ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

*ଟାଲେଣ୍ଟ ସ୍କୁଲ ର ଦ୍ଵୀତୀୟ ବାର୍ଷିକ ଉତ୍ସବ ପାଳିତ

*ଟାଲେଣ୍ଟ ସ୍କୁଲ ର ଦ୍ଵୀତୀୟ ବାର୍ଷିକ ଉତ୍ସବ ପାଳିତ

ଗଞ୍ଜାମ ଜିଲ୍ଲା ଆସିକା ଅନ୍ତର୍ଗତ ସନ୍ଧି ନୂଆଁ ପଲ୍ଲୀ ସ୍ଥିତ ସୁଗାର ଟାଉନ୍ ରେ ଦ୍ଵୀତୀୟ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ସ୍କୁଲ ପରିସରସ୍ଥ ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ଶ୍ରୀ ଯୁକ୍ତ ଅଭିମନ୍ୟୁ ରାଉତ ( ବ୍ରିଗେଡିୟର) ସାଙ୍ଗକୁ ଶ୍ରୀ ଅମରଜିତ୍ ସିଂହ ମାନ(କିମସ) ଓ ମୋନା ଆର ମାନ(କି ଟ) ଯୋଗ ଦେଇ ଥିଲେ। ଡ଼ଃ ସୁରେନ୍ଦ୍ର ନାଥ ପାତ୍ର (ଚେୟାରମେନ) ସମସ୍ତ ଅତିଥି ଙ୍କୁ ପୁଷ୍ପ ଗୁଛ ଉତରିଅ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଶ୍ରୀମତୀ ମୋନା ଆର ମାନ ମୂଖ୍ୟ ବକ୍ତା ଭାବେ ଆଜିର ପିଢ଼ି ର ବିକାଶ ଉପରେ ଆଲୋକପାତ କରିଥିଲେ। ଶିକ୍ଷା ର ବିକାଶ ରେ ସମାଜ ର ବିକାଶ ଉପରେ ରେଖା ପାତ କରିଥିଲେ। ଇତ୍ୟବସରରେ ଛାତ୍ର ଛାତ୍ରୀ ଙ୍କ ମନୋରଞ୍ଜନ ସକାଶେ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଆନଂଦ ଉଲ୍ଲାସ ରେ ଉପଭୋଗ କରୁଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିବେଷିତ କରିଥିଲେ ଯଥା:- ଶ୍ରୀ ରବିନ୍ଦ୍ରନାଥ ପାତ୍ର, ଶ୍ରୀ ବୁଲୁ ପାତ୍ର, ଶ୍ରୀ ପଞ୍ଚାନନ ପାତ୍ର, ଶ୍ରୀ ମନୋଜ୍ ପାତ୍ର ଓ ଶ୍ରୀ ରାଜିବ ଲୋଚନ ପାଣୀଗ୍ରାହୀ (ଶିକ୍ଷକ)।ପରିଶେଷରେ ଅଧ୍ୟକ୍ଷା/ସମ୍ପାଦକା ଶ୍ରୀ ମତୀ ରାଜ ଲକ୍ଷ୍ମୀ ପାତ୍ର ସଭା ସାଙ୍ଗ କରିଥିଲେ। 

 ( ମ ନି ସ  )

Related posts

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ସ୍ପଷ୍ଟୀକରଣ ସଂଘ ର ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ମୁ

masiha

ବେବର୍ତ୍ତା କାଟେଣୀରେ ଅଭିଶପ୍ତ ଜୀବନ କାଟୁଛନ୍ତି ଜୁଆଙ୍ଗସାହି ବାସିନ୍ଦା 

Sunil Chandra Nayak

Leave a Comment

error: Content is protected !!