ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ବାର୍ଷିକୀ ପାଳନ

ବୌଦ୍ଧ -(୨୩.୦୧): ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଇତିହାସ ବିଭାଗ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ବାର୍ଷିକୀ ପାଳନ କରିଛି । ଏହି ଅବସରରେ ଭୈରବୀ ମହାବିଦ୍ୟlଳୟ ର ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଲଲିତ କୁମାର ମେହେର ଯୋଗ ଦେଇ ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସେହିପରି ଫୁଲବାଣୀ ସରକାରୀ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଶ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ ନେତାଜୀ ଙ୍କ ସଂଘର୍ଷ ଓ ଦର୍ଶନ ବିଷୟରେ ଆଲୋଚନା କରିଥିଲେ । ଇତିହାସ ବିଭାଗର ଛାତ୍ର ଛାତ୍ରୀ ମାନେ ଉଭୟ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୀବନୀ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଓଡିଆ ବିଭାଗର ବିଭାଗୀୟ ମୁଖ୍ୟ ଡ଼ ଶରତ ଚନ୍ଦ୍ର ପତି ଉକ୍ତ ସଭାରେ ସଭାପତିତ୍ଵ କରିଥିଲେ । ମହାବିଦ୍ୟାଳୟର ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀ ସଦାନନ୍ଦ ମାହାର ଉଭୟ ମହାପୁରୁଷ ଙ୍କ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଏହା ସହ ମହାବିଦ୍ୟାଳୟ ର ସଂସ୍କୃତ ଅଧ୍ୟାପକ ଶ୍ରୀ ଅଜିତ କୁମାର ସାହୁ ନିଜ ବକ୍ତବ୍ୟକୁ ସଂସ୍କୃତ ଭାଷାରେ ପ୍ରଦାନ କରିଥିଲେ । ଶେଷରେ ଇତିହାସ ବିଭାଗର ଅଧ୍ୟାପିକା ସୁଶ୍ରୀ ମନସ୍ମିତା ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

ବୌଦ୍ଧ ରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ସହୀଦ ବିର୍ସା ମୁଣ୍ଡା ଙ୍କ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପରିଚାଳନା କମିଟି ବୈଠକ 

କୋଇଡାରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ

masiha

Leave a Comment

error: Content is protected !!