ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘରହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘରହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

 ରାଉରକେଲା, ୨୬/୩: ସ୍ଥାନୀୟ ଜଗଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ରବି ନାରାୟଣ ବେହେରା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯକ୍ରମର ଶୁଭାରମ୍ଭ କରିଥିଲେ। ଡାକ୍ତର ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ ‘ଶିଶୁର ରୋଗ ଓ ଏହାର ଚିକିତ୍ସା’ ଶୀର୍ଷକ ବିଷୟ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ। ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀ ଦ୍ୱାରା ଶିଶୁମାନେ ଆକ୍ରାନ୍ତ ହେଉଥିବା ବିଭିନ୍ନ ରୋଗର ନିରାକରଣ ସଂପର୍କରେ ସେ ଆଲୋକପାତ କରିଥିଲେ। ଶିଶୁ ବାଟିକାର ପ୍ରମୁଖ ଆଚାର୍ଯ୍ୟା ଜୟନ୍ତୀ ଦାଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟ ନାରାୟଣ ଦାସ ଯୋଗଦେଇ ଅତିଥି ପରିଚୟ ପ୍ରଦାନ କରିବା ଅବସରରେ ଡାକ୍ତର ଶ୍ରୀ ବେହେରାଙ୍କ ମୂଲ୍ୟବାନ ପରାମର୍ଶ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। କାର୍ଯକ୍ରମ ରେ ଛାତ୍ର ଛାତ୍ରୀଙ୍କ ଅଭିଭାବକ ଅଭିଭାବିକା ମାନଙ୍କ ସମେତ ବିଦ୍ୟାଳୟର ଗୁରୁମା ମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଗୁରୁମା କଲ୍ୟାଣୀ ରଥଙ୍କ ଦ୍ୱାରା ବିଷୟ ଆଧାରିତ ଏକ ପ୍ରାୟୋଗିକ କାଳାଂଶ କରାଯାଇଥିଲା। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦେଶୀବେହେରା ସାହିସ୍ଥ ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଗିରି ଗୋବର୍ଦ୍ଧନ ମହୋତ୍ସବ

masiha

ଛୋରିଆଗଡ ଠାରେ ଲୋକକଳା ପାଇଁ ଦିନଟିଏ ପାଳିତ

masiha

ସେମଳାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!