ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଙ୍କ ପ୍ରସିଦ୍ଧ ବୁଢାଦେଓ ମହୋତ୍ସବ ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି l ଆଦିବାସୀ ଙ୍କ ମହାନ ସଂସ୍କୃତି ସୁରକ୍ଷା ପାଇଁ ଆହ୍ୱାନ 

ଆଦିବାସୀ ଙ୍କ ପ୍ରସିଦ୍ଧ ବୁଢାଦେଓ ମହୋତ୍ସବ ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି l ଆଦିବାସୀ ଙ୍କ ମହାନ ସଂସ୍କୃତି ସୁରକ୍ଷା ପାଇଁ ଆହ୍ୱାନ 

ପାଟଣାଗଡ ତା ୧୫ /୧ // ପବିତ୍ର ମକର ସଂକ୍ରାନ୍ତି ତିଥି ଅବସରରେ ପାଟଣାଗଡ ବ୍ଲକ ର ମୁଣ୍ଡlପଳା ଗାଁ ରେ ଗଣ୍ଡ ଆଦିବାସୀ ସମାଜ ର ଆରାଧ୍ୟ ଦେବତା ବୁଢ଼ାଦେଓ, ଜଂଘା ଦେଓ,ଲିଙ୍ଗା ଦେଓ ଙ୍କ ଯାତ୍ରା ମହୋତ୍ସବ ରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ l ଓଡିଶା ସରକାର ଙ୍କ ଆଦିବାସୀ ଶସକ୍ତିକାରଣ ଯୋଜନା,ଆଦିବାସୀ ଉନ୍ନୟନ ପରିଷଦ ଦ୍ୱାରା ଆଦିବାସୀ ମାନଙ୍କ ସାଂସ୍କୃତିକ ବିକାଶ,ସାମାଜିକ କଲ୍ୟାଣ, ଜୀବନ ଜୀବିକା ଉନ୍ନତି, ଦେବଦେବୀ ପୀଠ ର ସୌନ୍ଦର୍ଯ୍ୟକରଣ ଉପରେ ଆଲୋକପାତ କରିଥିଲେ l ବିଶାଳ ଆଦିବାସୀ ସମାବେଶ ରେ ସାଂସଦ ଶ୍ରୀ ବିଶି ଆଦିବାସୀ ମାନଙ୍କ ସଚେତନତା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ରେ ମହିଳା ମାନଙ୍କ ପାଇଁ ସରକାରୀ ଏବଂ ଘରୋଇ ହସ୍ପିଟାଲ ରେ ୧0 ଲକ୍ଷ ମାଗଣା ଚିକିତ୍ସା ସୁବିଧା, ପୁରୁଷ ପାଇଁ ୫ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ଅଠାରି ଋଣ ରୁ ମୁକ୍ତି ଦେବା ସହ ଜୀବନ ରକ୍ଷାକlରି ଯୋଜନା ବୋଲି ଉଦବୋଧନ ଦେଇଥିଲେ l ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ୱୟଂ ସହାୟକ ଦଳ ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରୁଥିବାରୁ ଏହା ମହିଳା ବିକାଶ ପାଇଁ ଯୁଗାନ୍ତକାରୀ ଯୋଜନା ବୋଲି କହିଥିଲେ l ଚାଷୀ ଙ୍କ ମଙ୍ଗଳ ପାଇଁ କାଳିଆ ଯୋଜନା, ବୁଣାକାର ଙ୍କ ପ୍ରଗତି ପାଇଁ ବଳିଆ ଯୋଜନା ଏକ ବରଦାନ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ଆଦିବାସୀ ଉତ୍ସବ ରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗଣ୍ଡ ମହାସଭା ର ମହାସଚିବ ରାମଚନ୍ଦ୍ର ଧରୁଆ, ବ୍ଲକ ସମିତି ର ଲେକୃ ଧରୁଆ,ପ୍ରତାପ ଧରୁଆ,ରାଜେନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ  ଙ୍କ ରିପୋର୍ଟ୍ 

Related posts

ବାଲ୍ମିକୀ ଜୟନ୍ତୀ ସମାରୋହ ଅନୁଷ୍ଠିତ

Sunil Chandra Nayak

ନୂଆଗାଁ ଛାତ୍ରାବାସ ନିକଟରେ ଦୈନିକ ହାଟ; ମୁଦୁଆଙ୍କ ଆଡ୍ଡାସ୍ଥଳୀ,ହାଟ ସ୍ଥାନାନ୍ତର ପାଇଁ ଅଭିଭାବକ,ଛାତ୍ର,ଅଂଚଳ ବାସୀଙ୍କ ଦାବି

Sunil Chandra Nayak

ଧର୍ମଗଡ ଠାରେ ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ପାଳିତ

masiha

Leave a Comment

error: Content is protected !!