ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ ପକ୍ଷରୁ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାରେ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ.

ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ ପକ୍ଷରୁ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାରେ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ.

ରାଉରକେଲା:ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ପକ୍ଷରୁ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାରେ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଟେଲିକମ୍ ଶୁଳ୍କ, ଗ୍ରାହକ ଦେୟ ସମସ୍ୟା ଓ ଅଧିକାର ଏବଂ ସାଇବର ଠକେଇ ନିବାରଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଟ୍ରାଇର ହାଇଦ୍ରାବାଦ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶାଖାର ଯୁଗ୍ମ ପରାମର୍ଶଦାତା ତଥା ବରିଷ୍ଠ ଅଧିକାରୀ ଜି ସୁରେଶ ରେଡ୍ଡୀ ଟ୍ରାଇ ଗଠନ, ଏହାର କାର୍ଯ୍ୟକ୍ରମ ବିଶେଷ କରି ଭାରତରେ ଦୂରସଂଚାର ଗ୍ରାହକମାନଙ୍କର ସମସ୍ୟା ତଥା ଏହାର ସାମ୍ଭାବ୍ୟ ସମାଧାନ ତଥା ବିଭିନ୍ନ ଦୂରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥାର ଗ୍ରାହ ସେବା ବ୍ୟବସ୍ଥା ଆଦି ସମ୍ପର୍କରେ ବିଶେଷ ଉପସ୍ଥାପନ କରିଥିଲେ। ଏହି ଉପସ୍ଥାପନରେ ଦେଶର ଦୂରସଞ୍ଚାର ବ୍ୟବସ୍ଥା ସହିତ ବିଭିନ୍ନ ଦୂରଦର୍ଶନ ସେବା ପ୍ରଦାନକାରୀ ସଂସ୍ଥାର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଦୂରସଂଚାର ବିଭାଗର ଓଡ଼ିଶା ଶାଖା ସୁରକ୍ଷା ବିଭାଗର ନିର୍ଦ୍ଦେଶକ ଏ ଶ୍ରୀନିବାସ ରାଓ ସାଇବର ଠକେଇର କାରଣ ଓ ସାମ୍ଭାବ୍ୟ ନିରାକରଣ ସମ୍ପର୍କରେ ସୂଚନାପ୍ରଦ ଉପସ୍ଥାପନା ପ୍ରଦାନ କରିଥିଲେ। ଏଥିରେ ସାଧାରଣ ଅନଲାଇନ୍ ଠକେଇ ଏବଂ ବ୍ୟକ୍ତିଗତ ସହିତ ବ୍ୟକ୍ତିଗତ ଓ ଆର୍ଥିକ ସୂଚନାକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରାଯାଇଥିଲା। ଟ୍ରାଇ ଆଞ୍ଚଳିକ କାର୍ଯ୍ୟାଳୟ, ହାଇଦ୍ରାବାଦର ବରିଷ୍ଠ ଗବେଷଣା ଅଧିକାରୀ ସି. ରମଣା ଟ୍ରାଇ, ଟେଲିକମ୍ ଏବଂ ପ୍ରସାରଣ କ୍ଷେତ୍ରରେ ଗ୍ରାହକ ସ୍ୱାର୍ଥର ସୁରକ୍ଷା ପଦକ୍ଷେପ ବିଷୟରେ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ। ଏଥିରେ ସ୍ୱୟଂଶାଶିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠୀ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ରାଉରକେଲା ସ୍ଥିତ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ର ମହାପ୍ରବନ୍ଧକ କ୍ରୀଷ୍ଣାନନ୍ଦ ରାୟ୍, ସହକାରୀ ମହାପ୍ରବନ୍ଧକ ତଥା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ମନୋଜ କୁମାର ମଲ୍ଲିକଙ୍କ ସମେତ ସ୍ଥାନୀୟ ବିଭିନ୍ନ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥାର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆଲୋଚନା ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କର ଉତ୍ସାହୀ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯେଉଁମାନେ ବିଶେଷଜ୍ଞଙ୍କ ସହିତ ସକ୍ରିୟ ଭାବରେ ଜଡିତ ଥିଲେ ଏବଂ ଦୂରସଂଚାର କ୍ଷେତ୍ରରେ ବିଭିନ୍ନ ଗ୍ରାହକ-ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ଶେଷରେ ମହାବିଦ୍ୟାଳୟର କ୍ରୀଡ଼ା ପ୍ରଶିକ୍ଷିକା କ୍ୟାପ୍‌ଟେନ ମୀନା ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଏନ୍‌ସିସି କ୍ୟାଡେଟ୍‌ ବିଭୁତି ଭୁଷଣ ସା ସ୍ୱାଗତ ବକ୍ତବ୍ୟ ରଖିଥିଲାବେଳେ କ୍ୟାଡେଟ୍‌ ସିରିଶା ଓ ସୁଷାମା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ମହାବିଦ୍ୟାଳୟର ଏନ୍‌ସିସି କ୍ୟାଡେଟ୍‌ମାନେ ସକ୍ରିୟ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୨୭୬ ତମ ବାବା ତିଲକା ମାଝୀ ଜୟନ୍ତି ପାଳ

masiha

ଡ଼ହଗାଁ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ମୁଣ୍ଡମରାଇ କଲେଜ ର ବାର୍ଷିକ କ୍ରୀଡା ଉତ୍ସବ 

Sunil Chandra Nayak

Leave a Comment

error: Content is protected !!