ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ସାଧାରଣ ବୈଠକ ଅନୁଷ୍ଠିତ 

ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ସାଧାରଣ ବୈଠକ ଅନୁଷ୍ଠିତ 

ବାଲିଗୁଡା, ତା, ୩୧/୦୫:(ମନିସ): ଶ୍ରୀଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜ କନ୍ଧମାଳ ର ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ କୁଳ ସମାଜ ଗଠନ ପାଇଁ ପ୍ରଥମ ବୈଠକ ସ୍ଥାନୀୟ ମାଁ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣ ରେ ମୃତ୍ୟୁଞ୍ଜୟ ପ୍ରଧାନୀ ଙ୍କ ଆବାହନ କ୍ରମେ ଜିଲ୍ଳା ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା ଙ୍କ ଉପସ୍ଥିତି ରେ କୁଳ ସମାଜ ର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ l ବାଲିଗୁଡା ସହର ର ଶତାଧିକ ପାଇକ ଖଣ୍ଡାୟତ ଭାଇ ଙ୍କ ଉପସ୍ଥିତ ରେ ଆୟୋଜିତ ଉକ୍ତ ସଭାରେ ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା ନିଜ ବକ୍ତବ୍ୟ ରେ ଯୁବଶକ୍ତି କୁ ସଂସ୍କାର ଶିକ୍ଷା, ନାରୀ ଶିକ୍ଷା,ପାରିବାରିକ ସର୍ଭେ ସମ୍ବନ୍ଧରେ ଆଲୋଚନା କରି ବୁଝାଇଥିଲେ । ଆଗାମୀ ଜୁନ୍ ୧୦ ତାରିଖ ରେ ନୂତନ କମିଟି ଗଠନ ସହ କାର୍ଯ୍ୟକର୍ତ୍ତା ଚୟନ ପ୍ରକ୍ରିୟା ଓ ଜୁନ ମାସ ଶେଷ ସପ୍ତାହ ରେ ବାରଖମାରେ ପାଇକ ଖଣ୍ଡାୟତର ଏକ ମହା ସମ୍ମିଳନୀ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି l

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାଯ୍ୟକ୍ରମ 

masiha

ଟ୍ରାକ୍ଟର ଧକ୍କାରେ ଦାଦା ମୃତ ପୁତୁରା ଗୁରୁତର ଆହତ

Sunil Chandra Nayak

ଚବେରୀ ନଦୀରେ ମାଛ ମଡ଼କ ଶହ ଶହ ମାଛ ମୃତ୍ୟୁ କାରଣ ଅସ୍ପଷ୍ଟ।ନାଲ୍କୋ କମ୍ପାନୀର ରେଡପଣ୍ଡରୁ ବିଷାକ୍ତ ପାଣି ଏଥି ପାଇଁ ଦାଈ ବୋଲି ସନ୍ଦେହ

Sunil Chandra Nayak

Leave a Comment

error: Content is protected !!