ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘରହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘରହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

 ରାଉରକେଲା, ୨୬/୩: ସ୍ଥାନୀୟ ଜଗଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ରବି ନାରାୟଣ ବେହେରା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯକ୍ରମର ଶୁଭାରମ୍ଭ କରିଥିଲେ। ଡାକ୍ତର ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ ‘ଶିଶୁର ରୋଗ ଓ ଏହାର ଚିକିତ୍ସା’ ଶୀର୍ଷକ ବିଷୟ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ। ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀ ଦ୍ୱାରା ଶିଶୁମାନେ ଆକ୍ରାନ୍ତ ହେଉଥିବା ବିଭିନ୍ନ ରୋଗର ନିରାକରଣ ସଂପର୍କରେ ସେ ଆଲୋକପାତ କରିଥିଲେ। ଶିଶୁ ବାଟିକାର ପ୍ରମୁଖ ଆଚାର୍ଯ୍ୟା ଜୟନ୍ତୀ ଦାଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟ ନାରାୟଣ ଦାସ ଯୋଗଦେଇ ଅତିଥି ପରିଚୟ ପ୍ରଦାନ କରିବା ଅବସରରେ ଡାକ୍ତର ଶ୍ରୀ ବେହେରାଙ୍କ ମୂଲ୍ୟବାନ ପରାମର୍ଶ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। କାର୍ଯକ୍ରମ ରେ ଛାତ୍ର ଛାତ୍ରୀଙ୍କ ଅଭିଭାବକ ଅଭିଭାବିକା ମାନଙ୍କ ସମେତ ବିଦ୍ୟାଳୟର ଗୁରୁମା ମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଗୁରୁମା କଲ୍ୟାଣୀ ରଥଙ୍କ ଦ୍ୱାରା ବିଷୟ ଆଧାରିତ ଏକ ପ୍ରାୟୋଗିକ କାଳାଂଶ କରାଯାଇଥିଲା। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖଡିଆଳ ସହର ସାହୁପଡ଼ା ସଡ଼କ ଦୃଶ୍ୟ, ନାଲ ନର୍ଦ୍ଦମା ଜଳ ସଡ଼କ ଉପରେ ପ୍ରବାହିତ, ବାଧ୍ୟ ହୋଇ ଜନସାଧାରଣ ଯାତାୟତ

masiha

ଅଦିନିଆ ବର୍ଷା ସାଙ୍ଗକୁ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି

Sunil Chandra Nayak

ଦୁବାଇ ଗସ୍ତ ନେଇ ରାଇରଙ୍ଗପୁର ମିଶନ ଶକ୍ତି ସଂଘ ସଭାନେତ୍ରୀ ଲୀଳାବତୀଙ୍କୁ ବିପୁଳ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!