ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ବ୍ଲକରେ ଯୋଗଦେଲେ ୨ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ

ଲାଞ୍ଜିଗଡ଼,୦୯/୦୩(ମନିସ)-ଲାଞ୍ଜିଗଡ଼ ବ୍ଲକରେ କାର୍ଯ୍ୟରତ ଗୋଷ୍ଠୀ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକଙ୍କ ଅବସର ଗ୍ରହଣ ପରେ ପରେ ବ୍ଲକର ଶିକ୍ଷା ବିଭାଗରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସମେତ ଅତିରିକ୍ତ ଶିକ୍ଷାଧିକାରୀ ପଦବୀ ମଧ୍ୟ ଖାଲି ପଡ଼ିଥିଲା ! ଏପରିସ୍ଥଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମଲୋଚନ ସୁନା ଦାୟିତ୍ବ ତୁଲାଇ ଆସୁଥିଲେ ! ତେବେ ଜଣେ ଗୋଷ୍ଠୀ ଶିକ୍ଷାଧିକାରୀ ଓ ତିନିଜଣ ଅତିରିକ୍ତ ଶିକ୍ଷାଧିକାରୀଙ୍କ ସ୍ଥାନରେ ଜଣେ ଦାୟିତ୍ବ ତୁଲାଇବା ମୁସ୍କିଲ ହୋଇ ପଡ଼ୁଥିଲା ! ଏହାକୁ ଦ୍ରୁଷ୍ଟିରେ ରଖି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଭବାନୀପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ଦାୟିତ୍ବରେ ଥିବା ଭବାନୀପାଟଣା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁନନ୍ଦା ପଣ୍ଡାଙ୍କୁ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ! ସେହିପରି ଖାଲି ପଡ଼ିଥିବା ଦୁଇଟି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପଦବୀରେ ବରିଷ୍ଠ ତଥା ଅଭିଜ୍ଞ ଶିକ୍ଷକ ସୁଢ଼ଳଦେବ ମୁଣ୍ଡ ଓ ଦ୍ରୋଣ ରଣାଙ୍କୁ ପଦୋନ୍ନତି ସହିତ ଲାଞ୍ଜିଗଡ଼ ବ୍ଲକରେ ନିଯୁକ୍ତି ମିଳିଛି ! ଆଜି ଦୁଇଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି ! ଦୁଇଜଣ ଅତିରିକ୍ତ ଗୋଷ୍ଠୂୀ ଶିକ୍ଷାଧିକାରୀ ଆଜି କାର୍ଯ୍ୟାଳୟରେ ଯୋଗଦେବା ପରେ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସମେତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସୁନା ସେମାନଙ୍କୁ ସ୍ବାଗତ କରିଥିଲେ ! ସେହିପରି ଲାଞ୍ଜିଗଡ଼ ବ୍ଲକ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ତରଫରୁ ଅନେକ କର୍ମକର୍ତ୍ତା ନୂତନ ଭାବେ ଯୋଗ ଦେଇଥିବା ଦୁଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ! ଏକ୍ସ କ୍ୟାଡ଼ ଶିକ୍ଷକ ସଂଘ ପକ୍ଷରୁ ସଭାପତି ଦିଲିପ ପରିଚ୍ଛା, ଉପସଭାପତି ଥବିର ଦୋରା, ସଂପାଦକ ଦାମୋଦର ସା, କୋଷାଧ୍ୟକ୍ଷ ରଞ୍ଜିତ ରାୟ, ସହକୋଷାଧ୍ୟକ୍ଷ ତପନ କୁମାର ସାମଲ, ସଦସ୍ୟ କ୍ଷୀରସିନ୍ଧୁ ସାହୁ, ଗୌତମ ଦଣ୍ଡସେନା, ଶୋଭାବନ ଛତର, ଲୋକନାଥ ହରିଜନ, ବିଶିକେଶନ ଦୋରା, ବୈଷ୍ଣବ ବାଗଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଭାଷା ସୁରକ୍ଷା ସଂସ୍ଥାନ ଓ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 66ତମ ଜନ୍ମଦିନ ପାଳିତ

masiha

ମଠଖୋକସା ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ

Sunil Chandra Nayak

ଡାଲିମ୍ବ ପାଇକ ରହୁଛି ଛପର ଘରେ ,କିନ୍ତୁ ତା ନାମରେ ଆସିଥିବା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ 2021 ରୁ ଅନ୍ତିମ ହୋଇ ଗଲାଣି ! ସତ କଣ ?

Sunil Chandra Nayak

Leave a Comment

error: Content is protected !!