ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀ ବିକାଶ ସ୍ନାତକ ମହାବିଦ୍ୟାଳୟରେ ନୂଆଁଖାଇ ଭେଟଘାଟ

ଲକ୍ଷ୍ମୀ ବିକାଶ ସ୍ନାତକ ମହାବିଦ୍ୟାଳୟରେ ନୂଆଁଖାଇ ଭେଟଘାଟ

 ଲକ୍ଷ୍ମୀ ବିକାଶ ସ୍ନାତକ ମହାବିଦ୍ୟାଳୟ ପରିସରରେ ପଶ୍ଚିମ ଓଡିଶାର ଗଣପର୍ଣ ନୂଆଁଖାଇ ଭେଟ ଘାଟ ଅନୁଷ୍ଟିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ବିବେକାନନ୍ଦ ମହାନନ୍ଦ ଯୋଗଦେଇଥିବା ବେଳେ , ସମ୍ମାନିତ ଅତିଥି ଭାବେ କାରୁଣ୍ଡ କଳା ମଞ୍ଚର ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ଧଙ୍ଗଡାମାଝି , ଲକ୍ଷ୍ମୀ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଡି ନାଗେଶ୍ଵର ରାଓ , ନିର୍ଦ୍ଦେଶକ ଡି ରାମକୁମାର, ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ, ବି ବି ଏ ବି ସି ଏ ଅଧ୍ୟକ୍ଷ ଡ ସୁଦୀପ୍ତ ଜେନା , ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ ଆଦିତ୍ଯ ପଟ୍ଟନାୟକ , ବିକାଶ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

          ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଏଭଳି କାର୍ଯ୍ଯକ୍ରମ ବିଦ୍ୟାର୍ଥୀ ମାନଙ୍କ ସାଂସ୍କୃତିକ ଓ ଐତିହାସିକ ଜ୍ଞାନ ବୃଦ୍ଧି କରିବା ସହ ମନରେ ସାମାଜିକ ପ୍ରତିବଦ୍ଧତା ଭାବନା ସୃଷ୍ଟି କରିଥାଏ ବୋଲି ଦର୍ଶାଇ ଥିଲେ। ସମ୍ମାନିତ ଅତିଥି ପ୍ରଦୀପ ଧଙ୍ଗଡାମାଝି ଏଭଳି କାର୍ଯ୍ଯକ୍ରମ ବିଦ୍ୟାର୍ଥୀଙ୍କ ସୃଜନଶୀଳତା କୁ ବୃଦ୍ଧି କରିବା ସହ ଐତିହ୍ୟର ସଂରକ୍ଷଣ ରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ।ଏହି ଅବସରରେ ଅନୁଷ୍ଠାନର ଚେୟାରମ୍ୟାନ ଡି ନାଗେଶ୍ଵର ରାଓ , ନିର୍ଦ୍ଦେଶକ ଡି ରାମ କୁମାର , ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ ବିଦ୍ୟାର୍ଥୀଙ୍କୁ ପ୍ରେରଣା ଦାଯକ ବକ୍ତବ୍ୟ ପ୍ରଦାନ କରିଥିଲେ ।ବ୍ୟଙ୍ଗ କବି ଶୁଶାନ୍ତ ମିଶ୍ର ଙ୍କ ଦ୍ଵାରା ଅନେକ ହାସ୍ୟ ରସାତ୍ମକ କଳା ପ୍ରଦର୍ଶନ କରଯାଇଥିଲା।‘ପ୍ରତିଭା’ ସଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ନିକଟରେ ମସ୍କୋ ଏବଂ ମହାବୀର ସଂସ୍କୃତିକ ଅନୁଷ୍ଠାନର ର କଳାକାର ମାନେ ଜାପାନ ଯାଇ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶିତ କରି ଉଚ୍ଚ ପ୍ରସଂଶିତ ହୋଇଥିଲେ। ସେହି କଳାକାର ମାନଙ୍କୁ ବିକାଶ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ନୂଆଁଖାଇ ଭେଟ ଘାଟ ର ମୁଖ୍ୟ ଆକର୍ଷଣ ସାଜିଥିଲା ବିଦ୍ୟାର୍ଥୀଙ୍କ ଦ୍ଵାରା ପ୍ରଦର୍ଶିତ ଘୁମୁରା , ବଜାଶାଳ , ନାଟିକା ।

               ଏହି କାର୍ଯ୍ୟକ୍ରମରେ ଡ଼ ଆଦିତ୍ଯ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ ସୁଦୀପ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯକ୍ରମ କୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅବ୍ୟବସ୍ଥା ଘେରରେ ରିଷିଡା ବସ୍ ଷ୍ଟାଣ୍ଡ

masiha

ଉତ୍କେଲା ବିକାଶ ମଞ୍ଚ ର ମାସିକ ବୈଠକ

Sunil Chandra Nayak

କଳାହାଣ୍ଡି କୁମ୍ଭାର ସମାଜ ର ନୂଆଁଖାଇ ଭେଟଘାଟ 

Sunil Chandra Nayak

Leave a Comment

error: Content is protected !!