ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ଓ ରୋଗ ରୋଗ ସହ ଲଢ଼ୁଥିବା ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

ଜୀବନ ଓ ରୋଗ ରୋଗ ସହ ଲଢ଼ୁଥିବା ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

ଜୀବନ ଯୁଦ୍ଧ ରେ କିଏ ଖୁସୀ ରେ ଜୀବନ ବିତାଉଛି ତ କିଏ ଦୁଃଖ ରେ କିନ୍ତୁ ଯଦି ଜୀବନ ଯୁଦ୍ଧ ରେ ଭବିଷ୍ୟତ ନ ଥାଏ ତେବେ.. l ଏହିପରି ଏକ ପରିବାର ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ତରଣା ଗ୍ରାମ ରେ ରୁହନ୍ତି l ଘର ର ମୁରବି ସୁଦର୍ଶନ ନାୟକ ଙ୍କର ଦୁଇ ପୁତ୍ର ଥାନ୍ତି l ସମୟ ଚକ୍ର ରେ ବଡ଼ ପୁଅ ଦଶ ବର୍ଷ ପୂର୍ବେ କ୍ୟାନ୍ସର ରେ ମୁତ୍ୟୁ ମୁଖ ରେ ପଡନ୍ତି l ସ୍ୱାମୀ ସୁଦର୍ଶନ ଗତ ବର୍ଷ ରୋଗ ରେ ପଡି ମୃତ୍ୟୁ ବରଣ କରନ୍ତି l ଏବେ ଘର ର ଭାର ସାନ ପୁଅ ଓ ମା ଙ୍କ ଉପରେ ଥାଏ l ଚଳିବା କୁ ଭଲ ଘର ଟିଏ ନାହିଁ l ପାଲ ଘେରା ଜୀବନ ବିତୁଥାଏ l ଏହି ସମୟରେ ଜଣା ପଡିଲା କି ସାନ ପୁଅ ଟୁଟୁ ନାୟକ ଙ୍କ ଦୁଇଟି କିଡ଼ନୀ ନଷ୍ଟ ହୋଇ ଯାଇଛି l ସେ ଏବେ ଶଯ୍ୟାଶାୟୀ l ମା ମନୋରମା କାନ୍ଦି କାନ୍ଦି କୁହନ୍ତି ମୋର ଭବିଷ୍ୟତ ବୁଡିଗଲା l ଏହି ଖବର ପାଇ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କ ପରିବାର ର ଔଷଧ ଖର୍ଚ୍ଚ ଓ ପରିବାର ଚଳିବା ପାଇଁ କିଛି ଅର୍ଥ ରାଶି ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର, ତପନ କୁମାର ନାଥ, ଶଶିକାନ୍ତ ନାଥ, ଦିପ୍ତି ରଞ୍ଜନ ସେଠୀ ଓ ସାମାଜିକ କର୍ମୀ ସୁଶୀଲ ସାହୁ ସାମିଲ ଥିଲେ l

Related posts

ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

Sunil Chandra Nayak

୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ୨୪ ପର୍ଯ୍ୟନ୍ତ 

masiha

ଯୀଶୁ ଙ୍କ ଜନ୍ମ ଦିନ ପାଇଁ ସଜେଇ ହୋଇଛି ଜିଲ୍ଲାରେ ଥିବା ସମସ୍ତ ଚର୍ଚ୍ଚ

masiha

Leave a Comment

error: Content is protected !!