ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅକ୍ଷୟ ମହାନ୍ତି ଙ୍କ ସଂଗୀତରେ ଝୁମିଲେ ଶ୍ରୋତା 

ଅକ୍ଷୟ ମହାନ୍ତି ଙ୍କ ସଂଗୀତରେ ଝୁମିଲେ ଶ୍ରୋତା 

ରାଉରକେଲା : କୋଏଲ ନଗର ସ୍ଥିତ ଅକ୍ଷୟ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଅକ୍ଷୟ ସଂଗୀତ ସନ୍ଧ୍ୟା କୁ ଉପସ୍ଥିତ ଶ୍ରୋତା ମନଭରି ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିିଥିଲେ ଆର.ଏସ.ପି. ସହର ସେବା ବିଭାଗର ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ପ୍ରଦୀପ କୁମାର ଦାସ,ସୁନିଲ୍ କାୟଲ୍, ଗୌତମ ମିଶ୍ର। ଏହି ଅବସରରେ ଅକ୍ଷୟ ମହାନ୍ତିଙ୍କ ସୁପୁତ୍ର ଚିତ୍ରଭାନୁ ମହାନ୍ତି, ଭାସ୍କର ପୁହାଣ, ତବଲା ବାଦକ ଗୌରାଙ୍ଗ ଗୋଚ୍ଛାୟତ, ଅନୀଲ ମଲ୍ଲିକ ଙ୍କୁ ସେମାନଙ୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଅକ୍ଷୟ ଫ୍ୟାନ୍ସ କ୍ଲବ ପକ୍ଷରୁ ସ୍ବର୍ଗତ ଅକ୍ଷୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଉଦ୍ଦେଶ୍ଯରେ ଆୟୋଜିତ ଗଣପ୍ରଦୀପ ଦାନ କାର୍ଯ୍ୟକ୍ରମରେ ଦୀପ ଦାନ କରିଥିଲେ ବହୁ ଅକ୍ଷୟ ପ୍ରେମୀ ସାଧାରଣ। ଚର୍ଚ୍ଚିତ କଣ୍ଠଶିଳ୍ପୀ ମିତ୍ରଭାନୁ ମହାନ୍ତି, ଭାସ୍କର ପୁହାଣ, ଗୌରାଙ୍ଗ ଗୋଛୟତ, ଇତି ପଟ୍ଟନାୟକ, ସ୍ମିତା ମିଶ୍ର ପ୍ରମୁଖ ଭେଟି ଦେଇଥିଲେ ସାଗର ତୁମେ, ଯାଯାବର, ଏଇ ଯେ ବନଲତା, ଚନ୍ଦ୍ରମଣ୍ଡଳ ହସେ, ଭଳି ଅକ୍ଷୟ ମହାନ୍ତିଙ୍କ ବହୁ ଅଭୁଲା ସଂଗୀତ । ବିଟୁ ମହାନ୍ତି, ସ୍ମୃତି ରଞ୍ଜନ ରାଉତ, ବିଜୟ କୁମାର ଦାସ, ତ୍ରିବିକ୍ରମ ମାଝି. ଶକ୍କ୍ତେଶ୍ବର ପାତ୍ର ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ମନଛୁଆଁ କାର୍ଯ୍ୟକ୍ରମ କୁ ବେଶ୍ ବିଳମ୍ବିତ ରାତିଯାଏ ଉପଭୋଗ କରିଥିଲେ ଭରପୁର ଅକ୍ଷୟ ପ୍ରେମୀ ଶ୍ରୋତା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖବରଦାତା ସଂଘର ଭୂମି ପୂଜନ

Sunil Chandra Nayak

ତେରେସିଂହାରେ ଫୁଟିଲା ‘ବ୍ରହ୍ମ କମଳ’ ପୁଷ୍ପ

masiha

ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ :୨୦୨୪-୨୫ ବର୍ଷ ଲାଗି ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ପୁରସ୍କାରରେ ରେ ୧୦ ଲକ୍ଷ ଅର୍ଥରାଶି ସହ ସ୍ମୃତି ଫଳକ ଓ ମାନପତ୍ର:

Sunil Chandra Nayak

Leave a Comment

error: Content is protected !!