ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ସାଧାରଣ ବୈଠକ ଅନୁଷ୍ଠିତ 

ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ସାଧାରଣ ବୈଠକ ଅନୁଷ୍ଠିତ 

ବାଲିଗୁଡା, ତା, ୩୧/୦୫:(ମନିସ): ଶ୍ରୀଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜ କନ୍ଧମାଳ ର ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ କୁଳ ସମାଜ ଗଠନ ପାଇଁ ପ୍ରଥମ ବୈଠକ ସ୍ଥାନୀୟ ମାଁ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣ ରେ ମୃତ୍ୟୁଞ୍ଜୟ ପ୍ରଧାନୀ ଙ୍କ ଆବାହନ କ୍ରମେ ଜିଲ୍ଳା ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା ଙ୍କ ଉପସ୍ଥିତି ରେ କୁଳ ସମାଜ ର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ l ବାଲିଗୁଡା ସହର ର ଶତାଧିକ ପାଇକ ଖଣ୍ଡାୟତ ଭାଇ ଙ୍କ ଉପସ୍ଥିତ ରେ ଆୟୋଜିତ ଉକ୍ତ ସଭାରେ ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା ନିଜ ବକ୍ତବ୍ୟ ରେ ଯୁବଶକ୍ତି କୁ ସଂସ୍କାର ଶିକ୍ଷା, ନାରୀ ଶିକ୍ଷା,ପାରିବାରିକ ସର୍ଭେ ସମ୍ବନ୍ଧରେ ଆଲୋଚନା କରି ବୁଝାଇଥିଲେ । ଆଗାମୀ ଜୁନ୍ ୧୦ ତାରିଖ ରେ ନୂତନ କମିଟି ଗଠନ ସହ କାର୍ଯ୍ୟକର୍ତ୍ତା ଚୟନ ପ୍ରକ୍ରିୟା ଓ ଜୁନ ମାସ ଶେଷ ସପ୍ତାହ ରେ ବାରଖମାରେ ପାଇକ ଖଣ୍ଡାୟତର ଏକ ମହା ସମ୍ମିଳନୀ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି l

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ଭୂସ୍ଖଳନ ଆଶଙ୍କାରେ କଳିଙ୍ଗା ଘାଟି ବନ୍ଦ: ପୁଲିସର ନାକାବନ୍ଦୀ, ବିକଳ୍ପ ରାସ୍ତାରେ ଯାତାୟାତ ପାଇଁ ପରାମର୍ଶ

Sunil Chandra Nayak

ସାଇବର ସୁରକ୍ଷା ଅଭିଯାନ ସମ୍ବନ୍ଧରେ ସୂଚନା ଦେଲେ ରାୟଗଡା ଏସପି

masiha

କିଟ୍‍ ଓ କିସ୍‍ ର ରୌପ୍ୟ ଜୟନ୍ତୀ ପାଳନ , ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା  ମିନି ମାରାଥନ୍‍ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!