ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା ସାହିତ୍ୟ ସଂସଦର ବର୍ଷା ଆସର

ବାଲେଶ୍ଵର,୧୭/୭/୨୩- ବାଲେଶ୍ଵର ଜିଲ୍ଲା ଖଇରା ସାହିତ୍ୟ ସଂସଦର ବର୍ଷା ଆସର ଖଇରା ଦୁର୍ଗା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ମାୟାଧର ନାୟକଙ୍କ ପୌରୋହିତରେ ଅନୁଷ୍ଠିତ ଆସରରେ ସମ୍ପାଦକ ଉମେଶ ଚନ୍ଦ୍ର ନାୟକ ବର୍ଷା ହିଁ ଜୀବନ ଏବଂ ସକଳ ପ୍ରାଣୀର ସ୍ପନ୍ଦନ ଵୋଲି ସୂଚନା ପ୍ରଦାନ କରିଥିଲେ । ପରେ ପରେ କବିତା ପାଠର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉପସ୍ଥିତ କବି ଓ କବୟିତ୍ରୀ ମାନେ ନିଜ ନିଜର ସ୍ବରଚିତ କବିତା ପାଠ କରିଥିଲେ । ଯୁବପିଢ଼ି ସାହିତ୍ୟ ସହିତ ସଂଶ୍ଳିଷ୍ଟ ହେଲେ ସୁନ୍ଦର ସମାଜ ଗଠନ ହୋଇ ପାରିବ ବୋଲି କବି ରଘୁନାଥ ପତ୍ରୀ କହିଥିଲେ । ଅର୍ଜୁନ ଚରଣ ଶିଅଳ ବର୍ଷା ସମ୍ବନ୍ଧରେ ବହୁ ସୁନ୍ଦର ଭାବେ ବକ୍ତବ୍ୟ ରଖିଥିଲେ । ସୁଦୂର କେଉଁଝରରୁ ହରିହର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ଷା ଏକ ମାନସିକ ଉଦବେଳନ ଓ ଉନ୍ମାଦନା । ଏବଂ ଜୀବନ ପ୍ରଦାନ କରେ । ବର୍ଷା ସ୍ପର୍ଶରେ ଧରଣୀରାଣୀ ସବୁଜ ଶାଢୀ ପିନ୍ଧେ ଵୋଲି ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ । କବିତା ଗୁଡିକୁ ସଂଯୋଜନା କରିଥିଲେ କବୟିତ୍ରୀ ରୀତାରାଣୀ ଦାସ ଏବଂ କବି ଅନନ୍ତ ଉପାଧ୍ୟାୟ । ସମୀକ୍ଷା କରିଥିଲେ ଚିନ୍ତାମଣି ସାହାଣୀ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଦେବେନ୍ଦ୍ର କୁମାର ରାଉତ । ଅଭିରାମ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲାପାଳଙ୍କ ଅଗ୍ରଗାମୀର ବିଭିନ୍ନ ପରିବେଶ ଭିତ୍ତିକ କ୍ଷେତ୍ର ପରିଦର୍ଶନ,

Sunil Chandra Nayak

ଧାମନପୁର ପଞ୍ଚାୟତ ହାଇସ୍କୁଲ ଠାରେ ବିଜ୍ଞାନମେଳା ଅନୁଷ୍ଠିତ 

Sunil Chandra Nayak

କାର ମାଲିକଙ୍କ ଘର ସମ୍ମୁଖରେ ଶବ ରଖି ମୃତକଙ୍କ ସମ୍ପର୍କୀୟଙ୍କ ଆନ୍ଦୋଳନ

masiha

Leave a Comment

error: Content is protected !!