ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟସରକାରଙ୍କ ଦୁର୍ନୀତି ,ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନାରୀ ଅତ୍ୟାଚାର ଆଦି ବିରୁଦ୍ଧସର ତେନ୍ତୁଳିଖୁଣ୍ଟି ବ୍ଲକ ଘେରିଲା ବିଜେପି 

ରାଜ୍ୟସରକାରଙ୍କ ଦୁର୍ନୀତି ,ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନାରୀ ଅତ୍ୟାଚାର ଆଦି ବିରୁଦ୍ଧସର ତେନ୍ତୁଳିଖୁଣ୍ଟି ବ୍ଲକ ଘେରିଲା ବିଜେପି 

ତେନ୍ତୁଳିଖୁଣ୍ଟି: ୦୨/୧୨/୨୩ // ରାଜ୍ୟ ରେ ଦୁର୍ନୀତି ଚରମ ସୀମା ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ,  ବ୍ୟଭିଚାର ବୃଦ୍ଧି ପାଇଛି ପଂଚାୟତ ସ୍ତର ରୁ ଆରମ୍ଭ କରି ବ୍ଲକ,ଜିଲ୍ଲା ତଥା ସଚିବ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତିରେ ଲିପ୍ତ ରହି ପିସି କାରବାର ରେ ସମ୍ପୃକ୍ତ ଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ! ଏହି ପ୍ରସଙ୍ଗ ରେ ଭାରତୀୟ ଜନତା ପାର୍ଟି ସ୍ୱର ଶାଣିତ କରିଛି । ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ତେନ୍ତୁଳିଖୁଣ୍ଟି ବ୍ଲକ ଘେରାଉ କରି ବିକ୍ଷୋଭ ପଦର୍ଶନ କରିଛି ।ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ଙ୍କ ନେତୃତ୍ୱ ରେ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଗୌରୀ ଶଙ୍କର ମାଝୀ, ଜିଲ୍ଲା ଉପସଭାପତି ସନାତନ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ବିଷୋୟୀ, ରାଜ୍ୟ କୃଷକ ମୋର୍ଚା ସଦସ୍ୟ ରମାପତି ବିଷୋୟୀ, ରାଜ୍ୟ ମହିଳା ମୋର୍ଚା ସଦସ୍ୟା ସୁକାନ୍ତି ବେହେରା, ମମତା ମହାରଣା, ଜିଲ୍ଲା ମିଡ଼ିଆ ସଂଯୋଜକ ଦେବଦାସ ମାହାଙ୍କୁଡ,ନବରଙ୍ଗପୁର ନଗର ମହିଳା ମୋର୍ଚା ସଭାପତି ପ୍ରଣତି ପଟ୍ଟନାୟକ, ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି, ନନ୍ଦ ନନ୍ଦନ ବିଷୋୟୀଅକ୍ଷୟ ମହାନ୍ତି, ସନ୍ତୋଷ ପାତ୍ର, ଅଭି ହରିଜନ ନୀଳକଣ୍ଠ ବିଷୋୟୀ ପ୍ରଶାନ୍ତ ନାୟକ ଙ୍କ ସମେତ ଶତାଧିକ ବିଜେପି କର୍ମୀ କୁର୍ମାକୋଟ ଆମ୍ବ ବଗିଚା ପରିସରରୁ ଏକ ଶୋଭାଯାତ୍ରା ମାଧ୍ୟମରେ ବିଜେଡି ର ଦୁର୍ନୀତି ବିରୋଧ ରେ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ପହଂଚିଥିଲେ ! ଏଠାରେ ନବୀନ ଶାସନ ସମୟରେ ହୋଇଥିବା ଦୁର୍ନୀତି ନେଇ ବିଜେପି ନେତା କର୍ମୀ ନାରାବାଜି କରିଥଲେ ! ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ମଧ୍ୟରେ ଜର୍ଜରିତ ଓଡିଶା ବାସୀ, କେନ୍ଦ୍ର ସରକାର ଙ୍କ ମନରେଗା ଟଙ୍କା ରେ ବ୍ୟାପକ ଦୁର୍ନୀତି, ଯୋଗ୍ୟ ହିତାଧିକାରୀ ଙ୍କୁ ଆବାସ ଯୋଜନାରେ ଘର ମିଳୁନି, ଗାଁ ଗାଁ ରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି,ଧର୍ଷଣ,ଲୁଣ୍ଠନ,ଅସାମାଜିକ କାର୍ଯ୍ୟ କଳାପ ଏହି ସରକାର ଅମଳ ରେ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ବ୍ଲକ ରେ ରାଜନୈତିକ ଉଦ୍ଦେଶ୍ୟ ରଖି କିଛି ବ୍ୟକ୍ତି କାର୍ଯ୍ୟ କରି ବର୍ଷାଧିକ ସମୟ ବିତିଥିଲେ ମଧ୍ୟ ବିଲ ପାଇ ନଥିବା ଯୋଗ୍ୟହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ କାର୍ଡ ପାଇନଥିବା ଏପରିକି ପରିବାର ସଦସ୍ୟ ବୃଦ୍ଧି ରେ ନୂତନ ସଦସ୍ୟଙ୍କ ନାମ ସଂଶ୍ଲିଷ୍ଟ ହୋଇ ପାରୁନ ଥିବା ଆଦି ଅଭିଯୋଗ କରିଥିଲେ।

ସେହିପରି ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳ ର ଲାଗିରହିଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ହେଉନଥିବା ନେଇଁ ସ୍ଥାନୀୟ ବିଡିଓ ମନୋଜ ପାଣିଗ୍ରାହୀ ଙ୍କୁ ବିଜେପି ନେତୃମଣ୍ଡଳୀ ଘେରି ପ୍ରଶ୍ନ ବାଣ ରେ ଘାଇଲା କରିଥିଲେ ! ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଶାସନ ବ୍ୟବସ୍ଥା ପରିଚାଳନା ଏବଂ ସମସ୍ତ ଙ୍କ ଭିତରେ ସମଭାବ ରଖି ପ୍ରଶାସନ କାର୍ଯ୍ୟ ପରିଚାଳନା ନକଲେ ଆଗାମୀ ଦିନରେ ପୁଣି ବିଜେପି ପକ୍ଷରୁ ବ୍ଲକ ଘେରାଉ କୁ ତୀବ୍ରତର କରିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ପ୍ରକାଶ କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବିଶ୍ବନାଥପୁରରେ ବିଜେଡିର ଜୋନସ୍ତରୀୟ ବୈଠକ ଅନୁଷ୍ଠିତ: ଯୋଗଦେଲେ ବିଧାୟକ

ଚାରି ବିଜେଡି କର୍ମୀ ଙ୍କୁ ନିର୍ବାଚନ ମଣ୍ଡଳୀ ପ୍ରମୂଖ ଦାୟିତ୍ଵ

ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!