ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଲବାଣୀ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଆଜି ତା ୧୨/୧/୨୦୨୩ ରିଖ ଗୁରୁବାର ଦିନ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ କରାଯାଇଥିଲା। ଉକ୍ତ ଦିବସ ପାଳନ ଅବସରରେ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ବହୁତ ଛାତ୍ରଛାତ୍ରୀ ଭାରତ ମାତା ଓ ସ୍ୱାମୀ ବିବେକାନନ୍ଦ ବେଶ ଭୁଷା ରେ ସଜେଇ ହୋଇ ଶିଶୁ ବିଦ୍ୟା ମନ୍ଦିର ର ପ୍ରାୟ ୮୦୦ ଜଣ ଛାତ୍ରଛାତ୍ରୀ ବିଦ୍ୟା ମନ୍ଦିର ରୁ ବାହାରି ଫୁଲବାଣୀ ସହର ନଗର ଆଦର୍ଶ ପଥ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା,ଅଭିଭାବକ ଓ ଶୁଭେଚ୍ଛୁ ଙ୍କ ସହଯୋଗ ରେ ସଫଳ ହୋଇଥିଲା ବୋଲି ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ସାଇକେଲ କୁ ପଛପଟୁ ଧକ୍କା ଦେଲା ବାଇକ,ଜଣେ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ଖାଲିନା ଧାନ ମଣ୍ଡି ଉଦଘାଟିତ         

ଟ୍ରକ୍ ବାଇକ୍ ମୁହାଁ ମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ , କ୍ଷତିପୂରଣ ଦାବିରେ ଉତ୍ତେଜନା

Sunil Chandra Nayak

Leave a Comment

error: Content is protected !!