ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଳର ସଟ୍ ସର୍କିଟ ରୁ ବନ୍ଧାଗାଁର ରୋହିତ ବେହେରାଙ୍କ ଘରେ ଅଗ୍ନି କାଣ୍ଡ,ଅଳ୍ପେକ ବର୍ତିଲେ ଛୋଟ ଶିଶୁ

ଗୋଲାମୁଣ୍ଡା /୯/୩/ମସିହା/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ, ବୋରଗୁଡା ପଞ୍ଚାୟତର ବାନ୍ଧଗାଁ ର ରୋହିତ ବେହେରା ଙ୍କ ବାସଭବନରେ ଗତକାଲି ଅପରାହ୍ନ ସମୟରେ କୁଳର ସଟ୍ ସର୍କିଟ ହୋଇ ବହୁ ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଛି. କୁଳର ରୁ ଆକସ୍ମିକ ଭାବେ ସଟ୍ ସର୍କିଟ ହୋଇ ବହୁ ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଥିଲାା।. ଅଗ୍ନି କାଣ୍ଡରେ ଗ୍ରୁପ ରୁ ଉଠେଇ ଥିବା 30000 ଟଙ୍କା, ଘରର ଛାତ , ଫ୍ରିଜ, କୁଳର ,ଖାଦ୍ୟ ସାମଗ୍ରୀ,ଓ ଲୁଗାପଟା ପୋଡ଼ି ଯାଇ ଥିବା ର ସୂଚନାମିଳିଛି।

କ୍ଷୟକ୍ଷତି ଆକଳନ କରି ଅଗ୍ନି ବିପନ୍ନ ପରିବାର କୁ ସରକାରୀ ସହାୟତା ପାଇଁ ସାଧାରଣରେ ଦାବୀ ହେଉଛି।.ପ୍ରାପ୍ତ ସୂଚନାରୁ ଏହି ଯେ,ଅପରାହ୍ନ ୨ଟା ସମୟରେ ବେହେରାଙ୍କ ଭିତର କୋଠରୀରେ ଏକ ବର୍ଷର ଶିଶୁ ଛୁଆ ପଲଙ୍କ କୋଠରୀରେ ଶୋଇଥିଲା ବେଳେ କୁଲର ମଟର ଫାଟି ଯିବାରୁ ହଟାତ ନିଆଁ ଲାଗିଗଲା ଏହି ସମୟରେ ଛୁଆ ଚିତ୍କାର କରିବାରୁ ବାପା ମାଆ ଆସି ଉଦ୍ଧାର କରିଥିଲେ ନଚେତ ମୃତ୍ୟୁ ବରଣ ହୋଇଥାନ୍ତା,। ତତସହିତ ସାଇପଡାର ଲୋକେ ଆସି ପାଣି ପକାଇବାରୁ ନିଆଁ ଆୟତ ହୋଇଥିଲା, ହେଲେ ହାରାହାରି ଏକଲକ୍ଷ ଟଙ୍କାର କ୍ଷତିହୋଇଛି ବୋଲି ଅଭିଯୋଗ କରିଛନ୍ତି, । ଏହି ସମ୍ପର୍କରେ ଜୁନାଗଡ଼ ବିଦ୍ୟୁତ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇବାରୁ ଲାଇନ କାଟିଥିଲେ ବୋଲି କହିଛନ୍ତି, ବୋର ଗୁଡା ଆରଆଇ ଙ୍କୁ ଜଣାଇବାରୁ ସେ କହିଛନ୍ତି ତଦନ୍ତ ପ୍ରକ୍ରିୟା କରିବା ପାଇଁ, ଅନ୍ୟ ପଟେ ପରିବାରଙ୍କ ଓ ଗ୍ରାମର ୱାର୍ଡମେମ୍ବର ସସ୍ମିତା ବଗର୍ତ୍ତି ଓ ଜୋତି ବିସିଙ୍କ ଙ୍କ ପ୍ରତିକ୍ରିୟାପ୍ରକାଶ କରିଛନ୍ତି ଯେ ତୁରନ୍ତ ବିଭାଗୀୟ ଅଧିକାରୀ ତଦନ୍ତ କରି ଗରୀବ ପରିବାରଙ୍କ କ୍ଷୟକ୍ଷତି ଯୋଗାଇଦେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଦିବ୍ୟ ଜୀବନ ସଂଘର ରୈ।ପ୍ୟ ଜୟନ୍ତୀ ପାଳନ 

masiha

ବିଶ୍ଵ ଅଟିଜିମ୍ ଦିବସ ପାଳିତ

Sunil Chandra Nayak

ଭାରତୀୟ ମଜଦୁର ସଂଘ ର ୩୦ ତମ ପ୍ରତିଷ୍ଠା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!