ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି ର ଜିଲ୍ଲା ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟି ର ଜିଲ୍ଲା ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ

ନବରଙ୍ଗପୁର:(୧୩|୬)(ରବି ନାରାୟଣ ମହାନ୍ତି) ଆଜି ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ସମସ୍ତ ଜିଲ୍ଲା ପଦାଧିକାରୀ, ମୋର୍ଚ୍ଚା ସଭାପତି ଓ ମଣ୍ଡଳ ପ୍ରଭାରୀ ମାନଙ୍କ ମାସିକ ବୈଠକ ଜିଲ୍ଲା ସଭାପତି ଶ୍ରୀ କୁଞ୍ଜବିହାରୀ ଦାଶ ଙ୍କ ସଭାପତିତ୍ବ ରେ ନବରଙ୍ଗପୁର ସ୍ଥିତଭାରତୀୟ ଜନତା ପାର୍ଟି ର ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝି,ଶ୍ରୀମତୀ ବାସନ୍ତୀ ମାଝୀ,ଅଧ୍ୟକ୍ଷ ସ୍ୱତନ୍ତ୍ର ଉନ୍ନୟନ ପରିଷଦ,ଉପାଧ୍ୟକ୍ଷ ଲିଙ୍ଗରାଜ ଭତ୍ରା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗଦୀଶ ବିଷୋୟୀ, ଜିଲ୍ଲା ସାଧାରଣ ସମ୍ପାଦକ ଦେବଦାସ ମହାଙ୍କୁଡ,ଜ୍ୟୋତି ରଞ୍ଜନ କଂସ,ସୁରେଶ ଆଚାର୍ଯ୍ୟ,ଜିଲ୍ଲା ସମ୍ପାଦକ ସନ୍ତୋଷ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ମନ୍ଦିରା ନାୟକ, କୃଷକ ମୋର୍ଚ୍ଚା ସଭାପତି ଜଗଦିଶ କଲାର,ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ବିରେନ୍ଦ୍ର ପୁଜାରୀ, ସଂଖ୍ୟା ଲଘୁମୋର୍ଚ୍ଚା ସଭାପତି ଶ୍ରୀ ପବିତ୍ର ଗରଡା,ଜିଲ୍ଲା ଉପସଭାପତି ସନାତନ ତ୍ରିପାଠୀ,ଜିଲ୍ଲା ଉପସଭାପତି ଅଚ୍ୟୁତାନନ୍ଦ ବିଷୋୟୀ, କୋଷାଧ୍ୟକ୍ଷ ଅନନ୍ତ ପଣ୍ଡା ,ମନୋହର ସେନା,ହରିମୋହନ ଶର୍ମା ଙ୍କ ସହ ଜିଲ୍ଲାର ସମସ୍ତ ପଦାଧିକାରୀ, ମୋର୍ଚ୍ଚା ସଭାପତି ଓ ମଣ୍ଡଳ ପ୍ରଭାରୀ ଉପସ୍ଥିତ ଥିଲେ। ଏହି ବୈଠକ ରେ କେନ୍ଦ୍ର ସରକାର ଙ୍କ ୧୨ ବର୍ଷ ର ଉପଲବ୍ଧି ଓ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ର ସଫଳ ରୂପାୟନ ସହ ସ୍ୱତନ୍ତ୍ର ସଘନ ସଂଶୋଧନ ଉପରେ ବିସ୍ତୃତ ଆଲୋଚନା କରାଯିବା ସହ ଆଗାମୀ ଦିନରେ କିଭଳି ଭାବରେ ସମାଜ ର ଅନ୍ତିମ ଧାଡି ରେ ଥିବା ଅନ୍ତିମ ଲୋକ ପର୍ଯ୍ୟନ୍ତ ସରକାର ଙ୍କ ଜନମଙ୍ଗଳ ଯୋଜନା ପହଞ୍ଚି ପାରିବ ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କେସିଆଡି ନବନିର୍ବାଚିତ ବିଧାୟକ ଭଦ୍ର ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧନା 

ପରିବହନ ବିଭାଗର ଫାଇନ ଆଦାୟ ପ୍ରସଙ୍ଗ ଫାଇନ ଆଦାୟ ନାଁରେ ଓଡ଼ିଶାବାସୀଙ୍କୁ ଶୋଷଣ କରୁଛନ୍ତି ରାଜ୍ୟ ସରକାର: ବିଜେଡି

ବନ୍ଧମୁଣ୍ଡାରେ ଭାଜପା ପ୍ରତିଷ୍ଠା ଦିବସରେ ସେବା କାର୍ଯ୍ୟକ୍ରମ ଓ ମିଷ୍ଟାନ୍ନ ବଣ୍ଟନ 

Sunil Chandra Nayak

Leave a Comment

error: Content is protected !!