ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ

ତେନ୍ତୁଳିଖୁଣ୍ଟି, -୧୧/୫/୨୩ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କାର୍ଯ୍ୟାଳୟ ଠାରେ ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଲକରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଦୀର୍ଘ ଦିନ ଧରି ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଲକର ସମସ୍ତ ପଞ୍ଚାୟତ,ଏବଂ ଛୋଟ ବଡ଼ ଗ୍ରାମ ମାନଙ୍କୁ ଯାଇ ମଞ୍ଚର ସ୍ବେଛାସେବୀ ମାନେ ଶିକ୍ଷା, ସ୍ଵାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ସ୍ଥିତି ଊପରେ ସର୍ବେକ୍ଷଣ କରାଯାଇଥିଲା। ଉକ୍ତ ସମୟରେ ନଜରକୁ ଆସୁଥିବା ପ୍ରତ୍ୟେକ ସମସ୍ୟାକୁ ସରକାରଙ୍କ ଦୃଷ୍ଠି ଆକର୍ଷଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରତି ବ୍ଲକ୍ ସ୍ଥରୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ମଞ୍ଚର ବ୍ଲକ୍ ସଂଯୋଜକ ଦିଲ୍ଲୀପ ଛତ୍ରିଆ ।ବ୍ଲକର ବହୁ ଯୋଗ୍ୟ ବିବେଚିତ ବୃଦ୍ଧ ବୃଦ୍ଧା, ଦିବ୍ୟଙ୍ଗ ବ୍ୟକ୍ତି ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ସହିତ ମିଳୁଥିବା ଭତ୍ତା ଆଜିକାର ମହଙ୍ଗା ଦୁନିଆରେ ପରିବାର ଚଳାଇବା କାଠି କାର ପାଠ ,ତେଣୁ ଭତ୍ତା ବୃଦ୍ଧି କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ ରହିଛି । ବ୍ଲକର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର କୋଠା ଭୂତ କୋଠୀ ତଥା ଅତି ବିପଦଜନକ ଅବସ୍ଥାରେ ରହିଛି ଏଥିରେ କମଳ ମତି ଶିଶୁଙ୍କ ଜୀବନ ପ୍ରତି ବିପଦ ରହିଥିବା କେନ୍ଦ୍ର ଅବିଲମ୍ବେ ମରାମତି ଓ ନୂତନ ନିର୍ମାଣ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏଗାର ଗୋଟି ପଞ୍ଚାୟତ ଅଧୀନ ଛତିଶ ଗୋଟି ଗ୍ରାମର ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ଚାଲିଛି । କୋଉଠି ଶିକ୍ଷା ପାଇଁ ଶିକ୍ଷକ ଅଭାବ ତ କୋଉଠି ଶ୍ରେଣୀଗୃହ, ଖେଳ ପଡିଆ, ଶୌଚାଳୟ ଆଦି ସମସ୍ୟା ରହିଥିବା ୨୩ଗୋଟି ବିଦ୍ୟାଳୟର ସମସ୍ୟା ପ୍ରତି ଯୁଦ୍ଧ କାଳୀନ ପରିସ୍ଥିତିରେ ସମାଧାନ କରିବା ପାଇଁ ମଞ୍ଚ ପକ୍ଷରୁ ଦାବି ଉପସ୍ଥାପନ କରିଥିଲେ ।ଦାବିପତ୍ର ପ୍ରଦାନ ସମୟରେ ସାତ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଶତାଧିକ ବ୍ୟକ୍ତି ମହିଳା ଯୋଗ ଦେଇଥିବା ବେଳେ ଦିଲ୍ଲୀପ ଛତ୍ରିଆ , ଅନିଲ ଖୁରା, ଜୋତ୍ସ୍ନା, ମଂଜୁମଣି ଖରା , ସମେତ ବହୁ ସ୍ବେଛାସେବୀ ମାନେ ଉପସ୍ଥିତ ରହିଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନୂଆପଡ଼ାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ଥୁଆମୂଳ ରାମପୁର ବ୍ଲକ ଠାରେ ୭୪ତମ ବନ ମହୋତ୍ସବ ସପ୍ତାହ ଅନୁଷ୍ଠିତ

ଅବସରପ୍ରାପ୍ତ କର୍ମଚାରୀ ସଂଘର କାର୍ଯ୍ୟକାରୀ ବୈଠକ 

Leave a Comment

error: Content is protected !!