ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକ ମାନଙ୍କ ସେବାରେ ଯାତ୍ରୀ ବିଶ୍ରାମଗାର

ଲୋକ ମାନଙ୍କ ସେବାରେ ଯାତ୍ରୀ ବିଶ୍ରାମଗାର

ବାଲେଶ୍ଵର,୨୧/୧୦/୨୩ – ବାଲେଶ୍ଵର ଜିଲ୍ଲା ସୋର-କୁପାରି ରାସ୍ତାର ସମ୍ପ୍ରସାରଣ ପରେ ଯାତ୍ରୀ ମାନଙ୍କ ପାଇଁ ଯାତ୍ରୀ ବିଶ୍ରାମଗାରର ଅତ୍ୟନ୍ତ ଜରୁରୀ ହୋଇ ପଡିଥିଲା । ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବା ପାଇଁ ଯାତ୍ରୀ ମାନଙ୍କୁ ଅପେକ୍ଷା କରିବାକୁ ପଡୁଥିଲା । ଏଥିପାଇଁ କୌଣସି ସ୍ଥାୟୀ ବିଶ୍ରାମଗାର ନ ଥିଲା । ତାହାର ଏକ କରୁଣ ଦୃଶ୍ୟ ଦେଖିବକୁ ମିଳିଥିଲା ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମହତୀପୁର ଠାରେ । ସୂଚନାଯୋଗ୍ୟ କି ଏହି ଛକରେ ରାସ୍ତା ସମ୍ପ୍ରସାରଣ ପୂର୍ବରୁ ଯାତ୍ରୀ ବିଶ୍ରାମଗରଟିଏ ଥିଲା । ଯାତ୍ରୀମାନେ ଯାତ୍ରୀବାହୀ ଯାନକୁ ଅପେକ୍ଷା କରି ସୁରୁଖୁରୁରେ ଯିବା ଆସିବା କରୁଥିଲେ । ମାତ୍ର ରାସ୍ତା ସମ୍ପ୍ରସାରଣ ପରେ ସେହି ବିଶ୍ରାମଗାରଟିକୁ ଭାଙ୍ଗି ଦିଆଯାଇଥିଲା । ସେବେଠାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ହଠାତ୍ ଏ ଦୃଶ୍ୟ ହିମାଂଶୁ ଶେଖର ବେହେରାଙ୍କ ଆଖିରେ ପଡିଥିଲା । ଯିଏକି ୨୦୨୪ ମସିହା ସାଧାରଣ ନିର୍ବାଚନର ଜାତୀୟ କଂଗ୍ରେସ ବିଧାୟକ ପ୍ରାର୍ଥୀ । ଯାହାଙ୍କ ଜନ୍ମମାଟି ଖଇରା ବ୍ଲକ । ଦୀର୍ଘଦିନ ହେବ ପ୍ରଶାସନ ନିକଟରେ ସମ୍ପୃକ୍ତ ଅଞ୍ଚଳବାସୀ ଓ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଯାତ୍ରୀ ବିଶ୍ରାମଗାର ନିମନ୍ତେ ଦାବି ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ହଠାତ୍ ଯାତ୍ରୀ ମାନଙ୍କ ଦୁଃଖ ଦେଖି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ ହିମାଂଶୁ ଶେଖର । ଏହାର ସମାଧାନ ପାଇଁ ଶ୍ରୀ ବେହେରା ନିଜସ୍ୱ ରୋଜଗାରରୁ କିଛି ଅର୍ଥ ଖର୍ଚ୍ଚ କରି ଯାତ୍ରୀ ବିଶ୍ରାମଗରଟିଏ ନିର୍ମାଣ କରି ଲୋକମାନଙ୍କ ପାଇଁ ଲୋକାର୍ପଣ କରିଛନ୍ତି । ଯାହାଦ୍ୱାରା ମହତୀପୁର ଛକ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଉପକୃତ ହେବେ । ଗତକାଲି ଏହି ଲୋକାର୍ପଣ ଉତ୍ସବରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଯୁବନେତା ନିରଞ୍ଜନ ପରିଡାଙ୍କ ସମେତ ବ୍ଲକ ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଯାତ୍ରୀ ବିଶ୍ରାମଗର ଲୋକାର୍ପଣ ପରେ ସମ୍ପୃକ୍ତ ଅଞ୍ଚଳବାସୀ ଶ୍ରୀ ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି ।।

ବାଲେଶ୍ଵରଆରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚନ୍ଦାହାଣ୍ଡି ଠାରେ ଶ୍ରୀ ହରିକଥା ପରାୟଣ ଉଦଯାପିତ     

Sunil Chandra Nayak

ମଡେଲ ଡିଗ୍ରୀ କଲେଜରେ ସ୍ୱଚ୍ଛ ବାୟୁ ଦିବସ ପାଳିତ

masiha

ଆଜି ଆସିବେ ମା ଅସ୍ଥାୟୀ ମନ୍ଦିରରେ ନଅ ଦିନ ପାଇବେ ପୂଜା 

masiha

Leave a Comment

error: Content is protected !!