ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ଓ ଋଣ କର୍ମଶାଳା ଅନୁଷ୍ଠିତ 

ଭବାନିପାଟଣା ତା ୭.୩.୨୦୨୩:ସମବାୟ ବିଭାଗ ,ଓଡ଼ିଶା ସରକାର ଙ୍କ ଦ୍ଵାରା ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେଉଥିବା ସଚତେନତା କାର୍ଯ୍ୟକ୍ରମ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆଜି କଳାହାଣ୍ଡି ଜିଲ୍ଲା ରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସମବାୟ ବ୍ୟାଙ୍କ୍ ଭବାନିପାଟଣା ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ସମସ୍ତ PACS ଓ LAMPCS ସଭାପତି ,କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପରିଚାଳନା କମିଟି ର ସଭ୍ୟ ମାନେ ଅଂଶ ଗ୍ରହଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ସକାଳେ ଏକ ଗଣ ଦୌଡ଼ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ନର୍ଲ୍ଲା ଶ୍ରୀଯୁକ୍ତ ଭୂପିନ୍ଦର ସିଂ, ମାନ୍ୟବର ବିଧାୟକ ଜୁନାଗଡ କ୍ୟାପଟେନ ଦିବ୍ୟାଶଙ୍କର ମିଶ୍ର, ମାନ୍ୟବର ବିଧାୟକ ଲାଞ୍ଜିଗଡ ଶ୍ରୀଯୁକ୍ତ ପ୍ରଦୀପ ଦିଶାରୀ ଓ ନଗର ପାଳ ଶ୍ରୀମତୀ ସଂଯୁକ୍ତା ବେହେରା ଯୋଗଦାନ କରିଥିଲେ।ଅପରାହ୍ନ ୪ ଘ ସମୟ ରେ ସ୍ଥାନୀୟ ଏସ ଏନ କଲ୍ୟାଣ ମଣ୍ଡପ ରେ ଏକ ସଭା ର ଆୟୋଜନ କେନ୍ଦ୍ର ସମବାୟ ବ୍ୟାଙ୍କ ଭବାନୀପାଟଣା ସଭାପତି ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମାନିତ ଅତିଥି ରୂପେ ମାନ୍ୟବର ବିଧାୟକ ଜୁନାଗଡ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦାନ କରିଥିଲେ। ଶ୍ରୀଯୁକ୍ତ ଭକ୍ତବନ୍ଧୁ ସାହୁ joint Registrar ଭୁବନେଶ୍ୱର ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ,ଉପ ନିବନ୍ଧକ କଳାହାଣ୍ଡି ଶ୍ରୀମତୀ ନନ୍ଦିନୀ ସାହୁ, ଉପ – ସଭାପତି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ୍, DDM NABARD ଶ୍ରୀଯୁକ୍ତ ମହେଶ୍ଵର ଦାଶ ଶ୍ରୀଯୁକ୍ତ ଉମାକାନ୍ତ ଦାଶ,ସହକାରୀ ନିବନ୍ଧକ ନୂଆପଡ଼ା, ଶ୍ରୀଯୁକ୍ତ ମନୋଜ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,କଳାହାଣ୍ଡି ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରିଥିଲେ ।ବ୍ୟାଙ୍କ୍ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ଏବଂ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବାର୍ତ୍ତା ପ୍ରସାରଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ସମସ୍ତ ଅତିଥି ମାନେ ଆଜିର ଦିନରେ ସମବାୟ ର ଭୂମିକା ଏବଂ ସମବାୟ ବ୍ୟାଙ୍କ ମାଧ୍ୟମରେ ଦିଆଯାଉଥିବା ବିନା ସୁଧରେ କୃଷି ଋଣ ଓ ଅନ୍ୟାନ୍ୟ ସେବା ପ୍ରଦାନ ତଥା ଚାଷୀଭାଇ ମାନେ ଏଥିରୁ କିପରି ସୁଫଳ ପାଇପାରିବେ ସେ ସମର୍କରେ ଗୁରୁତ୍ୱାରୋପ କରିଥିଲେ।ଶ୍ରୀ ବିରଞ୍ଚି ନାରାୟଣ ମୁଣ୍ଡ ଓ ନିହାରିକା ନାୟକ ମଞ୍ଚ ପରିଚାଳନା କରିଥିବାବେଳେ କୁମାରୀ ଲିପ୍ସା ମହାରଣା ପ୍ରାମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଭାରପ୍ରାପ୍ତ ସହକାରୀ ନିବନ୍ଧକ, ଭବାନୀପାଟଣା ଶ୍ରୀ ଭଵନାଥ ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସମବାୟ ବିଭାଗ କଳାହାଣ୍ଡି ଓ ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ୍ ର ଅଧିକାରୀ ଗଣ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ରାଇରଙ୍ଗପୁର; ଗର୍ଭବତୀ ମହିଳାଙ୍କ ମୃତ୍ୟୁ

masiha

ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ତରଫରୁ ପରିଚାଳନା ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଓଡ଼ିଶା ସାହିତ୍ୟ ଏକାଡେମୀ ର ଜିଲ୍ଲା ସ୍ତରୀୟ ସାରସ୍ଵତ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!