ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ ଙ୍କ ନର୍ଲା ବିଧାନସଭା ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଶାସନିକ ସମୀକ୍ଷା ବୈଠକ

ଭବାନିପାଟଣା  :ଗତ ୬.୩.୨୦୨୩ ରିଖ ଦିନ ସ୍ଥାନୀୟ ଡି ପି ଏମ ୟୁ ସମ୍ମିଳନୀ ଗୃହରେ ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ନର୍ଲା ବିଧାନ ସଭା କ୍ଷେତ୍ରର କେସିଙ୍ଗା, ନର୍ଲା, କର୍ଲାମୁଣ୍ଡା ଓ ଏମ ରାମପୁର ବ୍ଲକରେ ସମସ୍ତ ବି ଡି ଓ,ତହସିଲଦାର, ସି ଡି ପି ଓ,ଜିଲ୍ଲା ବିଭାଗୀୟ ଅଧିକାରୀ ଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ , ସି ଡି ଓ ,ଜିଲ୍ଲା ପରିଷଦ ଶ୍ରୀ ସଚିନ ପାୱାର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଜୟ କୁମାର ନନ୍ଦ , ଉପ ଜିଲ୍ଲାପାଳ ଭବାନିପାଟଣା ଡ ବିଶ୍ୱଜିତ୍ ଦାସ ପ୍ରମୁଖ ମଞ୍ଚାସିନ ଥିଲେ। ନର୍ଲା ବିଧାନସଭା କ୍ଷେତ୍ର ର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରଣୟନ କରାଯାଇଥିବା ସରକାରଙ୍କ ବିଭିନ୍ନ ସ୍କିମ ଉପରେ ପ୍ରଶ୍ନ କରି ଅସମାପ୍ତ କାର୍ଯ୍ୟ ର ଶୀଘ୍ର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ କହିଥିଲେ। କ୍ଷେତ୍ର ର ଆର୍ ଏଣ୍ଡ ବି ତଥା ଆର୍ ଡି ବିଭାଗର ରାସ୍ତା ନିର୍ମାଣ, ମେଗାଲିଫ୍ଟ ଓ ମାଇନର ଇରିଗେସନ ର କେନାଲ ମରାମତି ଉପରେ ପ୍ରଶ୍ନ କରିଥିଲେ। ଚଳିତ ଖରିଫ ଋତୁରେ ୪ ଟି ବ୍ଲକ ରେ ଚାଷୀଙ୍କ ଠାରୁ ବିଭିନ୍ନ ମଣ୍ଡି ରେ ଧାନ ସଂଗ୍ରହଣ କାର୍ଯ୍ୟ ବହୁତ ସଫଳତାର ସହ ସମାପନ ହୋଇଥିବାରୁ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସି ଡ଼ି ଏ ଓ ଙ୍କୁ ନର୍ଲା ବିଧାନସଭା ମଣ୍ଡଳୀର ବ୍ଲକ ସ୍ତର ବି ଏ ଓ ଏବଂ ଡି ଏ ଓ ଖାଲିଥିବା ପଦବୀ ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ବେଲଖଣ୍ଡି,ଦେବଗିରି ଓ କାମପଡା ମନ୍ଦିର ସ୍ଥାନ କୁ ପର୍ଯ୍ୟଟନ ସ୍ଥଳୀ ରୂପେ ବିକାଶ କରିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। ସେଭଳି ହାତୀ ଆକ୍ରମଣ, ଚଳାଚଳ ଓ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରି କୌଣସି ଦୁର୍ଘଟଣା କୁ ଏଡ଼ାଇବା ପାଇଁ ବନ ବିଭାଗୀୟ ଅଧିକାରୀ ଙ୍କୁ କହିଥିଲେ। ଏସ ବି ଆଇ ଚିଫ ମ୍ୟାନେଜର ଙ୍କୁ ଛତିଗୁଡ଼ା, ରିଶିଡ଼ା, ତୁଣ୍ଡା ରେ ଗ୍ରାହକ ସଂଖ୍ୟା ଅଧିକ ଯୋଗୁ ଅଧିକ ଶାଖା ଖୋଲିବାକୁ କହିଥିଲେ। ବିଦ୍ୟାଳୟ ମାନଙ୍କ ରେ ପ୍ରଧାନ ଶିକ୍ଷକ ପଦବୀ ଶୀଘ୍ର ପୂରଣ କରିବା ପାଇଁ ଡି ଇ ଓ ଙ୍କୁ କହିଥିଲେ।ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ଜଣେ ଫାର୍ମାସିଷ୍ଟ ଓ ଜଣେ ନର୍ସିଂ ଅଫିସର ନିଯୁକ୍ତି କଲେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କିଛି ସୁଧାର ଆସିବ ଏବଂ ଏଥିପ୍ରତି ପଦକ୍ଷେପ ନେବାକୁ ସି ଡି ଏମ ଓ ଙ୍କୁ କହିଥିଲେ। ବି ଡି ଓ ମାନଙ୍କୁ ଏମ ଏଲ୍ ଏ ଲାଡ, ବିଜୁ କେ ବି କେ ଓ ଡବ୍ଲୁ ଓ ଡି ସି ଅର୍ଥର ସଠିକ୍ ବିନିଯୋଗ ଓ ପ୍ରକଳ୍ପ ର ଶୀଘ୍ର ସମାପ୍ତ କୁ ଗୁରୁତ୍ଵ ଦେବାକୁ କହିଥିଲେ। ଦିନବ୍ୟାପୀ ଚାଲିଥିବା ଏହି ସମୀକ୍ଷା ବୈଠକର ଶେଷରେ ଡି ଡି ପ୍ଲାନିଂ ଶ୍ରୀକାନ୍ତ ଦଳେଇ ଧନ୍ୟବାଦ୍ ଦେଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

The 5th installation ceremony of Intract club of SSVM

Sunil Chandra Nayak

ଢେଙ୍କାନାଳର ସର୍ବ ପୁରାତନ ଶିକ୍ଷା କେନ୍ଦ୍ର ବାଣୀଶ୍ରୀ ଟ୍ୟୁ ଟରିଆଲ୍ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

Sunil Chandra Nayak

ବ୍ୟାସାୟ ବିଷ୍ଣୁ ରୂପାୟ ଆଲୋଚନା ଚକ୍ର ଆୟୋଜିତ

Sunil Chandra Nayak

Leave a Comment

error: Content is protected !!