ସ୍ମାର୍ଟ ମିଟର୍ ବିରୋଧରେ ତାତିଲା ଜିଲ୍ଲା ଓକିଲ ସଂଘ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ
ଢେଙ୍କାନାଳ (ମନିସ)7/11/25 — ସ୍ମାର୍ଟ ମିଟର ଲଗାଇବାକୁ ବିରୋଧ କରି ମଙ୍ଗଳବାର ଜିଲ୍ଲା ଓକିଲ ସଂଘ ତାତିଛି । ବିଦ୍ୟୁତ୍ ଅଧୀକ୍ଷଣ ପନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ କରାଯାଇଛି । ଟିପିସିଓଟିଏଲ୍ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇ ଆଲୋଚନାକୁ ଆସିଲେନି ବିଦ୍ୟୁତ୍ ବିଭାଗ ଅଧିକାରୀ ଜିଲ୍ଲାବାସୀଙ୍କ ସ୍ବାର୍ଥ ପାଇଁ ଲଢ଼େଇ ଜାରି ରଖୁବ ଓକିଲ ସଂଘ । ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇ ନଆସିବାରୁ ତେଜିଛି ଆନ୍ଦୋଳନ । ଜନସ୍ବାର୍ଥରେ କୌଣସି ସଲିସ୍ କରାଯିବ ନାହିଁ । ଆନ୍ଦୋଳନ ଆହୁରି ତେଜିବ ବୋଲି ସଂଘ ଚେତାବନୀ ଦେଇଛି ।ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର କହିଛନ୍ତି,ଟାଟା ପାୱର ବା ଟିପିସିଓଡିଏଲ୍ ପକ୍ଷରୁ ଜିଲ୍ଲାରେ ସ୍ମାର୍ଟ ମିଟର ଲଗାଯାଉଛି । ବିଭିନ୍ନ ସ୍ଥାନରେ ଏହାକୁ ନେଇ ଅଭିଯୋଗ ହୋଇ ଆସୁଥିଲା । ଜିଲ୍ଲା ଓକିଲ ସଂଘ ସର୍ବ ପ୍ରଥମେ ଏହାକୁ ବିରୋଧ କରିଥିଲା । ଗତ ୩୦ ତାରିଖରେ ସଂଘର ବୈଠକ ବସି ଆନ୍ଦୋଳନ ପାଇଁ ଚେତାବନୀ ଦିଅଯାଇଥିଲା । ପରେ ଟିପିସିଓଡିଏଲ୍ କର୍ତ୍ତୃପକ୍ଷ ଆଲୋଚନା ପାଇଁ ଆସିଥିଲେ । ମାତ୍ର ଖୋଲା ଆଲେଚନା ପାଇଁ ସଂଘ ଆହ୍ବାନ ଦେଇଥିଲା । ସମସ୍ତଙ୍କ ସଂଗଠନକୁ ନେଇ ୬ ତାରିଖରେ ଆଲୋଚନା ପାଇଁ ସ୍ଥିର ହୋଇଥିଲା । ଆଲୋଚନାକୁ ଆସିବେ ବୋଲି କର୍ତ୍ତୃପକ୍ଷ ରାଜି ହୋଇଥିଲେ I ଏନେଇ ଓକିଲ ସଂଘ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲା । ଆଜି ଆଲୋଚନା ରହିଥିବା ବେଳେ ଆଲୋଚନାରେ ସାମ୍ବାଦିକଙ୍କୁ ସାମିଲ ନକରିବାକୁ କର୍ତ୍ତୃପକ୍ଷ କହିଥିଲେ । ଓକିଲ ସଂଘ ଏଥିରେ ସହମତ ହୋଇନଥିଲା I ଲୋକଙ୍କ ଅବଗତି ଓ ଆଲେଚନାରେ ସଚ୍ଛତା ପାଇଁ ସମ୍ବାଦିକମାନେ ଉପସ୍ଥିତ ରହିବେ ବୋଲି କୁହାଯାଇଥିଲା। ଏଥିରେ କର୍ତ୍ତୃପକ୍ଷ ରାଜି ହୋଇନଥିଲେ। ଆଜି ମଧ୍ୟ ପୁଣି ସମାନ ସଭାରେ ଆଲୋଚନା ପାଇଁ କହିଥିଲେ । ଓକିଲ ସଂଘ ସମ୍ବାଦିକଙ୍କ ଉପସ୍ଥିତିରେ ହିଁ ବୈଠକ ହେବ ବୋଲି କହିଥିଲା । ଏଣୁ ବୈଠକକୁ କର୍ତ୍ତୃପକ୍ଷ ଆସିବେ ନାହିଁ ବୋଲି ମନା କରିଦେଇଥିଲେ । ଯାହାକୁ ନେଇ ଆଜି ଓକିଲ ସଂଘର ବୈଠକ ବସିଥିଲା । ବୈଠକକୁ ଟିପିସିଓଡିଏଲ୍ କର୍ତ୍ତୃପକ୍ଷ ଆସୁନଥିବାରୁ ସେଠାକୁ ଯାଇ ଓକିଲ ସଂଘ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ନିଷ୍ପଭି ହୋଇଥିଲା। ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚୁବା ବେଳକୁ ତାଲା ପକାଇ କର୍ତ୍ତୃପକ୍ଷ ଛୁ’ମାରିଥିଲେ । ଅଧୀକ୍ଷଣ ଯନ୍ତ୍ରୀ ବୈଠକ କଥା କହୁଥିବା ବେଳେ ପରେ ଭୁବନେଶ୍ଵର ପଳାଇ ଯାଇଥିବା କହିବା କିଭଳି କଥା ବୋଲି ସଂଘ ସଭାପତି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ଆଇନଜୀବୀମାନେ ତାତିବା ସହ ହୋହାଲ୍ଲା କରିଥିଲେ । କାର୍ଯ୍ୟାଳୟର ଫଳକ,ବୋର୍ଡ ଭାଙ୍ଗିବା ସହ ଚୌକି,ଫାଇଲ ପତ୍ର ଫୋପଡ଼ା ଫିଙ୍ଗା କରାଯାଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିଥିଲା। ମନମୁଖି ଭାବେ ସ୍ମାର୍ଟ ମିଟର ଲଗାଯାଉଛି । ମିଟର ଖରାପ ଥିବା କହି ମନଇଚ୍ଛା ଜରିମାନା ଆଦାୟ ଚାଲିଛି । ବିଦ୍ୟୁତ୍ ଭିଭିଭୂମି ଓ ବିଦ୍ୟୁତ୍ ସେବାକୁ ପ୍ରଥମେ ସ୍ମାର୍ଟ ନକରି ସ୍ମାର୍ଟ ମିଟର ଲଗାଇବା କେବଳ ଜନସାଧାରଣଙ୍କୁ ଶୋଷଣ । ଜିଲ୍ଲାବାସୀଙ୍କୁ ଶୋଷଣର ଶିକାର ହେବାକୁ ଦିଆଯିବ ନାହିଁ । ଯଦି ସ୍ମାର୍ଟ ମିଟରକୁ ନେଇ କେହି ଶୋଷଣର ଶିକାର ହୁଅନ୍ତି,ଓକିଲ ସଂଘକୁ ଜଣାଇବାକୁ ସଂଘ ସଭାପତି ଶ୍ରୀ ପାତ୍ର ଆହ୍ବାନ ଦେଇଛନ୍ତି । ଏଥିରେ ଓକିଲ ସଂଘ ସମ୍ପାଦକ ତାପଶ ରଞ୍ଜନ କବି ଶତପଥି,ଉପସଭାପତି ଟଙ୍କଧର ବେହେରା,ପୂର୍ବତନ ସଭାପତି ସୁରେନ୍ଦ୍ର ମିଶ୍ର,ଦୀପକ ପ୍ରସାଦ ପଟ୍ଟନାୟ,ପଙ୍କଜ ଲୋଚନ ସାହୁ,ପ୍ରତାପ ନାରାୟଣ ତ୍ରିପାଠୀ,ଶିବସାଇ ମହାପାତ୍ରଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ । ଏ ନେଇ ଅଧୀକ୍ଷଣ ଯନ୍ତ୍ରୀ ସୁଜିତ୍ ସାହୁଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିବା ବେଳେ ସମ୍ଭବ ହୋଇପାରିନି ।
ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

