ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ନେଇ ଧର୍ମଗଡ଼ ରେ ଶୋକସଭା

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ନେଇ ଧର୍ମଗଡ଼ ରେ ଶୋକସଭା

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ହୋଟେଲ ରୟାଲ ପେଲେସ ଠାରେ ଏକ ଶୋକସଭାରେ ଧର୍ମଗଡ଼ କଂଗ୍ରେସ କମିଟି ର ପ୍ରେମଲାଲ ସାଗର, ଧରଣୀ ଧର ଧଙ୍ଗଡା ମାଝୀ, ଗୋଲୁ ନାଏକ, ମିଟୁ ନାଏକ, ସୁଲୋଚନା ବିଶି, ସୁରେଶ ଭଇଁସାଲ, ଧର୍ମଗଡ଼ ଓକିଲ ସଂଘର ସଭାପତି ତୁଷାର ରଞ୍ଜନ ପଟ୍ଟଯୋଷୀ, ପ୍ରଦୀପ ଦାସ,ପ୍ରତାପ ସୁନାନି, ଜୟଦ୍ରଥ ମହାନନ୍ଦ, ଗଙ୍ଗାଧର ମଙ୍ଗରାଜ ଧର୍ମଗଡ଼ ସିଟିଜନ କମିଟିର ବଙ୍କିମ ଚନ୍ଦ୍ର ସାଗର, ଚକ୍ରଧର ପ୍ରଧାନ, ଉଦୟଭାନୁ ଜାଲ ଏସଟି/ଏସ ସି/ଓବିସି ଫୋରମ ର ଡମ୍ବରୁଧର ଲହଜଲ, ବିରଞ୍ଚି ବଣିଆ ପ୍ରମୁଖ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଡ. ମନମୋହନ ସିଂହଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରି ଶୋକବ୍ୟକ୍ତ କରିଛନ୍ତି। ତାଙ୍କର ବିୟୋଗରେ ଭାରତ ଜଣେ ଦୂରଦର୍ଶୀ ନେତା, ବିଶ୍ୱପ୍ରସିଦ୍ଧ ଅର୍ଥନୀତିଜ୍ଞ ଏବଂ ଅତୁଳନୀୟ ନିଷ୍ଠାର ସହ ଦେଶର ସେବା କରିଥିବା ରାଜନେତାଙ୍କୁ ହରାଇଛି, ଭାରତୀୟ ଅର୍ଥନୀତିର ନିରନ୍ତର ଅଭିବୃଦ୍ଧି ପାଇଁ ତାଙ୍କର ବଳିଷ୍ଠ ଅବଦାନ ରହିଛି ବୋଲି ଓକିଲ ସଂଘର ସଭାପତି ତୁଷାର ରଞ୍ଜନ ପଟ୍ଟଯୋଷୀ ପ୍ରକାଶ କରିଥିଲେ।

ସୂଚନା ଯୋଗ୍ୟ ଯେ, ଗତକାଲି ରାତି ୮ଟା ୬ ମିନିଟ୍‌ରେ ଭାରତରେ ଆର୍ଥିକ ସଂସ୍କାରର ପ୍ରମୁଖ ବିନ୍ଧାଣି, ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ପରଲୋକ ଘଟିଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବଜ୍ରପାତରେ ଗଲା ଜୀବନ

masiha

ବିପ୍ଲବୀ ଯୁବକ ସଂଘ ତରଫରୁ ଅଭିନେତ୍ରୀ କାବେରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧନା

masiha

ଇତିହାସ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା: କିଛି ସ୍ମୃତି କଲେଜ ପାଇଁ ଇତିହାସ ହୋଇ ରହିଯାଏ  

Sunil Chandra Nayak

Leave a Comment

error: Content is protected !!