ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସପ୍ତମ ଗଳ୍ପ ଗଞ୍ଜାମ ଉତ୍ସବ ଅନୁଷ୍ଠିତ ସାହିତ୍ୟରେ ଏକ ଯାତ୍ରା ଏଥିରେ ଶିଖର ନଥାଏ – ମୁଖ୍ୟ ଅତିଥି ବିଶିଷ୍ଟ ଲେଖକ ରାଜ୍ୟବର୍ଦ୍ଧନ ଧଳମହାପାତ୍ର

ସପ୍ତମ ଗଳ୍ପ ଗଞ୍ଜାମ ଉତ୍ସବ ଅନୁଷ୍ଠିତ

ସାହିତ୍ୟରେ ଏକ ଯାତ୍ରା ଏଥିରେ ଶିଖର ନଥାଏ – ମୁଖ୍ୟ ଅତିଥି ବିଶିଷ୍ଟ ଲେଖକ ରାଜ୍ୟବର୍ଦ୍ଧନ ଧଳମହାପାତ୍ର

ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁର ତରଫରୁ ବର୍ଷ ୨୦୨୬ ନିମନ୍ତେ ‘ସପ୍ତମ ଗଳ୍ପ ଗଞ୍ଜାମ ଉତ୍ସବ’ ରେଭେନ୍ୟୁ ଡାକ ବଙ୍ଗଳା ସଭାଗୃହ ଠାରେ ଆୟୋଜିତ ହୋଇଯାଇଅଛି। ଏହି ଉତ୍ସବରେ ବିଶିଷ୍ଟ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ଡ କବିତା ବାରିକ ମୁଖ୍ୟବକ୍ତା, ଡ ସ୍ମୃତି ପଟ୍ଟନାୟକ ନିମନ୍ତ୍ରିତ ବକ୍ତା, ଦାମୋଦର ପାତ୍ର ଓ ଦେବେନ୍ଦ୍ର କୁମାର ବାଉରୀ ସମ୍ମାନୀତ ଅତିଥି ସହ ନିମନ୍ତ୍ରିତ ଅତିଥି ରୂପେ ବିଦେଶୀ ନାୟକ, ରବି ରଥ, ସୁଧାଂଶୁ ଶେଖର ସାହୁ, ହୃଷୀକେଶ ଗୌଡ, ପ୍ରତୀକ୍ଷା ଜେନା ଯୋଗ ଦେଇଥିଲେ। ଡ ରାଜେନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ଵ ଏବଂ ଭାଗୀରଥି ବେହେରାଙ୍କ ସଂଯୋଜନାରେ ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ଲେଖିକା ଡଃ କବିତା ବାରିକ ‘କଥାକାର ସମ୍ମାନ ‘, ଭଦ୍ରକରୁ ଗାଳ୍ପିକ ମେଜର ମନୋରଂଜନ ମହାନ୍ତି ଓ କେନ୍ଦୁଝରରୁ ଗାଳ୍ପିକା ସନ୍ତୋଷିନୀ ଗିରି ‘ଯୁବ ଗାଳ୍ପିକ ସମ୍ମାନ’, ଗଞ୍ଜାମର ଜିଲ୍ଲାର ଗାଳ୍ପିକା ସରୋଜିନୀ ‘ ଗଳ୍ପ ପୁସ୍ତକ ସମ୍ମାନ’ରେ ସମ୍ମାନିତ ହେଲାବେଳେ ଗଞ୍ଜାମ ଜିଲ୍ଲାରୁ ଗାଳ୍ପିକ ତ୍ରିନାଥ ବେହେରା, ଅନୁଗୁଳରୁ ଗାଳ୍ପିକା ଭୁବନେଶ୍ଵରୀ ମିଶ୍ର, କୋରାପୁଟରୁ ଡଃ ସବିତା ଶତପଥୀ, କେନ୍ଦ୍ରାପଡାରୁ ଗାଳ୍ପିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ଵାଇଁ, ଭୁବନେଶ୍ଵରରୁ ଗାଳ୍ପିକ ଦାମୋଦର ପାତ୍ର, ମାଲକାନଗିରିରୁ ଗାଳ୍ପିକ ପ୍ରଦୀପ ସରକାରଙ୍କୁ ‘ଗଳ୍ପ ପ୍ରତିଭା ସମ୍ମାନ’ ପ୍ରଦାନ କରାଗଲା। 

ଅତିଥି ମାନଙ୍କର କର କମଳରେ ଭଲ ଗଞ୍ଜାମ ୨୦୨୬ ସଂକଳନ ସହ ଭାଗୀରଥି ବେହେରାଙ୍କ ଗଳ୍ପ ସଂକଳନ ‘ ଶୂନ୍ୟଗର୍ଭା ‘ , ଡ ରାଜେନ୍ଦ୍ର କୁମାର ବେହେରାଙ୍କ ହିନ୍ଦୀ ଉପନ୍ୟାସ ‘ ଏକ ନଦୀ ଭିତର ଭି ‘, ଓ ଜ୍ୟୋସ୍ନା ରାଣୀ ଦେବୀଙ୍କ କବିତା ସଂକଳନ ‘ ଜୀବନ ସଙ୍ଗୀତ ‘ ଉନ୍ମୋଚନ ହେଲା। 

ଏହି ଉତ୍ସବକୁ ଆୟୋଜନ କରିବାରେ ସମ୍ପାଦକ ଧର୍ମାନନ୍ଦ ମହାରଣା, ଜୟନ୍ତୀ ବେହେରା, ସଂଧ୍ୟାରାଣୀ ଦେବୀ , ରବି ନାରାୟଣ ମିଶ୍ର ଆଦି ସହଯୋଗ କରିଥିଲେ।

Related posts

ଜେପି ହସପିଟାଲ୍ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

ଗୋଇପଟା ଠାରେ ସିଆରପିଏଫର ଜନସମ୍ପର୍କ କାର୍ଯ୍ୟକ୍ରମ

Sunil Chandra Nayak

ବାଇକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର

masiha

Leave a Comment

error: Content is protected !!