯୋଗଦେଇଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଡିପିଏମ ଓଲେମ ହେମନ୍ତ ବାଗ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ଲୋକସମ୍ପର୍କ ବିଭାଗ, ସଂସ୍କୃତିକ ବିଭାଗ ଓ ଜିଲ୍ଲାପରିଷଦ କାର୍ଯ୍ୟାଳୟରେ ପରିଚାଳନାରେ ସହୋଯୋଗ କରିଥିଲେ l
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍


