ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ :୨୦୨୪-୨୫ ବର୍ଷ ଲାଗି ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ପୁରସ୍କାରରେ ରେ ୧୦ ଲକ୍ଷ ଅର୍ଥରାଶି ସହ ସ୍ମୃତି ଫଳକ ଓ ମାନପତ୍ର:

ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ :୨୦୨୪-୨୫ ବର୍ଷ ଲାଗି ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର:
ପୁରସ୍କାରରେ ରେ ୧୦ ଲକ୍ଷ ଅର୍ଥରାଶି ସହ ସ୍ମୃତି ଫଳକ ଓ ମାନପତ୍ର:
ଗୁଣାତ୍ମକ ଶିକ୍ଷକ ପ୍ରଶିକ୍ଷଣ ଓ ଅଭିନବ ଶୈକ୍ଷିକ କାର୍ଯ୍ୟ ଲାଗି ସ୍ୱୀକୃତି:

ଢେଙ୍କାନାଳ: ତା ୦୫.୦୯.୨୦୨୫ :  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଉଲ୍ଲେଖନୀୟ ଅବଦାନ ଲାଗି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ( ଡି.ଆଇ. ଇ.ଟି. ) ବିଭାଗରେ ଢେଙ୍କାନାଳ ଡି.ଆଇ.ଇ.ଟି. ରାଜ୍ୟ ସ୍ତରରେ ଶ୍ରେଷ୍ଠ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମlଝିଙ୍କ ଠାରୁ ପୁରସ୍କୃତ ହୋଇଛି । ରାଜ୍ୟ ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ -୨୦୨୫ ଅବସରରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଯୁକ୍ତ ତଥା ପ୍ରମୁଖ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରୁ ଡି.ଆଇ.ଇ.ଟି.ଢେଙ୍କାନାଳର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ଓ ଶିକ୍ଷକ ପ୍ରଶିକ୍ଷକ ପ୍ରଭାତୀ ସ୍ୱାଇଁ ପୁରସ୍କାର ସ୍ୱରୂପ ସ୍ମୃତି ସନ୍ତକ ଓ ମାନପତ୍ର ମୁଖ୍ୟଅତିଥି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମlଝିଙ୍କ ଠାରୁ ଗ୍ରହଣ କରିଛନ୍ତି । ଅତ୍ୟାଧୁନିକ ଭିତ୍ତିଭୂମି, ଜିଲ୍ଲାରେ ଶିକ୍ଷାର ଉନ୍ନତିରେ ଉତ୍ତମ ଯୋଗଦାନ ଓ ଶିକ୍ଷକ ତାଲିମ କ୍ଷେତ୍ରରେ ଅଭିନଵ ପଦକ୍ଷେପ ସହିତ ବହୁ ନୂତନ ଯୋଜନା ପାଇଁ ଢେଙ୍କାନାଳ ଡି. ଆଇ. ଇ.ଟି.ରାଜ୍ୟରେ ଅନ୍ୟ ଜିଲ୍ଲା ଲାଗି ପ୍ରେରଣା ସାଜିଛି । ପ୍ରତିଷ୍ଠାନ ପକ୍ଷରୁ ମଡେଲ ଶିଶୁବାଟିକା ନିର୍ମାଣ କରାଯାଇଛି ଯେଉଁଥିରେ ସାକ୍ଷରତା କୋଣ,ସଂଖ୍ୟାଜ୍ଞାନ କୋଣ,ସୃଜନାତ୍ମକ କୋଣ,ବାଲୁକା କୋଣ, ଆଦିର ବ୍ୟବସ୍ଥା କରାଯାଇ ଶିଶୁବାଟିକାକୁ ଅଧିକ ଛାତ୍ରଛାତ୍ରଛାତ୍ରୀ ଉପଯୋଗୀ କରାଯାଇପାରୁଛି । ଜିଲ୍ଲାରେ ଶିକ୍ଷଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ପାରୁ ନ ଥିବା ବିଦ୍ୟାଳୟ ଗୁଡିକୁ ଚି଼ହ୍ନଟ କରାଯାଇ ଛାତ୍ରଛାତ୍ରୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ କରାଯାଇଛି । ସେହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦlନ ଶୈଳୀରେ ଅଭିବୃଦ୍ଧି କରାଯାଇଛି । ଏହା ସହ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପରିପୂର୍ଣ ବିକାଶ ନିମନ୍ତେ ପ୍ରତିଷ୍ଠାନର ଦିଗଦର୍ଶନରେ ଶତ ପ୍ରତିଶତ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯାଦୁପେଡ଼ି ପ୍ରସ୍ତୁତ କରିଛନ୍ତି । ଶିକ୍ଷାଦlନ ପାଇଁ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କୁ ସୃଜନାତ୍ମକ ଢଙ୍ଗରେ ଶିକ୍ଷା ଦିଆଯାଉଛି ।କମ୍ପୋଜିଟ ପିରିୟଡ଼ର ପରିକଳ୍ପନା ଓ ରୂପାୟନ,କର୍ମଶାଳା, ଆଲୋଚନାଚକ୍ର ଓ ଗବେଷଣା କ୍ଷେତ୍ରରେ ଏହାର ଅଭିନବ କାର୍ଯ୍ୟକ୍ରମ ଓ ନୂଆ ପଦକ୍ଷେପ ଅନ୍ୟ ପ୍ରତିଷ୍ଠାନ ଠାରୁ ଏହାକୁ ସ୍ୱତନ୍ତ୍ର କରିପାରିଛି । ଆଜିର ଏହି ସମାବେଶରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ତଥା ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ଓସେପl ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଓ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ମନୋଜ ପାଢ଼ୀ ମଂଚାସୀନ ଥିବା ବେଳେ ବିଭାଗର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।

ପ୍ରଶିକ୍ଷଣ ପ୍ରତିଷ୍ଠାନର ଏହି ସଫଳତାରେ ଅଧ୍ୟକ୍ଷ ଶ୍ରୀ ସାହୁ ରାଜ୍ୟ ସରକାର,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।ଡ଼ା.ଦେବୀ ପ୍ରସାଦ ମିଶ୍ର,ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଓଡ଼ିଶା ତଥା ଆଜୀବନ ସଦସ୍ୟ,ଢେଙ୍କାନାଳ ଜିଲ୍ଳା ଆବାହକ,ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶା,ବରିଷ୍ଠ ଶିକ୍ଷାବିତ୍, ବରିଷ୍ଠ ନାଗରିକ,ସୁସାହିତ୍ୟିକ, ସାମାଜିକ କର୍ମୀ ତଥା ଭ୍ରାମ୍ୟମାଣ ଅବୈତନିକ ସମ୍ବାଦଦାତା ଭାବରେ ଡି.ଆଇ.ଇ.ଟି. ଢେଙ୍କାନାଳର ଏହି ଅଭୂତପୂର୍ବ ସଫଳତାରେ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ନେତୃତ୍ୱ ଓ ସଫଳ ମାର୍ଗଦର୍ଶନ,ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀବୃନ୍ଦଙ୍କର ସାମଗ୍ରିକ ନିଷ୍ଠାପର ଉଦ୍ୟମ ପାଇଁ ସମ୍ଭବପର ହୋଇପାରିଛି ଓ ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇପାରିଛି ବୋଲି ଦୃଢ଼ ମତପୋଷଣ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ବଧେଇ ଜଣାଇଛନ୍ତି।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ବନ ବିଭାଗ କର୍ମଚାରୀଙ୍କ ଦାବି ଅଣଦେଖା କରୁଛନ୍ତି ସରକାର: ଆନ୍ଦୋଳନର ଚେତାବନୀ

masiha

ଅନ୍ଦ୍ରପ୍ରଦେଶ ରାଜ୍ୟ ର ସିକନ୍ଦରାବାଦ ଇଟାଭଟାରେ କୁମ୍ଭାରୀର ଶ୍ରମିକ ଅଟକ ଘଟଣା ତୁରନ୍ତ ଉଦ୍ଧାର କରିବାକୁ ଦାବୀ କଲେ ପୂର୍ବତନ ସାଂସଦ ନିରଞ୍ଜନ 

World Environment Day was observed by the Institution of Engineers (India), Rourkela Local Centre

masiha

Leave a Comment

error: Content is protected !!