ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଳାପୋଲ ତଳେ ବର୍ଷା ଯୋଗୁଁ ୫ ଫୁଟ ପାଣି ଠିଆ; ଯୋଗାଯୋଗ ବିଚ୍ଛିନ୍ନ; ଉତ୍ୟକ୍ତ ଜନତାଙ୍କ ଦ୍ୱାରା ଟ୍ରେନ ଅଟକ 

ମୟୂରଭଞ୍ଜ -୧୬/୭ ( ମସିହା)ଟାଟା ବାଦାମ ପାହାଡ଼ ରେଳପଥରେ ଗୋରୁମହିଷାଣୀ ନିକଟସ୍ଥ ବଡମୌଦାରେ ତନଖି ଫାଟକ ନିକଟରେ ରେଳ ବିଭାଗର ତ୍ରୁଟି ପୁର୍ଣ ଗଲାପୋଲ ନିର୍ମାଣ ଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ।ଆଜି ବର୍ଷା ଫଳରେ ପୋଲ ତଳେ ୫ ଫୁଟ ପାଣି ଠିଆ ହୋଇଥିଲା ।ବିକଳ୍ପ ରାସ୍ତା ନ ଥିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।ସାଧାରଣ ଲୋକେ ଯିବା ଆସିବା କରି ନ ପାରି ନାହିଁ ନଥିବା ଅସୁବିଧା ହୋଇଥିଲେ । ପୂର୍ବରୁ ମଧ୍ୟ ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା ।ବର୍ଷା ନ ହୋଇଥିଲେ ବି ଗଳାପୋଲ ବାଟେ ଭାରି ଯାନ, ଯାତ୍ରୀବାହୀ ବସ୍ ପ୍ରମୁଖ ଯିବା ଆସିବା କଷ୍ଟକର ହୋଇଥାଏ । ଉତ୍ୟକ୍ତ ଲୋକେ ବାଧ୍ଯ ହୋଇ ଟାଟା – ବାଦାମ ପାହାଡ଼ ମେମୁ ରେଳ ଯାତ୍ରୀବାହୀ ଟ୍ରେନକୁ ଦିର୍ଘ ସମୟ ଅଟକ ରଖିଥିଲେ ।ବାଧ୍ୟହୋଇ ଗୋରୁମହିଷାଣୀ ଷ୍ଟେସନ ମାଷ୍ଟର, ଗୋରୁମହିଷାଣୀ ଥାନାଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦକ୍ଷିଣୀ ଶୌଣ୍ଢିକ ସମାଜର ପୂର୍ବତନ ସଭାପତିଙ୍କ ଶ୍ରଦ୍ଧାଞ୍ଜଳୀ ସଭା

masiha

ନଟାକଟାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

masiha

ରାଇରଙ୍ଗପୁର ପୌରପାଳିକା ଆନୁକୁଲ୍ୟରେ ” ଆମ ଓଡ଼ିଶା, ନବୀନ ଓଡ଼ିଶା”( ସହରୀ) ସଚେତନତା ଶିବିର ଉଦଯାପିତ

masiha

Leave a Comment

error: Content is protected !!