ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସପ୍ତସ୍ବର କଳାକେନ୍ଦ୍ର ସ୍ଥାପନ ନିମନ୍ତେ ପ୍ରସ୍ତୁତି ବୈଠକ

ସପ୍ତସ୍ବର କଳାକେନ୍ଦ୍ର ସ୍ଥାପନ ନିମନ୍ତେ ପ୍ରସ୍ତୁତି ବୈଠକ

ଗୋବରା (ବେଲଗୁଣ୍ଠା), ୧୫/୦୧ /୨୦୨୪- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ବରିଷ୍ଠ କଳାକାର ସଂଘ ଦ୍ବାରା ପ୍ରସ୍ତାବିତ ” ସପ୍ତସ୍ବର କଳାକେନ୍ଦ୍ର ” ପ୍ରତିଷ୍ଠା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶ୍ରୀଶ୍ରୀ ବୈକୁଣ୍ଠନାଥ ସ୍ବାମୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବୈଠକରେ ସଂଘ ବ୍ଳକ୍ ସଭାପତି ସୁରେନ୍ଦ୍ର ପ୍ରଧାନ ଅଧ୍ଯକ୍ଷତା କରିଥିବାବେଳେ ସର୍ବଶ୍ରୀ ନାରାୟଣ ଗୌଡ, ଶିବରାମ ରାଉତ, ପ୍ରଫୁଲ୍ଲ ବେହେରା, ରାଜେନ୍ଦ୍ର ଗୌଡ, ରାଜେନ୍ଦ୍ର ମହାପାତ୍ର, ରମେଶ ଗୌଡ, ପ୍ରକାଶ ଭୂୟାଁ ପ୍ରମୁଖ ବ୍ଲକ୍ କର୍ମକର୍ତ୍ତା ତଥା ସଦସ୍ଯଗଣ ଉପସ୍ଥିତ ରହି ପ୍ରସ୍ଥାବିତ କଳାକେନ୍ଦ୍ରର ଆବାସ ନିର୍ମାଣ ଓ ପରିଚାଳନା ସହିତ ସଂଘ ଗ୍ରୁହ ନିର୍ମାଣ, ବାର୍ଷିକୋତ୍ସବ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ । ସଂଘ ଗୃହ ଓ କଳାକେନ୍ଦ୍ର ସ୍ଥାପନ ଆଞ୍ଚଳିକ କଳାସଂସ୍କୃତିର ବିକାଶ ସହିତ ପ୍ରାନ୍ତୀୟ ସଂସ୍କୃତିକୁ ପରିପୁଷ୍ଟ କରିବାରେ ବିଶେଷ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ସଂଘ ସଂପାଦକ ରଞ୍ଜିତ କୁମାର ପାତ୍ର ସ୍ବାଗତ ଭାଷଣ ସହ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଲ ଭୂୟାଁ, ରଙ୍କନିଧି ଗୌଡ, ଗଣେଶ ରାଉତ, ରମେଶ ଜେନା ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ବ୍ଳକ୍ ସଂଯୋଜକ ଈଶ୍ବର ଗୌଡ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମୁରିବାହାଲ ବ୍ଲକରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର

masiha

ତାଳଗାଁରେ ଶ୍ରୀ ରାମ ନବମୀ ପାଳିତ,ଭକ୍ତଙ୍କ ଶୋଭାଯାତ୍ରା

masiha

ବୋଲେର ଓ ବାଇକ ଧକ୍କାରେ ବାଇକ୍ ଚାଲକ ଘଟଣା ସ୍ଥଳରେ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!