ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ଲୋକଗୀତ ପ୍ରତିଯୋଗିତା 

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ଲୋକଗୀତ ପ୍ରତିଯୋଗିତା 

ନବରଙ୍ଗପୁର:( ତା ୩୦.୧୧.୨୦୨୪)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ଶାସ୍ତ୍ରୀଭବନ ଠାରେ ମଣ୍ଡେଇ ମହୋତ୍ସବ -୨୦୨୪ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଲୋକଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତା କୁ ଆନୁଷ୍ଠାନିକ ଭାବେ ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିବାବେଳେ ମଞ୍ଚରେ ଲୋକଗୀତ ର ସମସ୍ତ ବିଚାରପତି ଏବଂ ଅଧ୍ୟାପକ ଦିଲୀପ ହୋତା ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରିଥିଲେ।ନବରଙ୍ଗପୁର,କୋଷଗୁମୁ ଡା ,ତେନ୍ତୁଳିଖୁଣ୍ଟି, ଝରିଗାଁ ବ୍ଲକ୍ ରୁ ୧୩ ଜଣ ଲୋକଗୀତ କଳାକାର ଗୀତକୁଡିଆ ଓ ଗୀତକୁଡ଼ିଆଣି ଉପସ୍ଥିତ ରହି ନିଜର ଲୋକଗୀତକୁ ମଞ୍ଚ ରେ ପ୍ରଦର୍ଶନ କରିଛନ୍ତି। ଏହି ଲୋକଗୀତ ପ୍ରତିଯୋଗିତାରେ ବିଚାରପତି ରୂପେ ସାଇମନ ବିଡିକା,ହେମଲତା ମାଝୀ, କେଦାରେଶ୍ୱର ପଟ୍ଟନାୟକ, କଳା ଓ ସଂସ୍କୃତି ସଂଘ ଜିଲ୍ଲା ଉପ ସଭାପତି କାର୍ତ୍ତିକ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।ଲୋକଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରୂପେ ଝରିଗାଁ ବ୍ଲକ୍ ଏକମ୍ବା ଏହି ଗ୍ରାମର ଦାମୋଦର ପନକା, ଦ୍ୱିତୀୟ ସ୍ଥାନ ରେ ନବରଙ୍ଗପୁର ବ୍ଲକ ସିନ୍ଧି ଗାଁ ର ହେମ ଭତ୍ରା, ତୃତୀୟ ସ୍ଥାନ ରେ ନବରଙ୍ଗପୁର ବ୍ଲକ୍ ବାସିନୀ ଗ୍ରାମର ଖଗପତି ହରିଜନ ଏବଂ ସ୍ୱାନ୍ତନା ପୁରସ୍କାର ରୂପେ ସିନ୍ଧି ଗାଁର ରାଧା ଧାକଡ ଉତ୍ତୀର୍ଣ୍ଣ ହୋଇଥିଲେ।ଏହି ପ୍ରତିଯୋଗିତାର ବିଜେତା ପ୍ରତିଯୋଗୀଙ୍କୁ ମଣ୍ଡେଇ ମହୋତ୍ସବ ପଡ଼ିଆ ରେ ପୁରସ୍କୃତ କରାଯିବ।ଲୋକଗୀତ ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏ ସନ୍ତୋଷ, ନୀଳକଣ୍ଠ ନାଏକ ସହଯୋଗ କରିଥିଲେ।ଲୋକଗୀତ ପ୍ରତିଯୋଗିତରେ ଦୁର୍ଗା ପ୍ରସାଦ ପ୍ରଧାନ,ଦେବଦାସ ମହାକୁଡ ତଥା ସ୍ଥାନୀୟ ବୁଦ୍ଧିଜୀବୀ, ଜନ ସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ( ମ ନି ସ୍ ) 

Related posts

ଡାବୁଗାଁରେ ନୂତନ ବନାଞ୍ଚଳ ଅଧିକାରୀ ଙ୍କ ଯୋଗଦାନ 

Sunil Chandra Nayak

ଡାବୁଗାଁ ରେ ଆଦିବାସୀ ଦଶହରା ପାଳିତ

masiha

ଗଞ୍ଜାମ ବ୍ଲକରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ୧୫୫ଟି ଅଭିଯୋଗର ଶୁଣାଣୀ 

Sunil Chandra Nayak

Leave a Comment

error: Content is protected !!