ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ 

ଚିଲିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ 

ଜୁନାଗଡ଼ ୨୧/୯(ମନୀସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଟିତ ହୋଇଯାଇଛି । ଜୁନାଗଡ଼ ମେଡ଼ିକାଲ ଅଫିସର ଭଗବାନ ପଣ୍ଡା ଙ୍କ ଅଧକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଉପ ସଭାପତି ଭବସିନ୍ଧୁ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେବୀ ପ୍ରସାଦ ମହାପାତ୍ର ଏଡି ଏ ମ ଓ ( ଏଫ ,ଡବ୍ଲୁ ) , ବରିଷ୍ଠ ଆଇନଜୀବୀ ହିମାଂଶୁ ଶେଖର ବର।ଡ଼, ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟଗୁରୁ , ଶିକ୍ଷାବିତ ପଦ୍ମ ନାଭ ନାଗ ,ମଣ୍ଡଳ ସଭାପତି ଅଂଶୁମାନ ଯୋଶୀ , ଚିଲିଗୁଡା ମେଡ଼ିକାଲ ଅଫିସର ଡ଼,ଶୁଭମ ସାରଦା ପ୍ରଧାନ ,ଡ଼, ବିବେକାନନ୍ଦ ମହାନନ୍ଦ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ପ୍ରମୁଖ ଯୋଗଦାନ କରି ସୁସ୍ଥ ନାରୀ ସଶକ୍ତ ପରିବାର ସମ୍ପର୍କରେ ଅବଗତ କରାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଅନେକ ପଞ୍ଚାୟତର ମହିଳା ,ଆଶା କର୍ମୀ ,ସ୍କୁଲ ଛାତ୍ରୀ ଏବଂ ଅନେକ ଜନସାଧାରଣ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ଜୁନାଗଡ଼ ସୁପରଭାଇଜର ପ୍ରିୟ ରଞ୍ଜନ ମୁଣ୍ଡ ପରିଚାଳନା କରିଥିବାବେଳେ ଫାର୍ମାସିଷ୍ଟ ଜୟନ୍ତ ପଣ୍ଡା ,ବି ପି ଏମ ଏମରାଜ ଶେଖର ,ସୁଧୀର ପାଣିଗ୍ରାହୀ ,ଉଦିତ ଯୋଶୀ ତଥା ଚିଲିଗୁଡା ସି ଏଚ ସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଚଉଁରା ଗ୍ରାମର ଝରନି ପୋଖରୀ କୁ ଗାଧୋଇବା କୁ ଯାଇ ଦୁଇ ଶିଶୁର ମୃତୁ

Sunil Chandra Nayak

ରାୟଗଡ ଜିଲ୍ଲାରେ କୌଶଳ ରଥ ପରିକ୍ରମା  ଯୁବ ଦକ୍ଷତା ବିକାଶର ପ୍ରଚାର 

masiha

ଜଳ ବିଭାଜିକାରେ ଅନିମିୟତା ଅଭିଯୋଗ   

Sunil Chandra Nayak

Leave a Comment

error: Content is protected !!